Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅକ୍ଟୋବର ୧୦ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଅନ୍ୟାୟର ପ୍ରତିବାଦ କରିପାରନ୍ତି । ସୁଖୀ ଓ ସମ୍ମାନିତ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ମନୋରମା ପତଃୀଙ୍କ ସାନ୍ନିଧ୍ୟ ମିଳିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ପୁତ୍ର ଲାଭର ସୂଚନା ମିଳୁଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ବୃଷ – ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି । ଶତ୍ରୁ ବଳବାନ୍ ହୋଇପାରେ,ମାତ୍ର କଳକୌଶଳ ପ୍ରୟୋଗ କରି ତାକୁ ପରାସ୍ତ କରିପାରନ୍ତି । ବନ୍ଧୁ ଓ ପଡୋଶୀଙ୍କ ସହିତ ସଦ୍ଭାବନା ସ୍ଥାପନ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ମିଥୁନ – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । । ପରୋପକାର କରି ଆତ୍ମତୃପ୍ତି ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ଓ ଗରିମାମୟ ହେବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

କର୍କଟ –ବନ୍ଧୁ ମେଳରେ ଦିନ ବିତାଇ ପାରନ୍ତି । କଳହ ଠାରୁ ଦୂରେଇ ରହିବେ । ଅର୍ଥ ପାଇଁ ଚିନ୍ତା ପ୍ରକଟ କରିପାରନ୍ତି । ସତ୍ୟାନୁରକ୍ତ ଓ ମିଷ୍ଟଭାଷୀ ହେବେ । ବିବେକାମୁମୋଦିତ କାର୍ଯ୍ୟ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ସିଂହ – ଉଚ୍ଚ ଆଶା ଫଳବତୀ ହେବ । ଯେକୌଣସି ସୂତ୍ରରୁ ଅର୍ଥ ପାଇବେ । ପାପଗ୍ରହ ରାହୁଙ୍କ ଶୁଭ ଭାବରୁ ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ମାନସିକ ଅଶାନ୍ତି ଦୂର ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

କନ୍ୟା – ବିପଦର ସୂଚନା ପାଇ ସତର୍କତା ଅବଲମ୍ବନ କରିବେ । ଆଶାବାଦୀ ହୋଇପାରନ୍ତି । ପ୍ରତ୍ୟେକ କାର୍ଯ୍ୟ ସୁଖ,ସହଜ ଓ ସୁଲଭ ହେବ । ସମ୍ମାନିତ ଓ ପ୍ରଭୂତ ବିର ଅଧିକାରୀ ହେବେ । । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ତୁଳା –ମିଥ୍ୟା ଅପବାଦ ମିଳିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଧନପ୍ରାପ୍ତିର ସୁଯୋଗ ଜୁଟିଛି । ବହୁ ଭାବରେ ଉପକୃତ ଓ ବିନୀତ ସ୍ୱଭାବର ହେବେ । ଶୁଭ ରଙ୍ଗ ଗୋଲଡେନ୍ । ଶୁଭ ଅଙ୍କ ୩ ।

ବିଛା – ବନ୍ଧୁଙ୍କ ଦ୍ୱାରା ସାହାର୍ଯ୍ୟ ପ୍ରାପ୍ତ ହେବା ସହିତ ଆନନ୍ଦ ଉପଭୋଗ କରିପାରନ୍ତି । ଖର୍ଚ୍ଚାନ୍ତ ହୋଇପାରନ୍ତି । ଉପକାରୀ ବ୍ୟକ୍ତିଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୧ ।

ଧନୁ – ଆୟ ଉମ ଧରଣର ହେବ । କର୍ମକ୍ଷେତ୍ରରେ ଉତ୍ସାହବୋଧର ପରିପ୍ରକାଶ ଘଙ୍କାଇ ଗର୍ବିତ ହେବେ । ମନୋଜ୍ଞ ହୋଇପାରନ୍ତି । ବିଚକ୍ଷଣ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

ମକର – ପାରିବାରିକ ଶାନ୍ତି ଫେରି ପାଇବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ଆଶାବାଦୀ ଓ ବ୍ରାହ୍ମଣମାନଙ୍କ ହୀତାକାଂକ୍ଷୀ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଦୃଢଜ୍ଞ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

କୁମ୍ଭ – ଅଟଳି ଥିବା କାର୍ଯ୍ୟରେ ଆଗକୁ ବଢିବେ । ପରୋପକାରକୁ ବ୍ରତ ଭାବେ ଗ୍ରହଣ କରିବେ । ବ୍ୟବସାୟ ଲାଭଜନକ ହେବ । ସୁଖ-ଶାନ୍ତିର ଦିନଟି ଅତିବାହିତ କରିପାରନ୍ତି । ଜ୍ଞାନୀ ଓ ମିତ୍ର ସ୍ନେହୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ମୀନ – ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । ନୀରବ ଭାବ ପ୍ରଦର୍ଶନ କରିବେ । ଦାନ-ଧର୍ମରୁ ବିରତ ହୋଇପାରନ୍ତି । ଉପଯୁକ୍ତ ପରାମର୍ଶ ଦାତା ଓ ସକଳ ଶାସ୍ତ୍ରଜ୍ଞାତା ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

331 Views

   ସମ୍ବନ୍ଧିତ ଖବର