ଅକ୍ଟୋବର ୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 01, 2019 IST

ମେଷ – ଆୟ ଆଶାନୁରୂପ ହେବ । ବିଚାର ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । ଶତ୍ରୁ ଉପରେ ବିଜୟ ହାସଲ କରିବେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୧ ।

ବୃଷ – ଧାର୍ମିକ ଚିନ୍ତାଧାରା ଲାଭପ୍ରଦ ହେବ । ର୍କବ୍ୟ ନିଷ୍ଠା ଆପଣଙ୍କୁ ମହାନ୍ କରି ଗଢି ତୋଳିବ । କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଯାନବାହନ ସୁଖ ମିଳିବ । ବିନୀତ ସ୍ୱଭାବର ହେବେ । ପତ୍ନୀଙ୍କ ସାହାର୍ଯ୍ୟ ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ମିଥୁନ - ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ପାରିବାରିକ ସୁଖ ମିଳିବ । ବ୍ୟବସାୟ ଲାଭଜନକ ହେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

କର୍କଟ – ସତର୍କତା ଆପଣଙ୍କ ପାଇଁ ସୁରକ୍ଷା କବଚ ହେବ । ତ୍ୟାଗପୁତ ମନୋବୃି ଗ୍ରହଣ କରିପାରନ୍ତି । ବିବିଧ ଧନର ଅଧିକାରୀ ହୋଇପାରନ୍ତି । ନୀତିନିଷ୍ଠ, ଚଳମନା ଓ ଅତିସୁଖୀ ହେବେ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୨ ।

ସିଂହ – ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭଙ୍କର ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉମଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବନ୍ଧୁ ସାହାର୍ଯ୍ୟ ପାଇ ଉପକୃତ ହେବେ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୯ ।

କନ୍ୟା – ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ଆର୍ଥିକ କଷ୍ଟ ଅନୁଭବ କରିପାରନ୍ତି । ହସଖୁସିରେ ସମୟ ବିତାଇବେ । ଗୋଷ୍ଠୀ, ନଗର କିମ୍ବା ଗ୍ରାମର ଅଧିପତି ହେବେ । ବଡ ଲୋକଙ୍କ କଥା ସୁଣିଲେ ଠଳାମିରେ ପଡିବେ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

ତୁଳା – ପଡୋଶୀଙ୍କ ପାଇଁ ଲାଭବାନ୍ ହୋଇପାରନ୍ତି । ଆୟ ପରିମାଣ ବୃଦ୍ଧି ପାଇବ । ଯଶସ୍ୱୀ ହେବେ । ଲୋକମାନଙ୍କର ବିଶ୍ୱାସ ଭାଜନ ହୋଇ କାର୍ଯ୍ୟ କରିବେ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

ବିଛା – ସୁଖ-ସନ୍ତୋଷ ମିଳିବ । ଶ୍ରମ ସାର୍ଥକ ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଅର୍ଥ ସୟ କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସୁଖ-ସମ୍ଭୋଗ କରିପାରନ୍ତି । ଧନ ବ୍ୟୟ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ଧନୁ – କାର୍ଯ୍ୟରେ ସଫଳତା ମିଳିବ । ସମ୍ମାନିତ ହୋଇପାରନ୍ତି । ଅତ୍ୟଧିକ ପରିଶ୍ରମ ଯୋଗୁଁ ସାମୟିକ ବିଶ୍ରାମ ଗ୍ରହଣ କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ସମଗ୍ର ପରିବାର ସହିତ ନିଜେ ଖୁସି ମନେଇ ପାରନ୍ତି । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୫ ।

ମକର – ଦକ୍ଷତାର ସଦୁପଯୋଗ କରିପାରନ୍ତି । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେତୁ ପ୍ରତି ପଦପାତରେ ସତର୍କତା ଅବଲମ୍ବନ କରିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ହାତେ ମାପି ଚାଖଣ୍ଡେ ଚାଲନ୍ତୁ । ଶୁଭ ରଙ୍ଗ ନାଲି । ଶୁଭ ଅଙ୍କ ୬ ।

କୁମ୍ଭ - ଆବଶ୍ୟକ ପଡୁଥିବାରୁ ଅର୍ଥ ବିନିଯୋଗ କରିପାରନ୍ତି । ବନ୍ଧୁ ସହ-ଯୋଗ ପାଇ କାର୍ଯ୍ୟରେ ଆଗକୁ ବଢି ପାରିବେ । କର୍ମକ୍ଷେତ୍ରରେ ପ୍ରଭୂତ ଉନ୍ନତି ଘଟାଇ ପାରନ୍ତି । ଆପଣଙ୍କ କର୍ମ ପ୍ରବଣତା ଶତ୍ରୁ ଓ ସମାଲୋଚକଙ୍କୁ ମୁହଁ ବନ୍ଧ କରିପାରେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୪ ।

ମୀନ - ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟକ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବେ । ନୈତିକତା ବୃଦ୍ଧୀ ହେବ । ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ । ନୀତିଯୁକ୍ତ ଓ ବିନୀତ ହୋଇପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.