୧୬ ଅକ୍ଟୋବର, ମଙ୍ଗଳବାର

Published By : Prameya-News7 Bureau | October 16, 2018 IST

ମେଷ – ବିରୋଧର ସମ୍ମୁଖୀନ ହେବେ, କେବଳ ପୂର୍ବାହ୍ନରେ । ଧନକ୍ଷୟ ହେବାର ସମ୍ମାବନା ଅଛି । ଅପରାହ୍ନରେ କାର୍ଯ୍ୟ ହାସଲ କରିବେ । ବୃଷ – ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । କାର୍ଯ୍ୟରେ ବାଧା,ବିଘ୍ନ ଉପୁଜିବାର ପ୍ରଶ୍ନ ଉଠୁ ନାହିଁ । ବରଂ ବନ୍ଧୁ ସହାୟତା ପାଇ ନିର୍ବିଷ୍ନରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ମିଥୁନ - ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଧୈର୍ଯ୍ୟବାନ ହେବେ । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । ଚେଷ୍ଟା ଫଳଦାୟକ ହେବ । କର୍କଟ- ମନ ଚଞ୍ଚଳ ରହିବ । ଲକ୍ଷ୍ୟ ହାସଲ କରିବା କଷ୍ଟସାଧ୍ୟ ହୋଇପାରେ । ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । କଳ୍ପନା ବିଳାସୀ ହେବେ । ସିଂହ – ସ୍ୱକର୍ମ ଆନନ୍ଦଦାୟକ ହେବ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ଶ୍ରେଷ୍ଠ ପଦ-ପଦବୀ ମିଳିବ । ଉଚ୍ଚାସନରେ ଆସୀନ ହେବେ । କନ୍ୟା – ଦୃଢ ମୌନଭାବରେ ବୁଡି ରହି ଉନ୍ନତ ଚିନ୍ତାଧାରାରେ ଅଧିକାରୀ ହେବେ । କାର୍ଯ୍ୟରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବିବାଦରେ ବିଜୟୀ ହେବେ । ତୁଳା – କର୍ମକ୍ଷେତ୍ରରେ କାର୍ଯ୍ୟ କରିବାରେ ଉତ୍ସାହ ବୃଦ୍ଦି ପାଇବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶାନ୍ତି-ସନ୍ତୋଷରେ ଦିନଟି ଅତିବାହିତ ହେବ । ବିଛା – କର୍ମକ୍ଷେତ୍ର ଉତ୍ସାହଜନକ ହେବ । ସକ୍ରର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବନ୍ଧୁ ସୁଖ ମିଳିବ । ବସ୍ତ୍ର ଭୂଷଣ ଲାଭ ହୋଇପାରେ । ଧନୁ – ଆର୍ଥିକ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଚଳାଇ ପାରନ୍ତି । ଏଥିପାଇଁ ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ । ମିଷ୍ଟଭାଷୀ ହେବେ । ମକର – ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି । ଧନ ଲାଭର ସୂଚନା ମିଳୁଛି । ଶ୍ରେଷ୍ଠ ବିବେକୀ ଓ ସୁପରାମର୍ଶଦାତା ଭାବେ ବିବେଚିତ ହେବେ । କୁମ୍ଭ - ଆୟ ଆଶାନୁରୂପ ହେବ । ସନ୍ ମାର୍ଗୀ ହେବେ । ନାନା ସୁଖର ଅଧିକାରୀ ହୋଇପାରନ୍ତି । ଧନ ଲାଭର ସୂଚନା ମିଳୁଛି । ଭଲ ଆୟ ହେବ । ମୀନ - ଚିନ୍ତାଧାରା ଉନ୍ନୟନ ମାର୍ଗୀ ହେବ । କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.