ଅକ୍ଟୋବର ୧୧ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 11, 2019 IST

ମେଷ – ନିଜର କାମକୁ ନେଇ ବ୍ୟସ୍ତତାରେ ରହିପାରନ୍ତି । ବ୍ୟବସାୟର ନୂଆ ଉପାୟ ଗ୍ରହଣ କରନ୍ତୁ, ଲାଣ ହେବ । ଟଙ୍କା ପାଇସା ନେଣେଦେଣେରେ ସାବଧାନ ଅବଲମ୍ବନ କରନ୍ତୁ । ଶୁଭ ରଙ୍ଗ ଗୋଲଡେନ୍ । ଶୁଭ ଅଙ୍କ ୮ ।

ବୃଷ – ଜ୍ୟେଷ୍ଠଙ୍କ ଆଶୀର୍ବାଦ ବର ଦାନ ସାବ୍ୟସ୍ତ ହେବ । ପଇସା ସମ୍ବନ୍ଧୀୟ ମାମଲା ସହଜରେ ସମାଧାନ ହେବ । ରାଜନୀତିରେ ସଫଳତା ପାଇବେ । ବ୍ୟବସାୟରେ ବିଫଳ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ମିଥୁନ - ଦିନଟି ସାକାରାତ୍ମକ ଭରା ରହିବ । ଆପଣଙ୍କୁ କୌଣସି ମହତ୍ୱପୂର୍ଣ୍ଣ ସୂଚନା ମିଳିପାରେ । ନୂଆ ଲୋକଙ୍କ ସହିତ ପରିଚୟ ହେବ । ବ୍ୟବସାୟରେ ଲାଭ ମଧ୍ୟମ ହୋଇପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କର୍କଟ – ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ । ଚାକରିରେ ପଦୋନ୍ନତି ମିଳିପାରେ । ବେପାରୀଙ୍କୁ ଆୟର ନୂଆ ସ୍ରୋତ ମିଳିବ । ପ୍ରିୟଜନଙ୍କୁ ମନର କଥା କହିବେ । ଦିନଟି ବୁଲା ବୁଲିରେ କଟିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ସିଂହ – ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ । ପ୍ରିୟ ବନ୍ଧୁଙ୍କ ସହିତ ସମୟ ଭଲରେ କଙ୍କିବ । କାନୁନ ମାମଲାରେ ଆପଣଙ୍କୁ ଆରାମ ମିଳିବ । ମାନ ପ୍ରତିଷ୍ଠା ବୃଦ୍ଧି ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

କନ୍ୟା – ଆଜି ଆପଣଙ୍କର ଏଭଳି ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ ଯାହାକି ଭବିଷ୍ୟତରେ ସହାୟତା କରିବେ । ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ସତର୍କ ରହିବେ ନଚେତ୍ ଖର୍ଚ୍ଚାନ୍ତର ଶିକାର ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ତୁଳା – ଦିନଟି ଖୁସି ଭରା ରହିବ । କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହେବ । ଉଚ୍ଚ ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ । ଧନଲାଭ ହୋଇପାରେ । ବାଦବିବାଦରୁ ଦୁରେଇ ରୁହନ୍ତୁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ବିଛା – ପିତାଙ୍କ ଆଶୀର୍ବାଦରେ ସବୁ କାମ ସଫଳ ହେବ । ସମାଜରେ ମାନ ସମ୍ମାନ ପାଇବେ । ଉନ୍ନଚ୍ଛିର ନୂଆ ରାସ୍ତା ଖୋଲିବ । ଛାତ୍ରଙ୍କୁ ପରିଶ୍ରମରେ ସୁଫଳ ମିଳିବ । ଦୁର ଯାତ୍ରା କ୍ଷତି କାରକ ରହିବ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୬ ।

ଧନୁ – ବ୍ୟସାୟରେ ସଉଦା ଲାଗି ରାଜ୍ୟ ବାହାରକୁ ଯିବେ । ଆବଶ୍ୟକତା ଠାରୁ କାହାରିକୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ମକର – ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ । ମିତ୍ରଙ୍କ ପରାମର୍ଶ କାମରେ ଆସିବ । ରାଜନୀତିରେ ଯୋଗାଯୋଗ ଭଲ ରହିବ । ବ୍ୟବସାୟରେ ବଡ ସଉଦା କରିବେ । ମିଳିତ ବ୍ୟବସାୟ କ୍ଷତି କାରକ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

କୁମ୍ଭ - ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ । ଚାକିରିଆଙ୍କୁ ଅଫିସରେ ଭଲ ଖବର ମିଳିପାରେ । ବୃଦ୍ଧା ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ମୀନ - ଆତ୍ମଚିନ୍ତନରେ ସମୟ ବିତିବ । ନୂଆ କାମ ନୂଆ କୌଶଳରେ କରିବାକୁ ଚେଷ୍ଟା କରିବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମଜ ସେବାରେ ସମୟ ଦେବେ । ପିଲାମାନଙ୍କ ପାଇଁ ଦିନଟି ମଧ୍ୟ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.