ଅକ୍ଟୋବର ୩ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 03, 2019 IST

ମେଷ – କର୍ମକ୍ଷେତ୍ରରେ ସଫଳତା , ଉଦଯୋଗ ସିଦ୍ଧି, ପାରିବାରିକ ସୌଖ୍ୟ ଓ ବ୍ୟବସାୟରେ ଉନ୍ନତି ହେବ । ବିବାଦରେ ଜୟ ଲାଭ କରିବେ । ବହୁ ଦିନରୁ ଥିବା ଯୋଜନା କାର୍ଯ୍ୟକାରୀ  କରି ସଫଳ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ବୃଷ – ଘର କାମରେ ସଫଳତା ପାଇବେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି  ଓ ସମସ୍ତ ବାଧା ଦୂର ହେବ । ନୂତନ କର୍ମରେ ଯୋଗଦାନ କରିବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ଓ ପଡୋଶୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ମିଥୁନ - କର୍ମ କ୍ଷେତ୍ରରେ ସଫଳତା ଓ ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ଜନ କଲ୍ୟାଣ କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ । ଉପର ହାକିମଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ଗୋ ସେବା କରି ଉତ୍ତମ ଫଳ ପାଇବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

କର୍କଟ – ଉଚ୍ଚ ଶିକ୍ଷା ଲାଭ , ବିଦେଶ ଭ୍ରମଣ , କର୍ମ କ୍ଷେତ୍ରରେ ସଫଳତା , ସମ୍ମାନ ଲାଭ , ସନ୍ତାନ ମାନଙ୍କର ଉନ୍ନତି ହେବ । ଦୂର ସ୍ଥାନରୁ ଶୁଭ ଖବର ମିଳିବ । ଉତ୍ତରାଧିକାରୀ ସୂତ୍ରେ ଧନ ଲାଭ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ସିଂହ – କର୍ମ କ୍ଷେତ୍ରରେ ବହୁ ପରିଶ୍ରମ କରିବେ । ବିବାଦରେ ଜୟ ଲାଭ ହେବ । ପିତାମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ । ଗୃହ ପରିବର୍ତ୍ତନ କରିବେ । ଚାକିରୀ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ । ଦିନଟି ମଧ୍ୟମ ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

କନ୍ୟା –ଯୌଥ କାରବାରରେ ଉନ୍ନତି । ମାତୃ ଶକ୍ତିର କରୁଣା ଲାଭ ସହ ଧନ ଏବଂ ପାରିବାରିକ ସୌଖ୍ୟ ଲାଭ କରିବେ । ପରିବହନ, ପ୍ରଶାସନ କ୍ଷେତ୍ରରେ ସଫଳତା ମିଳିବ । ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ତୁଳା – ବହୁ ଦିନରୁ ଥିବା  କାର୍ଯ୍ୟରେ ସଫଳତା ପାଇବେ । କର୍ମ କ୍ଷେତ୍ରରେ ସଫଳତା, ଏକ୍ସପର୍ଟ, ଇମ୍ପୋର୍ଟ କ୍ଷେତ୍ରରେ ଲାଭବାନ ହେବେ । ନୂତନ ଯାଗା ବାଡି କିଣିବାକୁ ଆଗ୍ରହ ପ୍ରକାଶ କରିବେ । ଆର୍ଥିକ କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

ବିଛା – ପାରିବାରିକ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଦ୍ରବ୍ୟ ଲାଭ ହେବ । ରାଜନୀତିରେ ସଫଳତା ପାଇବେ । ପ୍ରଶାସନ, ଶିକ୍ଷା, ଶିଳ୍ପ, ପରିବହନ କ୍ଷେତ୍ରରେ ଅଗ୍ରଗତି କରିବେ । ପିଲାମାନେ ଶିକ୍ଷା ପାଇଁ ସିରିୟସ୍ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ଧନୁ – ପାରିବାରିକ ସୌଖ୍ୟ ଲାଭ ଓ ନୂତନ ଦ୍ରବ୍ୟ ପ୍ରାପ୍ତି ହେବ । ପାରିବାରିକ ସ୍ଥିତି ବଳବାନ ,ପ୍ରଶାସନ କ୍ଷେତ୍ରରେ ସଫଳ ହୋଇପାରନ୍ତି ।  ମହିଳାମାନେ ଦେବାଦେବୀ ପୂଜାରେ ମନ ଦେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

ମକର – ଉଚ୍ଚସ୍ତରୀୟ ବ୍ୟକ୍ତିମାନଙ୍କର ପ୍ରିୟ ହେବେ । ବାଣିଜ୍ୟ, ଜ୍ଞାନ, ଗବେଷଣାରେ ସଫଳତା ପାଇବେ । ବୈଦ୍ୟୁତିକ ଓ ଯାନ୍ତ୍ରିକ ପଦାର୍ଥରୁ ସଫଳତା ମିଳିବ । ପ୍ରେମିକାମାନଙ୍କର ଇଚ୍ଛା ପୂରଣ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

କୁମ୍ଭ  - ଶିକ୍ଷା, ବାଣିଜ୍ୟ, ବୀମା, ପରିବହନ, ଦୂରଦର୍ଶନ, ବ୍ୟବସାୟରେ ଉନ୍ନତି ହେବ । ମାନସିକ ଚିନ୍ତା ବଢିଯିବ । ମହିଳାମାନେ ଦେବାଦେବୀ ପୂଜାରେ ମନ ଦେବେ । ଦିନଟି ମଧ୍ୟମ ରହିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ମୀନ -  ବହୁତ ଦିନରୁ ବାକି ଥିବା କାମରେ ସଫଳତା ପାଇବେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଓ ପାରିବାରିକ ସମ୍ପର୍କ ମଧୁର ହେବ । ଗବେଷଣା କ୍ଷେତ୍ରରେ ପିଲାମାନେ ମନ ବଳାଇବେ । ମହିଳାମାନେ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.