ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
  • ||
  • ଉଦଳା : ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ
  • ||
  • ବାରଙ୍ଗ : ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍
  • ||

ସେପ୍ଟେମ୍ବର ୩୦ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

30/09/2019 at 8:14 AM

ମେଷ – କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ହେବ । ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ । ଦୁରଯାତ୍ରା କରିବାର ସୁଯୋଗ ରହିଛି । ପିଲାମାନେ କ୍ରୀଡା ପ୍ରତି ଆଗ୍ରହି ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ବୃଷ – ନିଜର ଗୁଣ ଗାରିମାକୁ ବଜାୟ ରଖିବେ । ବ୍ୟବସାୟରେ ଉନ୍ନତି ହେତୁ ଉଜ୍ୱଳ ଭବିଷ୍ୟତ କଳ୍ପନା କରିବେ । ସରକାରୀ କ୍ଷେତ୍ରରେ ଉନ୍ନତି ସହ ବିବାଦରେ ଜିତାପଟ ଏବଂ କର୍ମ କ୍ଷେତ୍ରରେ ବହୁ ଦାୟୀତ୍ୱବାନ ହେବେ ।  ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ମିଥୁନ – କର୍ମ କ୍ଷେତ୍ରରେ ସଫଳତା ପାଇବେ । ନୂତନ ଯାନବାହନ କିଣିବାକୁ ଚାହିଁବେ । ଅତିଥିମାନେ ଘରକୁ ଆସିବେ । ପଡୋଶୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ । ଦିନଟି ସାମାନ୍ୟ ଖରାପ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

କର୍କଟ – ମାନସିକ ଚିନ୍ତା ଦୂର ହେବ । ବ୍ୟବସାୟରେ ଅଗ୍ରଗତି କରିବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ଜ୍ଞାନ, ଗବେଷଣା କ୍ଷେତ୍ରରେ ସଫଳତା ମିଳିବ । ଅଧିକ ମାତ୍ରାରେ ଭାବପ୍ରବଣ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ସିଂହ – କର୍ମକ୍ଷେତ୍ରରେ ସଫଳତା ପାଇବେ । ନୂତନ କର୍ମ ଲାଭ ଓ ସାରକାରୀ କ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଏବଂ ହାକିମିଙ୍କର କୃପା ଲାଭ ହୋଇପାରେ । ପୂର୍ବ ଦିଗରୁ ଶୁଭ ସମ୍ବାଦ ମିଳିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୮ ।

କନ୍ୟା –ପାରିବାରିକ ସମ୍ପର୍କ ମଧୁର ହେବ । ବ୍ୟବସାୟରେ ଉନ୍ନତି ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ଚାକିରୀ କ୍ଷେତ୍ରରେ ଉଚ୍ଚ ପଦ ପାଇବେ । ନୂତନ ଦ୍ରବ୍ୟ ଘରକୁ ଆଣିବେ । ମହିଳାମାନେ ପୁରୁଣା ଜିନିଷକୁ ସଜାଇ ରଖିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

ତୁଳା – ପାରିବାରିକ କ୍ଷେତ୍ରରେ ଓ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ପ୍ରଶାସନ, ଶିକ୍ଷା, ଶିଳ୍ପ, ପରିବହନ କ୍ଷେତ୍ରରେ ଉନ୍ନତି ହୋଇପାରେ । ଦୂର ଯାତ୍ରା କରି, ଜ୍ଞାନ ଅର୍ଜନ କରିବେ । ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବିଛା – ସମସ୍ୟା ସମାଧାନ ହୋଇଯିବ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ । ସଂଗୀତ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ପତ୍ନୀଙ୍କ ସାହାର୍ଯ୍ୟ ପାଇବେ । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୨ ।

ଧନୁ – ମନ ଉତ୍ସାହିତ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ପିଲାମାନଙ୍କ ପାଇଁ ଚିନ୍ତିତ ରହିବେ । ଦକ୍ଷିଣ ଦିଗରୁ ଯାଗାବାଡି ମିଳିବ । ପାରିବାରିକ ସମ୍ପର୍କ ପଡୋଶୀମାନଙ୍କ ସହିତ ରହିବ । ଶୁଭ ରଙ୍ଗ ଲାଲ୍  । ଶୁଭ ଅଙ୍କ ୮ ।

ମକର – ଉଚ୍ଚସ୍ତରୀୟ ବ୍ୟକ୍ତିମାନେ ମିତ୍ର ହେବେ । ଚାକିରୀ କ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ବୈଦେଶିକ ବାଣିଜ୍ୟ କାରବାରରେ ବୃଦ୍ଧି ପାଇଁ ବିଦେଶ ଯାତ୍ରା କରିବେ । ଶୁଭ ରଙ୍ଗ ବାଦାମୀ  । ଶୁଭ ଅଙ୍କ ୧ ।

କୁମ୍ଭ  – ବାଣିଜ୍ୟ କାରବାରରେ ବୃଦ୍ଧି ଓ ଗୃହ ପରିବର୍ତ୍ତନ ହେବ । ପଡୋଶୀମାନଙ୍କ ସହିତ ମିଶିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବେ । ଗୁରୁଜନମାନଙ୍କର ସେବା କରିବେ । ଗୋମାତାର ସେବା କରି ନିଜକୁ ଧନ୍ୟ ମଣିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

ମୀନ – ପାରିବାରିକ ସମ୍ପର୍କ ମଧୁର ହେବ । ପୂର୍ବ ଦିଗରୁ ଯାଗାବାଡି ମିଳିବାର ସମ୍ଭାବନା ଅଛି । ଆକସ୍ମିକ ଧନ ଲାଭ ଓ ପାରିବାରିକ ସମ୍ପର୍କ ମଧୁର ହୋଇପାରେ । ଦେବାଦେବୀ ପୂଜାରେ ମନ ଦେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

   Related Posts