ଅକ୍ଟୋବର ୧୨ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 12, 2019 IST

ମେଷ – କର୍ମକ୍ଷେତ୍ରରେ ସଫଳତା ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ କ୍ଷେତ୍ରରେ ଯଥେଷ୍ଟ ପରିବର୍ତନ ହୋଇପାରେ । ବିବାଦରେ ହାନୀର ସାମନା କରିବେ । ବିଦ୍ୟାର୍ଥୀମାନେ ଶିକ୍ଷା ପାଇଁ ଦୂର ଯାତ୍ରାର ଯୋଗ ଅଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ବୃଷ – ଉନ୍ନତି ପଥରେ ଅଗ୍ରଗତି କରିବେ । ପ୍ରଶାସନିକ କ୍ଷେତ୍ରରେ ଅଗ୍ରଗତି କରିବେ । ସାମାଜିକ କାର୍ଯ୍ୟରେ ମନ ବଳାଇବେ । ରାଜନୀତିରେ ସଫଳତା ପାଇବେ । ମହିଳାମାନେ ଦେବାଦେବୀ ପୂଜାରେ ମନ ଦେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ମିଥୁନ - ସତ୍ୟ, ଧର୍ମ, ନ୍ୟାୟ ଓ ଦେବାଦେବୀ ଭରସାରେ କର୍ମ କ୍ଷେତ୍ରରେ ଅଗ୍ରଗତି କରିବେ । ବ୍ୟବସାୟରେ ଉନ୍ନତି ହେବ । କଳା, ସଂସ୍କୃତି କ୍ଷେତ୍ରରେ ଅଗ୍ରଗତି କରିବେ । ଚାକିରୀ କ୍ଷେତ୍ରରେ ପରିବର୍ତନ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କର୍କଟ – ଆର୍ଥିକ ସ୍ଥିତି ବଳବାନ ହେବ । ବ୍ୟବସାୟରେ ବହୁ ଉନ୍ନତି ଘଟିବ । ଜ୍ଞାନ, ଗବେଷଣାରେ ସଫଳତା ପାଇବେ । ପାରିବାରିକ ସମ୍ପର୍କ ମଧୁର ହେବ । ସରକାରୀ କ୍ଷେତ୍ରରୁ ସାହାର୍ଯ୍ୟ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ସିଂହ – ବହୁ ଦିନ ଧରି ଚେଷ୍ଟା କରୁଥିବା କାର୍ଯ୍ୟରେ ଅଗ୍ରଗତି କରିବେ । ବ୍ୟବସାୟରେ ଉନ୍ନତି ହେବ । ଉଦଯୋଗ ସିଦ୍ଧି ଓ ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ ନାହିଁ । ପଡୋଶୀ ସମ୍ପର୍କ ଭଲ ରହିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

କନ୍ୟା – ଉଚିତ ପଥରେ ଗତି କରିବେ । ବନ୍ଧୁ ସହଯୋଗ ମିଳିବ । ବ୍ୟବସାୟରେ ଉନ୍ନତି ହେବ । ପିତାମାତାଙ୍କର ସେବା କରିବେ । ମହିଳାମାନେ ଘରର ସର୍ବାଙ୍ଗୀନ ଉନ୍ନତି ଲାଗି ଚେଷ୍ଟା କରିବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୫ ।

ତୁଳା – ଆର୍ଥିକ ସ୍ଥିତି ବଳବାନ ହେବ । କର୍ମକ୍ଷେତ୍ରରେ ଅଗ୍ରଗତି ଓ ବ୍ୟବସାୟରେ କ୍ଷତି ହେବ । ନୂତନ କାମରେ ଆଗେଇବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ପାଇଁ ସ୍ତ୍ରୀଙ୍କ ସହଯୋଗ ମିଳିବ ।ନୂତନ ଦ୍ରବ୍ୟ ଲାଭ ହେବ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୯ ।

ବିଛା – କର୍ମକ୍ଷେତ୍ରରେ ସଫଳତା ପାଇବେ । ପଡୋଶୀ ସମ୍ପର୍କ ଭଲ ରହିବ ନାହିଁ । ନୂତନ ଜାଗା ବାଡି ପ୍ରାପ୍ତି ହେବ । ମହିଳାମାନେ ଘରକୁ ସୌଖୀନ ଦ୍ରବ୍ୟରେ ସଜାଇବେ । ପିଲାମାନେ ପାଠପଢାରେ ମନ ଦେବେନାହିଁ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୨ ।

ଧନୁ – କିଛି କାମ ଲାଗି ବ୍ୟସ୍ତ ରହିବେ । ପୂର୍ବରୁ ଥିବା ଜମି ସମସ୍ୟା ଦୂର ହେବ । ପିଲାର ବିବାହ ସ୍ଥିର ହେବ । କର୍ମ କ୍ଷେତ୍ରରେ ଅଗ୍ରଗତି କରିବେ । ମହିଳାମାନେ ସେବାମୂଳକ କାମରେ ଅଗ୍ରଗତି କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ମକର – କର୍ମ କ୍ଷେତ୍ରରେ ବିଫଳ ରହିବେ । ପାରିବାରିକ କ୍ଷେତ୍ରରେ ସଫଳତା, ଯାନ୍ତ୍ରିକ ତଥା ଲୌହ ପଦାର୍ଥରୁ ଲାଭବାନ ହେବ । ରାସାୟନିକ କ୍ଷେତ୍ରରେ ଉନ୍ନତି । ପିଲାମାନଙ୍କର ଉନ୍ନତି ହୋଇପାରେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୯ ।

କୁମ୍ଭ - ଆର୍ଥିକ ସ୍ଥିତି ବଳବାନ ହେବ । ବାଣିଜ୍ୟ କ୍ଷେତ୍ରରେ ଅଗ୍ରଗତି କରିବେ । ସାମାଜିକ ଉନ୍ନତି କାମରେ ଅଗ୍ରଗତି କରିବେ । ଭୁମି ଲାଭ ଯୋଗ ରହିଛି । ମହିଳାମାନେ ଘରର ସର୍ବାଙ୍ଗୀନ ଉନ୍ନତି ଲାଗି ଚେଷ୍ଟା କରିବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୧ ।

ମୀନ - କର୍ମକ୍ଷେତ୍ରରେ ଉନ୍ନତି କରିବେ । ବ୍ୟବସାୟରେ ଉନ୍ନତି ହେବ । ଆର୍ଥିକ ସ୍ଥିତି ବଳବାନ ହେବ । ଜ୍ଞାନ, ଗବେଷଣାରେ ମନ ଦେବେ । ମହିଳାମାନେ ଭଗବତ ଚିନ୍ତାରେ ମନ ଦେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.