Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅକ୍ଟୋବର ୯ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ପରିସ୍ଥିତି ପାଇଁ ବାତାବରଣ ଅନୁକୂଳ ରହିଛି । ଉଚ୍ଚଆଶା ଫଳବତୀ ହେବ । ସତ୍କର୍ମରେ ନିୟୋଜିତ ହୋଇପାରନ୍ତି । ବନ୍ଧୁ ସହାୟତା ପାଇ ସ୍ଥଗିତ କାର୍ଯ୍ୟରେ ପରିର୍ବନ ଆସିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ବୃଷ – ସୁସ୍ଥ ଓ ନୀରୋଗ ରହିପାରନ୍ତି । କେତେକ କାର୍ଯ୍ୟରେ ମୌନେ ସମ୍ମତିର ଲକ୍ଷଣ ହୋଇପାରେ । ପାରିବାରିକ ସୁଖ ମିଳିବ । ଧନ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ବଳବାନ୍ ହେଲେ ବି ପରାସ୍ତ ହେବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୭ ।

ମିଥୁନ – ଆୟ-ବ୍ୟୟ ସମାନ୍ତରାଳ ଗତି କରିବ । ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ । କର୍ମକ୍ଷେତ୍ରରେ ସଫଳତା ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

କର୍କଟ – କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି । କୃଷି କାର୍ଯ୍ୟ ପାଇଁ ତତ୍ପର ହେବେ । ଯାନବାହନ ସୁଖ ମିଳିପାରେ । ଭାଷା ଶୈଳୀ ମଧୁର ହେବ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୧ ।

ସିଂହ – ଆୟ ବୃଦ୍ଧିର ସୂଚନା ମିଳୁଛି । ଆଶାବାଦୀ ଓ କର୍ମକ୍ଷେତ୍ର ଉତ୍ସାହଜନକ ହେବ । ପ୍ରତିଯୋଗିତାରେ ବିଜୟୀ ସହ ସକଳ ଗୁଣର ଅଧିକାରୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କନ୍ୟା – କୃଷିକ୍ଷେତ୍ରର ଉନ୍ନତି ଘଟାଇ ପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ହସ –ଖୁସିରେ ସମୟ ବିତାଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ତ୍ୟାଗଶୀଳ ଓ ନୀତିନିଷ୍ଠ ହୋଇପାରନ୍ତି । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୮ ।

ତୁଳା – ଆୟ ପରିମାଣ ବୃଦ୍ଧି ପାଇବ । ସରକାର କିମ୍ବା ବନ୍ଧୁ ସହାୟତାରୁ ଲାଭାବାନ୍ ହେବେ । ପାରିବାରିକ ଶାନ୍ତି ମିଳିବ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବେ । ଅମାୟିକ ବ୍ୟବହାର ଆପଣଙ୍କୁ ମହାନ୍ କରିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ବିଛା – ଭ୍ରାତୃ ବିବାଦର ଅବସାନ ଘଟିବ । କାର୍ଯ୍ୟରେ ବାଧା ଉପୁଜି ପାରେ । ଅନୁଗୃହୀତ ହୋଇପାରନ୍ତି । ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହେବେ । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ଧନୁ – ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ସୁଖୀ ହେବେ । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଯାନବାହନ ସୁଖ ମିଳିବ । ର୍କୀିମାନ୍ ହେବେ । ଭୋଗ-ବିଳାସ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ମକର – ଲୋକପ୍ରିୟତା ବଢାଇ ପାରନ୍ତି । ପରୋପକାର କରି ଆତ୍ମାନ୍ତୋଷ ଲାଭ କରିବେ । କର୍ମତତ୍ପରତା ପ୍ରକାଶ ପାଇବ । ବ୍ୟବ ସାୟ ଲାଭଜନକ ରହିବ । କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।

କୁମ୍ଭ – ଲାଗି ରହିଥିବା ବିବାଦୀୟ ଘଟଣାର ସୁ-ସମାଧାନ ହେବ । ପରିଶ୍ରମର ମୂଲ୍ୟାଙ୍କନ ହେବ । ପାରିବାରିକ ସୁଖ ସମୃଦ୍ଧି ଆଶା କରାଯାଏ । ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ମୀନ – କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଭାଗୁଆଳି ବ୍ୟବସାୟରୁ ଲାଭପ୍ରାପ୍ତ ହେବେ । ସ୍ୱାଭିମାନୀ ସତର୍କତାର ସହ ଚଳିବାକୁ ପଡିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

302 Views

   ସମ୍ବନ୍ଧିତ ଖବର