ଅକ୍ଟୋବର ୪ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 04, 2019 IST

ମେଷ – କର୍ମକ୍ଷେତ୍ରରେ ସଫଳତା ଲାଭ ସହ ଆୟ ବୃଦ୍ଧି ଘଟିବ । ଯଶ, ମାନ, ଗୌରବ ପ୍ରାପ୍ତ କରିବେ, ପଦୋନ୍ନତି ଘଟିପାରେ । ପରିବାରରେ ଅସୁବିଧା ଦେଖା ଦେଇପାରେ । ରିଷ୍ଟଖଣ୍ଡନ ପାଇଁ ଘିଅଦୀପ ଜଳାଇ ସୁନ୍ଦରାକାଣ୍ଡ ପାଠ କରନ୍ତୁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ବୃଷ – ସାବଧାନ ରୁହନ୍ତୁ ନଚେତ ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି । ଆର୍ଥିକ ଅଭିବୃଦ୍ଧି ଘଟିବ । ନୂତନ ନିଯୁକ୍ତି ମିଳିପାରେ । ମହିଳା ଓ ବିଦ୍ୟାର୍ଥ୍ୟ ଲାଭବାନ ହେବେ । ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ମିଥୁନ - ଅବିବାହିତ ପୁରୁଷ ଓ କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ସମସ୍ୟା ଦୂରୀଭୂତ ପାଇଁ ଚେଷ୍ଟା କରିବେ । ଦ୍ରବ୍ୟଲାଭର ଯୋଗ ସୃଷ୍ଟି ହେବ । ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୮ ।

କର୍କଟ – ପ୍ରତିଯୋଗିତାରେ ବିଜୟୀ ହେବେ, ଶତ୍ରୁ ପରାସ୍ତ ହେବେ । ଆର୍ଥିକ ସମୃଦ୍ଧି ଘଟିପାରେ । ଶାରୀରିକ ଅସୁସ୍ଥତା ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ସିଂହ – ପିଲାଙ୍କୁ ନେଇ ଚିନ୍ତା ପ୍ରକଟ କରିପାରନ୍ତି । ପୈତୃକ ସମ୍ପିରୁ ଲାଭ ମିଳିବ, ପ୍ରଶଂସିତ ହେବେ । ଦୂର ଯାତ୍ରା ଅନୁକୂଳ ରହିବ । ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ୍ ହେବେ । ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୧ ।

କନ୍ୟା – ଅଯଥା ବିବାଦ ମଧ୍ୟରେ ଛନ୍ଦି ହୋଇପାରନ୍ତି । ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । କର୍ମକ୍ଷେତ୍ର ବ୍ୟାପକ ଓ ଜମି ପ୍ରାପ୍ତ ହେବ । ମହିଳା ଓ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିବେ । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୫ ।

ତୁଳା – ଭାଇଙ୍କର ସହ-ଯୋଗ କାର୍ଯ୍ୟରେ ପାଇବେ ନାହିଁ । ଶତ୍ରୁ ଦ୍ୱାରା ପରାସ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଦ୍ୱନ୍ଦ ଦେଖା ଦେବ । ମହିଳା ଓ ବିଦ୍ୟାର୍ଥୀଙ୍କ ପାଇଁ ସମୟ ପ୍ରତିକୂଳ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ବିଛା – ମାନସିକ ଅବସାଦ ଦେଖାଦେବ । ଯାନବାହନ କିଣିପାରନ୍ତି ଓ ଆର୍ଥିକ ସ୍ୱଚ୍ଛଳତା ପ୍ରାପ୍ତ ହେବ । ମହିଳା ଓ ବିଦ୍ୟାର୍ଥୀ ଚିନ୍ତାଯୁକ୍ତ ହେବେ । ଜମିବାଡି ସଂକ୍ରାନ୍ତ ସମସ୍ୟା ଦେଖା ଦେବ ଓ ଶତ୍ରୁ ବୃଦ୍ଧି ଘଟିପାରେ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୯ ।

ଧନୁ – କାର୍ଯ୍ୟ କ୍ଷେତ୍ରରେ ଯଶ, ମାନ, ଗୌରବ ପ୍ରାପ୍ତ ହେବ । ଅଯଥା ବ୍ୟୟ ମୁଣ୍ଡବ୍ୟଥାର କାରଣ ହୋଇପାରେ । ନୂତନ ନିଯୁକ୍ତି ମିଳିପାରେ । ମହିଳା ଓ ବିଦ୍ୟାର୍ଥୀ ବିବାଦଗ୍ରସ୍ତ ହେବେ । କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୫ ।

ମକର – ଆଘାତ ପ୍ରାପ୍ତ ହୋଇପାରନ୍ତି । ପଦମର୍ଯ୍ୟାଦା ଓ ଆୟ ବୃଦ୍ଧି ହେବ । ବୈବାହିକ ସମସ୍ୟା ଦୂରୀଭୂତ ହୋଇ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ସମସ୍ୟା ଦୂରୀଭୂତ କରି ମହିଳା ଓ ବିଦ୍ୟାର୍ଥୀମାନେ ଯଶଲାଭ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

କୁମ୍ଭ - କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ । ବ୍ୟୟବୃଦ୍ଧି ଘଟିପାରେ । ନିଯୁକ୍ତି ମିଳିପାରେ । ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବା ପାଇଁ ପ୍ରଯତ୍ନଶୀଳ ରହିବେ । ଜଗି ରଖି ଚଳିବାକୁ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମୀନ - କର୍ମକ୍ଷେତ୍ରରେ କ୍ଷତି ହେବାର ସମ୍ଭାବନା ଅଛି । ଯଶଲାଭ ସହ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଶାରୀରିକ ପୀଡା ପ୍ରାପ୍ତ ସହ ଅଯଥା ବ୍ୟୟ ହେବ । ଶ୍ରୀବୃଦ୍ଧି ଘଟିବ, ଆର୍ଥିକ ସମୃଦ୍ଧି ପ୍ରାପ୍ତ ହୋଇପାରେ । ବିଦ୍ୟାର୍ଥୀ ଆନନ୍ଦ ଚି ରହିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.