Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସେପ୍ଟେମ୍ବର ୨୫ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

25/09/2019 at 8:03 AM

ମେଷ – କର୍ମଫଳ ଭୋଗ କରିପାରନ୍ତି । ଉଦାର ସ୍ୱଭାବ ଓ ଦାନଶୀଳ ଏବଂ ସୁଖୀ ହେବେ । ଉମ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ପରିଗଣିତ ହୋଇ ଗର୍ବ ଅନୁଭବ କରିବେ । କୃଷି କର୍ମକାରୀ ଓ ବୁଦ୍ଧିମାନ ହୋଇପାରନ୍ତି । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୭ ।

ବୃଷ – ଦେବ-ଦେବ ମହାଦେବଙ୍କ ଦର୍ଶନ ପାଇ କରି ଆତ୍ମସନ୍ତୋଷ ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫରେ ସମାନ୍ୟ କଷ୍ଟ ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୩ ।

ମିଥୁନ – ଉମ ବ୍ୟକ୍ତିତ୍ୱ ସମ୍ପନ୍ନ ଓ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପରମ ସୌଭାଗ୍ୟଶାଳୀ ହୋଇପାରନ୍ତି । ମିତ୍ର ସୁଖ ଲାଭ କରିପାରନ୍ତି । ପିଲାମାନେ ବିଦ୍ୟା ପାଇଁ ଦୂର ଯାତ୍ରା କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

କର୍କଟ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ସରକାରୀ କିମ୍ବା ବନ୍ଧୁ ସାହାର୍ଯ୍ୟ ପାଇ ଲାଭବାନ୍ ହୋଇପାରନ୍ତି । ମୋକଦ୍ଦମାରେ ବିଜୟୀ ଓ ଧନ ଲାଭ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ସିଂହ – କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ଉପୁଜି ପାରେ । ବ୍ୟବସାୟରେ ସଫଳତା ପାଇବେ । ଚଳ ସ୍ୱଭାବର ହେବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର ବଚନ କହି ପରକୁ ଆପଣାର କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

କନ୍ୟା – ମନରେ ପ୍ରଫୁଲ୍ଲତା ଆସିବ । ରୋଜଗାର ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରୁ ସମ୍ମାନିତ ହେବାର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୧ ।

ତୁଳା – ଭାବି ନ ଥିବା ଘଟଣା ଘଟିପାରେ ଏବଂ ଅଧିକ ପରିଶ୍ରମ ପଡିଲେ ବି ତା’ର ମୂଲ୍ୟ ମିଳିବ । ବଂଶର ମର୍ଯ୍ୟାଦା ବୃଦ୍ଧି କରିବାରେ ସହାୟକ ହେବେ । ମନରେ ପ୍ରସନ୍ନତା ଭାବ ଆସି ପାରେ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ବିଛା – ଭାଗ୍ୟଶାଳୀ ହେବାର ସୂଚନା ମିଳୁଛି । ଭୋଗ ବିଳାସରେ ସମୟ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧି ଲାଭ କରି ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ଧନୁ – ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚିତ ହେବେ, ମାତ୍ର ସୁଖ ମିଳିବ । କଷ୍ଟକର ବ୍ୟାପାର ଓ ସ୍ୱାଭିମାନୀ ହୋଇପାରନ୍ତି । ସହ ଯୋଗୀ ବ୍ୟବସାୟ ଲାଭଜନକ ହେବ । ସର୍ଦି ତଥା କଫ ଜନିତ ପୀଡା ଭୋଗ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ମକର – ଆର୍ଥିକ ଅବସ୍ଥାର ଉନ୍ନତି ଘଟିବ । ବନ୍ଧୁ ସହଯୋଗ ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ ହେବ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୪ ।

କୁମ୍ଭ – ଅଯଥା ଖର୍ଚ୍ଚ କରି ଅନୁତପ୍ତ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚର୍କୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମୀନ – ଭାବିଚିନ୍ତି କାର୍ଯ୍ୟ କଲେ ସଫଳତା ପାଇବେ । ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ବିଭିନ୍ନ ଦିଗରୁ ଅର୍ଥାଗମ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

   Related Posts