Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସେପ୍ଟେମ୍ବର ୨୭ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

27/09/2019 at 7:55 AM

ମେଷ – ସାହସ ବାନ୍ଧି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । କୃଷି ଉପରେ ଧ୍ୟାନ ଦେବେ । ଯାନବାହନ ସୁଖ ମିଳିପାରେ । ଶତ୍ରୁନାଶ କରି ନିଶ୍ଚିତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ବୃଷ – ସହକର୍ମୀଙ୍କ ସହଯୋଗ ପାଇବାକୁ ସକ୍ଷମ ହୋଇପାରନ୍ତି । ମାନ ବୃଦ୍ଧି ହୋଇପାରେ । ଭ୍ରମଣ ସୁଖ ମିଳିବ । ସ୍ୱଚ୍ଛତା କାର୍ଯ୍ୟ ହାତକୁ ନେଇ କୃତକାର୍ଯ୍ୟ ହେବେ ଏବଂ ସକଳଗୁଣର ଅଧିକାରୀ ମଧ୍ୟ । । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ମିଥୁନ – ଭ୍ରମଣ ସୁଖଦାୟକ ହେବ । ଆଶାବାଦୀ ଓ ବିବିଧ ଧନଯୁକ୍ତ ହୋଇପାରନ୍ତି । ତ୍ୟାଗଶୀଳ,ନୀତିନିଷ୍ଠ, ସହିଷ୍ଣୁ, ଚଳମନା ହେବେ । ଭୁଲବୁଝାମଣା ପାଇଁ ଭାଇମାନଙ୍କ ସହିତ କଳହ ହୋଇପାରେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୫ ।

କର୍କଟ – ଭଲ ଆୟ ହେତୁ ପରିବାରରେ ସୁଖ ବଜାୟ ରହିବ । ଉମ ଭୋଜନ ମିଳିବ । ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ନୂଆ ବନ୍ଧୁ ଜୁଟିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ସିଂହ – ସୃଜନଶୀଳ ପ୍ରତିଭାର ବିକାଶ ଘଟିବ । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଗୃହରେ ଶାନ୍ତିର ବାତାବାରଣ ପ୍ରବାହିତ ହୋଇପାରେ । ବସ୍ତ୍ରଭୂଷଣ ଲାଭ ହେବାର ସୂଚନା ମିଳୁଛି । ସାଧନାରେ ସିଦ୍ଧି ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କନ୍ୟା – ଲାଭ ପାଇବା ଆଶାରେ ଲୋଭ ବୃଦ୍ଧି ହୋଇପାରେ । ମୂଲ୍ୟବାନ ଦ୍ରବ୍ୟ ଲାଭ ଏବଂ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ କୃପା ଲାଭ କରିବେ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

ତୁଳା – ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଅନ୍ୟର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ । ଅନୁଗୃହୀତ ହୋଇପାରନ୍ତି । ଗୃହ ପରିବେଶ ସ୍ୱଚ୍ଛ ଓ ନିର୍ମଳ ରହିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୮ ।

ବିଛା – ମନ ପସନ୍ଦ ଦ୍ରବ୍ୟ ପାଇ ଉତ୍ଫୁଲ୍ଲିତ ହେବେ । ସୁଖ ଶାନ୍ତି ଓ ଆନନ୍ଦ ଉତ୍ସବରେ ଦିନଟି ବିତିବ । ଅତ୍ୟନ୍ତ ସୁଖ ଲାଭ କରି ଆନନ୍ଦିତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ-ସମୃଦ୍ଧି ଆଶାକରାଯାଏ । ଶୁଭ ରଙ୍ଗ ଗୋଲଡେନ୍ । ଶୁଭ ଅଙ୍କ ୨ ।

ଧନୁ – ଧନକ୍ଷୟ ହେବାର ସମ୍ଭାବନା ଅଛି । ଶାରିରୀକ ଓ ମାନସିକ ସ୍ତରରେ କ୍ଳେଶ ଦେଖାଦେଇପାରେ । ନୀତିଯୁକ୍ତ ହୋଇପାରନ୍ତି । ବିଦ୍ୟାବାନ୍ ହେବେ ।ଚତୁର ହେବା ଆଶା କରାଯାଏ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା କରିବା ମନା । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

ମକର – ବିଳାସ ବ୍ୟସନ ଦ୍ରବ୍ୟ ଲାଭ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବା ସହ ହର୍ଷ-ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି । ସର୍ବତ୍ର ଶୁଭ ଆଶା କରାଯାଏ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୪ ।

କୁମ୍ଭ – ପୈତୃକ ସମ୍ପିକୁ ନେଇ ମନ ଅଶାନ୍ତ ରହିପାରେ । କୌଣସି କାରଣରୁ ସାମୟିକ ଭାବେ ମନରେ କ୍ରୋଧ ଜାତ ହୋଇପାରେ । ନୀତିରୁ ବିଚ୍ୟୁତ ହେବେ ନାହିଁ । ଗୁଣବାନ୍ ଓ ଯୁଦ୍ଧ ପ୍ରିୟ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ମୀନ – ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତର ଧାରା ଅବ୍ୟାହତ ରହିପାରେ । ପୁତ୍ର ଓ କନ୍ୟାଙ୍କ ପାଇଁ ଗର୍ବିତ ହୋଇପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

   Related Posts