ଅକ୍ଟୋବର ୧୬ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
16/10/2019 at 7:41 AM

ମେଷ– ଆପଣଙ୍କର ଆତ୍ମବିଶ୍ୱାସ ଦୋହଲିପାରେ। କାହାରି ସହିତ ଅଯଥା କାଥାବାର୍ତ୍ତା କରନ୍ତୁ ନାହିଁ । ଚାକିରିବୃତ୍ତିରେ ପ୍ରମୋସନ ହୋଇପାରେ। ଦୂର ଯାତ୍ରା କରିବାର ଯୋଗ ରହିଛି। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୨।
ବୃଷ– ଆଜି ଆପଣଙ୍କସହିତ ଭଲ ହିଁ ଭଲ ହେବ। ଖାସ୍ କାମରେ ଆପଣଙ୍କୁ ସୁଫଳ ମିଳିବ। କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ସୂଚନା ମିଳିପାରେ। ପ୍ରେମରେ ବିଫଳ ହୋଇପାରନ୍ତି । ଶୁଭରଙ୍ଗ କ୍ରୀମ୍। ଶୁଭ ଅଙ୍କ ୯।
ମିଥୁନ – ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଚୁକ୍ତିପତ୍ର ହେବାର ସମ୍ଭାବନା ରହିଛି। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୫।
କର୍କଟ–ମାତା-ପିତାଙ୍କ ସହିତ ଧର୍ମସ୍ଥାନକୁ ଯିବାର ଯୋଗ ରହିଛି । କାରବାରରେ କିଛି ଲୋକ ସହାୟକ ହେବେ । ଚାକିରିଆଙ୍କ ଲାଗି ଭଲ ସୁଯୋଗ ଆସିପାରେ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୧।
ସିଂହ – ଆଜି ଆପଣଙ୍କର ବଡ କାମ ହୋଇଯିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିପାରେ।ଛାତ୍ରାବାସରେ ରହୁଥିବା ଛାତ୍ରମାନେ ଲେଖାପଢାରେ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ ଧଳା। ଶୁଭ ଅଙ୍କ ୭।
କନ୍ୟା –ସଫଳତାର ନୂଆ ପାହାଚରେ ପାଦ ରଖିବେ। ଅଧିକାରୀଙ୍କ ସହିତ ବିଶେଷ ସଂକ୍ରାନ୍ତରେ ଆଲୋଚନା କରିବେ। ପୁସ୍ତକ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୩।
ତୁଳା–ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। କାମରେ ଅନୁଭବି ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଆମଦାନୀରେ ଅଚାନକ ବୃଦ୍ଧିହେବ । ପ୍ରେମସଂପର୍କ ନିବିଡ ହେବ।ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୨।
ବିଛା– ଆପଣ ଉତ୍ସାହରେ ଭରି ରହିବେ। ପରିଶ୍ରମ ସଫଳ ହେବ। ପୁରୁଣାବନ୍ଧୁଙ୍କ ସହିତ ଭେଟ ହେବ।ଜମି ଦଲାଲଙ୍କୁ ପୁରୁଣା ଜମିରୁ ଲାଭ ମିଳିବ। ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୯।
ଧନୁ –ଆପଣଙ୍କୁ ନିଜର କାର୍ଯ୍ୟ କୁଶଳତା ବୃଦ୍ଧି କରନ୍ତୁ। କ୍ୟାରିଅରକୁ ନେଇ ଟିକେ ଚିନ୍ତିତ ରହିବେ। ବେପାରରେ ଆପଣଙ୍କୁ ସାମାନ୍ୟ ଲାଭ ମିଳିବ। ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୫।
ମକର– ଆପଣଙ୍କର ଅଧିକତର କାମ ସଂପୂର୍ଣ୍ଣ ହୋଇଯିବ। ଆର୍ଥିକସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ।କାହାରିକୁ ହୃଦୟର କଥା କହିବେ। ପରିବାରରେ ସୁଖଶାନ୍ତି ରହିବ।ଶୁଭରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୩।
କୁମ୍ଭ -ଆପଣ ନିଜକୁଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ଅଧିକତର କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ।ଶୁଭରଙ୍ଗ ଧଳା। ଶୁଭ ଅଙ୍କ ୯।
ମୀନ – ବନ୍ଧୁମାନଙ୍କ ସହିତ ସମୟ କଟିବ।ଉନ୍ନତି ପାଇଁକିଛି ନୂଆସାଧନ ମିଳିପାରେ। ଅଫିସରେ ଆପଣଙ୍କର ଆତ୍ମବିଶ୍ୱାସ ଦେଖି କର୍ତ୍ତୃପକ୍ଷ ପ୍ରସନ୍ନ ହେବେ।ଶୁଭ ରଙ୍ଗ ଗାଢ ନୀଳ। ଶୁଭ ଅଙ୍କ ୭।