ଅକ୍ଟୋବର ୨ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 02, 2019 IST

ମେଷ – ଆପଣ ଉତ୍ସାହରେ ଭରି ରହିବେ । ଚାକିରିଆଙ୍କ ଲାଗି ସୁବର୍ଣ୍ଣ ସୁଯୋଗ । ବେପାରୀଙ୍କୁ ଧନ ଲାଭ ହେବ । ସଂପର୍କିୟଙ୍କ ସହ ମିଶିବାର ଯୋଗ ରହିଛି । ସନ୍ତାନ ସୁଖ ନ ପାଇବାରୁ ଚିନ୍ତିତ ହୋଇପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

ବୃଷ – ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣ କୌଶଳ ପ୍ରସ୍ତୁତ କରିବେ । ବିବାହିତ ଲୋକଙ୍କ ଲାଗି ଦିନଟି ଭଲ । ଅଫିସରେ ନୂଆ ପରିଯୋଜନାର ଦାୟିତ୍ୱ ପାଇବେ । ବିବାହ ପ୍ରସ୍ତାବ ଆସିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ମିଥୁନ - ମାତା-ପିତାଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ହେବ । ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ । ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ । ପିଲାମାନେ ଶିକ୍ଷା ପ୍ରତି ଧ୍ୟାନ ଦେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କର୍କଟ – ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଠ କାମ ମିଳିବ । ପରିଜନଙ୍କ ସହିତ ଖୁସିର ମୁର୍ହୂ ବିତେଇବେ । ବୃଦ୍ଧା ଲୋକଙ୍କ ଅର୍ଶିବାଦ ପାଇ କାର୍ଯ୍ୟରେ ସଫଳ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ସିଂହ – ବ୍ୟବସାୟରେ ବିସ୍ତାର ପାଇଁ ବିଚାର କରିବେ । ଆପଣଙ୍କୁ କୌଣସି ଭଲ ଖବର ମିଳିବାର ଆଶା କରାଯାଉଛି । ବନ୍ଧୁଙ୍କ ପାଇଁ ଉମ ଭୂମିକା ନିର୍ବାହ କରିବେ । ପତ୍ନୀଙ୍କ ସାହାର୍ଯ୍ୟ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କନ୍ୟା – ବ୍ୟବସାୟ କାମରେ ରାଜ୍ୟ ବାହରକୁ ଯିବେ । ଅଫିସରେ ଗୁରୁତ୍ୱଫୂର୍ଣ୍ଣ ଫଇସଲା ନେଇପାରନ୍ତି । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ସୁଯୋଗ ମିଳିବ । ଦାଂପତ୍ୟ ସମ୍ପର୍କ ସୁଧୁରିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ତୁଳା – ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ । ନିଜର କାମ ଧୈର୍ଯ୍ୟ ଧରି କରନ୍ତୁ, ଲାଭ ହେବ । ବ୍ୟବସାୟରେ କିଛି ଲୋକଙ୍କ ସହ-ଯୋଗ ପାଇବେ । ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ବିଛା – ର୍କୃପକ୍ଷଙ୍କ ଠାରୁ ସକାରାତ୍ମକ ସୂଚନା ମିଳିପାରେ । ଲୋକମାନଙ୍କୁ ଆବଶ୍ୟକତା ଅନୁସାରେ ପରାମର୍ଶ ଦିଅନ୍ତୁ । ନୂଆ କାରବାରରେ ନିବେଶ ପାଇଁ ବିଚାର କରିବେ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୫ ।

ଧନୁ – ଆର୍ଥିକ ପ୍ରଗତି ଲାଗି ଭଲ ଦିନଟିଏ । ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ । ଆପଣଙ୍କର କେହି ନୂଆ ବନ୍ଧୁ ହୋଇପାରନ୍ତି । ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଅନୁକୂଳ ରହିବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୬ ।

ମକର – ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ । ପରିବାରର ପୂରା ସ୍ନେହ ଓ ସହ-ଯୋଗ ପାଇବେ । ବନ୍ଧୁଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ । ବ୍ୟବସାୟରେ ପତ୍ନୀଙ୍କ ସହ-ଯୋଗ ମିଳିବ । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୩ ।

କୁମ୍ଭ - ଆତ୍ମସମୀକ୍ଷାରେ ସମୟ ବିତିବ । ଈଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସବୁ ଠିକ୍ ହୋଇଯିବ । ଜୀବନସାଥୀଙ୍କ ସହ-ଯୋଗ ପାଇବେ । ବ୍ୟବସାୟରେ ନୂଆ ଚୁକ୍ତିପତ୍ର ବିଫଳ ହୋଇଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ମୀନ - ଆପଣଙ୍କ ଭିତରେ ଅତ୍ୟଧିକ ଉତ୍ସାହ ଦେଖିବାକୁ ମିଳିବ ।ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ । ମହିଳାମାନଙ୍କର ଚକ୍ଷୁ ପୀଡା ହୋଇପାରେ । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.