Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ସେପ୍ଟେମ୍ବର ୨୩ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

23/09/2019 at 7:44 AM

ମେଷ – ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ । ମିତ୍ରଙ୍କ ଠାରୁ ସହଯୋଗ ମିଳିପାରେ । ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଚିନ୍ତିତ ରହିବେ, କିନ୍ତୁ ମା’ ଙ୍କ କୃପାରୁ ସରକାରୀ ସାହାର୍ଯ୍ୟ ପ୍ରାପ୍ତ କରିପାରନ୍ତି । ସନ୍ତାନ ସୁଖ ପ୍ରାପ୍ତ କରିବେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୧ ।

ବୃଷ – ଦିନଟି ଶୁଭଙ୍କର । ବ୍ୟବସାୟରେ ପୁଞ୍ଜି ଲଗାଇଲେ ଲାଭ ମିଳିପାରେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଆଶା କରାଯାଏ । ପଡୋଶୀଙ୍କ ସହ କଳି ଝଗଡା ହୋଇପାରେ । ପରିବାରରେ ଅଶାନ୍ତି ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ମିଥୁନ – ପୁରୁଣା ବନ୍ଧୁଙ୍କ ସହ ମିଶିବା ପାଇଁ ସୁଯୋଗ ମିଳିବ । କୌଣସି ଭଲ କାମ ମିଳିପାରେ । ପରିଶ୍ରମରେ ଥକ୍କାମାରି କିଛି ସମୟ ବିଶ୍ରାମ ନେଇ ପାରନ୍ତି । ଥଣ୍ଡା କଫରେ ପୀଡିତ ହେବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୫ ।

କର୍କଟ – କାମ ପାଇଁ ପ୍ରଶଂସିତ ହେବେ । ଦୂର ଯାତ୍ରା କରିବେ, ଅଧିକ ଖର୍ଚ୍ଚ ମଧ୍ୟ ହେବ । ସରକାରୀ କୃପାଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତି ସହ ସମ୍ମାନ ମିଳିବ । ହଠାତ୍ କିଛି ଅର୍ଥ ମିଳିପାରେ । ଶୁଭ ରଙ୍ଗ ଆକାଶୀ ନୀଳ । ଶୁଭ ଅଙ୍କ ୯ ।

ସିଂହ – ସମାଜରେ ମାନ-ସମ୍ମାନ ବଢିବ । ବୈବାହିକ ଜୀବନ ସୁଖକର ହେବ । ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ । ର୍କୀି, ର୍ମି, ସ୍ୱ, ସନ୍ତୋଷ ମିଳିବ । ବ୍ୟବସାୟ ଲାଭରେ ପାଇଁ ବହୁତ କଷ୍ଟ କରିବାକୁ ପଡିବ । ସୁଖ ଭୋଗ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

କନ୍ୟା – ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା , ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଜନୈକା ମହିଳା ସହାୟତା କରିବେ । ଭାଗ୍ୟଶାଳୀ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

ତୁଳା – ଖୁସି ଖବର ଆସିପାରେ । ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ । ଚଳ ଚେଷ୍ଟିତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୮ ।

ବିଛା – ସକାରାତ୍ମକ ଭାବନାରେ ରହନ୍ତୁ, କାମ କରିବା ସହଜ ହେବ । ବନ୍ଧୁମାନଙ୍କ ସାହାର୍ଯ୍ୟ ମିଳିବ । ବନ୍ଧୁଙ୍କ ସହାୟାତ ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବା ସହ ପରିବାର ସୁଖ ପାଇବେ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୧ ।

ଧନୁ – ନିଜ ବୃିରେ ସଫଳତା ମିଳିବ ଓ ଲାଭବାନ ଏବଂ ବଳିଷ୍ଠ ହେବେ । ଶତ୍ରୁ ହନ୍ତା ହୋଇପାରନ୍ତି । ମିଥ୍ୟାଚାର ଠାରୁ ଦୂରେଇ ରହିବେ । ସର୍ବାଙ୍ଗୀଣ ଉନ୍ନତି ହେବାର ସୂଚନା ମିଳୁଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ମକର – ବ୍ୟକ୍ତିଗତ କାର୍ଯ୍ୟରେ ସମସ୍ୟା ଉପୁଜିପାରେ । ଅନ୍ୟ ସହିତ କଥା କହିବା ବେଳେ ଏବଂ ଯାତାୟାତବେଳେ ସତର୍କ ରହନ୍ତୁ । ହଠାତ୍ କିଛି ପାଇଥିବା ଅର୍ଥ ଲଗାଣରେ ସହାୟକ ହେବ । ସାହସୀ ହେବେ । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୩ ।

କୁମ୍ଭ – ଆଗକୁ ବଢିବା ଲାଗି ସୁଯୋଗ ମିଳିବ । ପରିବାରବର୍ଗଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି । ଦୃଢମନୋବଳ ନେଇ କାର୍ଯ୍ୟ କରିବେ । ଯାନବାହନ ସୁଖ ମିଳିପାରେ । ଶୁଭ କାର୍ଯ୍ୟ କରଣୀୟ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।

ମୀନ – ନୂଆ ସୁଯୋଗ ଓ ସମ୍ଭାବନା ସୃଷ୍ଟିର ଦିନଟିଏ । ରାଜନୀତିରେ ସଫଳତା ମିଳିପାରେ । ଜୀବନସାଥୀଙ୍କ ସହ ମନ ମିଶିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପିଲାମାନେ ବିଦ୍ୟା ପାଇଁ ଦୂର ଯାତ୍ରା କରିବେ । ଶୁଭ ରଙ୍ଗ ଗାଢ ଲାଲ । ଶୁଭ ଅଙ୍କ ୨ ।

   Related Posts