Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅକ୍ଟୋବର ୧୮ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆର୍ଥିକ ସହାୟତା ମିଳିବାର ସୁଯୋଗ ଅଛି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମୋକଦ୍ଦମାରେ ଜିଣିବେ । ଧନଲାଈ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ବୃଷ – ଅନ୍ୟାୟର ପ୍ରତିରୋଧ କରିପାରନ୍ତି । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚାନ୍ତ ଓ ଚଳ ସ୍ୱଭାବର ହେବେ । ଥଣ୍ଡା-କଫଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

ମିଥୁନ – ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯେକୌଣସି ସୂତ୍ରରୁ ଆୟ ବୃଦ୍ଧି ହେବ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଳ ପ୍ରକୃତିର ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

କର୍କଟ – ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ବଂଶ ମର୍ଯ୍ୟାଦାକୁ ଆଲୋକିତ କରିବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

ସିଂହ – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗବିଳାସ କରିପାରନ୍ତି । ସୁଖ-ସମୃଦ୍ଧିର ମୂଳଦୁଆ ପକାଇବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପିବାନ୍ ହେବା ଆଶା କରାଯାଏ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

କନ୍ୟା – ବୃଥା କାର୍ଯ୍ୟରେ ସମୟ ବିତାଇ ପାରନ୍ତି । ସ୍ୱାଭିମାନୀ ହେବେ । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ପରଧନରେ ଧନୀ ହୋଇପାରନ୍ତି ।ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ତୁଳା – ବାିତ ଘଟଣାମାନ ଘଟିବ । ବ୍ୟବସାୟ ଲାଭଜନକ ହେବ । ସାମାଜିକ କ୍ଷେତ୍ରରେ ସେବାକୁ ଆଦରି ନେଇ ପାରନ୍ତି । ମନରେ ଅହଂଭାବ ଆସିପାରେ । ଶାନ୍ତି ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବିଛା – ଶତ୍ରୁମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରି ବିଫଳ ହେବେ । ଚକ୍ଷୁରେ ପୀଡା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ଧନୁ – ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଧନଲାଭ ହୋଇପାରେ । ଶୁଭ ରଙ୍ଗ ଆକଶୀ । ଶୁଭ ଅଙ୍କ ୮ ।

ମକର – ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । ବାଦ-ବିବାଦରେ ସମ୍ମୁଖୀନ ହୋଇପାରନ୍ତି । ଉଦାର ପ୍ରକୃତିର ହେବେ । ଦାନଶୀଳ ଓ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

କୁମ୍ଭ – ଚିନ୍ତା ଦୂରେଇ ଯିବ । ମନୋବଳ ଦୃଢ ରହିବ । ପ୍ରସନ୍ନ ଚି ହୋଇପାରନ୍ତି । ଆସ୍ତିକ ସ୍ୱଭାବର ହେବେ । ମୃଦୁଭାଷୀ ହୋଇପାରନ୍ତି । ଥଣ୍ଡା-କଫଜନିତ ସମସ୍ୟା ଦୂର ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମୀନ – ଧନ-ସମ୍ପଦ ବୃଦ୍ଧି ହେବ । ଭାଗ୍ୟଶାଳୀ ହେବେ । ବ୍ୟକ୍ତିତ୍ୱ ପରାକାଷ୍ଠା ପ୍ରତିପାଦନ କରିପାରନ୍ତି । ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

403 Views

   ସମ୍ବନ୍ଧିତ ଖବର