୧୫ ଅକ୍ଟୋବର, ସୋମବାର

Published By : Prameya-News7 Bureau | October 15, 2018 IST

ମେଷ – ସନ୍ତାନ ସୁଖ ମିଳିପାରେ । ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ପାରିବାରିକ ସୁଖ ମିଳିବ । ବୃଷ – ଜିରା ଖାଇ ଯାତ୍ରା କଲେ ସଫଳତା ମିଳିବ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମିଥୁନ - ଉପୁଜି ଥିବା ଅଶାନ୍ତି ଦୂର ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍କଟ- ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାରୁ ସମ୍ଭାବନା ଅଛି । ଭାଗ ବ୍ୟବସାୟରୁ ସାମାନ୍ୟ ଲାଭ ମିଳିପାରେ । ସିଂହ – ନୂତନ କର୍ମରେ ଯୋଗଦେଇ ଖୁସି ହୋଇପାରନ୍ତି । ମନରେ ପ୍ରସନ୍ନତା ଦେଖା ଦେବ । ସନ୍ତାନ ସୁଖ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କନ୍ୟା – ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ ହେବ । ତୁଳା – ଚିନ୍ତାଗ୍ରସ୍ତ ହୋଇପାରନ୍ତି । କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ହୋଇପାରେ । ଚଞ୍ଚଳ ଚେଷ୍ଟିତ ହେବେ । ଯେକୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି । ବିଛା – ଆୟ ବୃଦ୍ଧିର ସୂଚନା ମିଳୁଛି । ପାରିବାରିକ ସୁଖ ଅବ୍ୟାହତ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଗୃହର ପରିବେଶ ପ୍ରଦୂଷଣମୁକ୍ତ ହେବ । ଧନୁ – ପ୍ରଶଂସା ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖ ଅବ୍ୟାହତ ରହିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ମକର – ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଧନାଗମ ହେବ । ବ୍ୟୟବୃଦ୍ଧିର ସୂଚନା ମିଳୁଛି । ନୀତିଜ୍ଞ ହେବେ । କିର୍ତ୍ତିମାନ ହେବେ । ମନ ପ୍ରସନ୍ନ ରହିବ । କୁମ୍ଭ - କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ଥାର କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । ମୀନ - ଅନେକ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । କାର୍ଯ୍ୟ ହାସଲ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଖର୍ଚ୍ଚ ପରିମାଭ ବୃଦ୍ଧି ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.