Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସେପ୍ଟେମ୍ବର ୨୬ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

26/09/2019 at 7:34 AM

ମେଷ – ଆଗକୁ ବଢିବା ଲାଗି ସୁଯୋଗ ମିଳିବ । ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ପାଠପଢାରେ ପିଲାମାନେ ଧ୍ୟାନ ଦେବେ ନାହିଁ । ଶୁଭ ରଙ୍ଗ କ୍ରିମ । ଶୁଭ ଅଙ୍କ ୩ ।

ବୃଷ – ବ୍ୟବସାୟ ସମ୍ବନ୍ଧିତ କୌଣସି ମହତ୍ତ୍ୱପୂର୍ଣ୍ଣ ବୈଠକ ହେବ । ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ । ପ୍ରେମ ସମ୍ବନ୍ଧରେ ଗଭୀରତା ବଢିବ । ମହିଳାମାନଙ୍କ ସାହାର୍ଯ୍ୟ ପାଇ ଉନ୍ନତି କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ମିଥୁନ – ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହେବ । ଧନଲାଭର ନୂଆ ରାସ୍ତା ଖୋଲିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ପ୍ରେମରେ ସଫଳତା ମିଳିବ । ସହଯୋଗୀ ବ୍ୟବସାୟ ଲାଭଜନକ ହୋଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

କର୍କଟ – ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ । ସମାଜରେ ମାନ ସମ୍ମାନ ବଢିବ । ଆପଣ କୌଣସି ନୂଆ କାମ କରିବା ଲାଗି ଭାବିବେ । ମହିଳାମାନଙ୍କ ପାଇଁ ସୌଭାଗ୍ୟର ଦିନ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ସିଂହ – ଆପଣଙ୍କ ମନ ପ୍ରସନ୍ନ ରହିବ । ଅନ୍ୟମାନଙ୍କ ସହିତ ଥଟ୍ଟାମଜା କରିବେ । ଉନ୍ନତି ପାଇଁ କିଛି ନୂଆ ସାଧନ ମିଳିପାରେ । ନୂଆ ବାଣିଜ୍ୟ ବ୍ୟବସାୟ ଆପଣଙ୍କୁ ଲାଭ ଦେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କନ୍ୟା – ନୂଆ ସମ୍ବନ୍ଧରୁ ଆପଣଙ୍କୁ ଲାଭ ମିଳିପାରେ । ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି । ଛାତ୍ରଙ୍କୁ କୌଣସି ପରିଯୋଜନାରେ ସଫଳତା ମିଳିବ । ପିଲାମାନେ ପାଠପଢା ପାଇଁ ଦୂର ଯାତ୍ରା କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ତୁଳା – ନିଜ କାମରେ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ । ନିଜେ କଥା କହିବା ବେଳେ ଅନ୍ୟର କଥାକୁ ଧ୍ୟାନ ଦେଇ ଶୁଣନ୍ତୁ । ବେପାର ବିଷୟରେ ଆପଣଙ୍କ ମନରେ ନୂଆ ବିଚାର ଆସିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

ବିଛା – ନିଜର ଶକ୍ତିକୁ ଭଲ କାମରେ ନିୟୋଜିତ କରିବେ । ଚାକିରିଆଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ । ପ୍ରେମରେ ବିଫଳ ହୋଇପାରନ୍ତି । ପାରିବାରିକ ଜୀବନ ସୁଖ ମୟ ରହିବ । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୯ ।

ଧନୁ – ଦିନଟି ବଢିଆ ରହିବ । କୌଣସି କଥାକୁ ନେଇ ଖୁସି ହୋଇପାରନ୍ତି । କାମ ସମ୍ବନ୍ଧରେ କିଛି ଲୋକ ଆପଣଙ୍କୁ ପରାମର୍ଶ ମାଗିପାରନ୍ତି । ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ । ମହିଳାମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ମକର – ଭାଗ୍ୟର ସହଯୋଗ ମିଳିବା ହେତୁ ସବୁ ଅନୁକୂଳ ହେବ । କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢିବେ । ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ । ପିଲାମାନେ କ୍ରୀଡା କ୍ଷେତ୍ରରେ ମନ ବଳାଇବେ । ଶୁଭ ରଙ୍ଗ ଗାଢ ଧଳା । ଶୁଭ ଅଙ୍କ ୩ ।

କୁମ୍ଭ – ପରିବାର କାମରେ ବ୍ୟସ୍ତ ରହିବେ । ଛୋଟ ଛୋଟ କଥାରେ କ୍ରୋଧ ପାଇଁ କ୍ଷତି ହୋଇପାରେ । ନେଣଦେଣରେ ବଡଙ୍କ ସମ୍ମତି ଲାଭପ୍ରଦ ରହିବ । ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଶୁଭ ରଙ୍ଗ ଆକାଶୀ ନୀଳ । ଶୁଭ ଅଙ୍କ ୭ ।

ମୀନ – ଆପଣଙ୍କର ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହେବ । ସମାଜିକ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ନୂଆ ଲୋକଙ୍କ ସହିତ ଶିଷ୍ଟାଚାରରେ ରହନ୍ତୁ । ବ୍ୟବସାୟରେ ଦୂର ଯାତ୍ରା କରି ସଫଳ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୮ ।

   Related Posts