Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଅକ୍ଟୋବର ୧୭ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

17/10/2019 at 8:42 AM

ମେଷ – ଉତ୍ସବାଦିରେ ଯୋଗଦେଇ ଖୁସି ହେବେ । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । ମନରେ ଉଦ୍ବେଗ ଜାତ ହୋଇପାରେ । ସତ୍ କର୍ମରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ବୃଷ – କର୍ମକ୍ଷେତ୍ର ଉତ୍ସାହଜନକ ହେବ । ବନ୍ଧୁ ସୁଖ ମିଳିବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ମିଥୁନ – କର୍ମତତ୍ପରତା ପ୍ରକାଶ ପାଇବ । ଉତ୍ସାହିତ ଲୋକ କାର୍ଯ୍ୟ ସଂପାଦନ କରିବେ । ସଦ୍ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟରେ ସଫଳତା ମିଳିବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୩ ।

କର୍କଟ – ପରୋପକାରୀ ହେବେ । ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । କଳ୍ପନା ବିଳାସୀ ହେବେ । ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ସିଂହ – ଅସୁସ୍ଥତା ଅନୁଭବ କରିପାରନ୍ତି । ମନରେ ବିରକ୍ତଭାବ ଉଦ୍ରେକ ହୋଇପାରେ । ଖର୍ଚ୍ଚାନ୍ତ ହେଲେ ହେଁ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସମର୍ଥକମାନେ ଓହରି ଯାଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

କନ୍ୟା – ଗୃହରେ ଜଞ୍ଜାଳ ବୃଦ୍ଧି ହେଲେ ବି ତାହା ସୁଖଦାୟକ ହେବ । ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି । ଅର୍ଥ ଲାଭର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ତୁଳା – ବନ୍ଧୁମେଳରେ ଅପ୍ରିୟ ହୋଇପାରନ୍ତି । ଶତ୍ରୁ ଉପରେ କଡା ନଜର ରଖିଲେ ବିପଦମୁକ୍ତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ନିରାମୟ ଜୀବନଯାପନ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବିଛା – ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବିଚାର-ବିମର୍ଷ ଦ୍ୱାରା କାର୍ଯ୍ୟ କଲେ ସଫଳତା ମିଳିବ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ବାଧାବିଘ୍ନର ସମ୍ମୁଖୀନ ହୋଇ ବି କାର୍ଯ୍ୟରେ ସଫଳତା ଲାଭ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ଧନୁ – ଉପୁଜିଥିବା ଜଟିଳ ସମସ୍ୟାର ସୁସମାଧାନ ହେବ । ଘାତଚନ୍ଦ୍ର ଭୋଗ ହେତୁ ସାମନ୍ୟ କ୍ଳେଶ ଅନୁଭବ କରିପାରନ୍ତି । ଧର୍ମ ପରାୟଣ ହେବେ । ମଧୁର ସମ୍ଭାଷଣରେ ଜନତାଙ୍କୁ ବଶ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ମକର – ଚାପରେ ପଡି କାର୍ଯ୍ୟ କରିବାକୁ ବାଧ୍ୟ ହେବେ । କୃତୀ ପ୍ରତିଯୋଗି ଭାବେ ପୁରସ୍କୃତ ହୋଇପାରନ୍ତି । ଯଶସ୍ୱୀ ଓ ବିବାଦରେ ବିଜୟୀ ହେବେ । ସରକାରଙ୍କ ଦୟାର ପାତ୍ର ହୋଇପାରନ୍ତି । ଶୁଭ ରଙ୍ଗ ଲାଇଟ୍ ଗ୍ରୀନ୍ । ଶୁଭ ଅଙ୍କ ୧ ।

କୁମ୍ଭ – ଯୋଜନା କାର୍ଯ୍ୟକାରୀ ହେବ, ମାତ୍ର ବିଳମ୍ବିତ ହୋଇପାରେ । ସାଧନାରେ ସିଦ୍ଧିଲାଭ କରିବେ । ଦେଖାଦେଇଥିବା ବିପଦ ଦୂର ହେବ । ଭାଗ୍ୟଶାଳୀ ଓ ଚଳମନା ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

ମୀନ – ପାରିବାରିକ ଜୀବନ ସୁଖ-ଶାନ୍ତି ପୂର୍ଣ୍ଣ ହେବ । ଶ୍ରୀଚନ୍ଦ୍ର ଭୋଗ ହେତୁ ଉମ ଭୋଜନରେ ଆପ୍ୟାୟିତ ହେବେ । ଆୟ-ରୋଜଗାର ଖୁବ୍ ଭଲ ହେବ । ନୂଆ ବନ୍ଧୁ ଜୁଟିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

   Related Posts