Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସେପ୍ଟେମ୍ବର ୨୨ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

22/09/2019 at 9:28 AM

ମେଷ–ଶ୍ରୀଚନ୍ଦ୍ର ପ୍ରଭାବରେ ଅର୍ଥଲାଭ, ବ୍ୟବସାୟିକ ଉତ୍କର୍ଷତା, ବନ୍ଧୁ ସମ୍ପର୍କରେ ଉନ୍ନତି ହେବ କିନ୍ତୁ ଜନ୍ମଚନ୍ଦ୍ର ହେତୁ ଯାତ୍ରା,ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିପାରେ । ପାରିବାରିକ ସମସ୍ୟାର ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ ।ଶୁଭରଙ୍ଗ ଆକାଶୀ ବାଦାମୀ ।ଶୁଭ ଅଙ୍କ ୬ ।

ବୃଷ–କର୍ମାଧିପତି ଶୁଭଦୃଷ୍ଟି କାର୍ଯ୍ୟସାଦନ ପାଇଁ ଅନୁକୂଳ ରହିବ ।କିନ୍ତୁ ନିଜ ଲୋକମାନଙ୍କଠାରୁ ସାହାର୍ଯ୍ୟ ଆଶା ମଉଳି ଯିବ ।କୌଣସି ସାମାଜିକ କିମ୍ବା ଆନୁଷ୍ଠାନିକ କାମରେ ଯୋଗ ଦେବେ । ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ।ଶୁଭରଙ୍ଗ ଫିକାଲାଲ ।ଶୁଭ ଅଙ୍କ ୪ ।

ମିଥୁନ – ଧନାଧିପ ଏକାଦଶସ୍ଥ ଯୋଗୁ ଯାହା ଆଶା କରୁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡିକୁ ସଫଳତାର ସହ ସମ୍ପନ୍ନ କରିବେ ।ବ୍ୟବସାୟରେ କ୍ରମଶଃ ସମସ୍ୟା ବଢିବଢି ଯିବ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୭ ।

କର୍କଟ–ଚନ୍ଦ୍ରଙ୍କ ସୁପ୍ରଭାବରେ ସମସ୍ୟାଗୁଡିକର ସରଳ ସମାଧାନ କରିବାରେ ସଫଳ ହେବେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୩ ।

ସିଂହ –ରାଶିରେ ମଙ୍ଗଳ ସାମାନ୍ୟତଃ କାମରେ ଅଗ୍ରଗତି ସାଙ୍ଗକୁ ପାରିବାରିକ ଦିଗକୁ ନିୟନ୍ତ୍ରଣ ମଧ୍ୟରେ ରଖିବ । ପରିସ୍ଥିତିବଶତଃ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ ଆକାଶୀ ।ଶୁଭ ଅଙ୍କ ୮ ।

କନ୍ୟା –ଚନ୍ଦ୍ର ଓ ବୃହସ୍ପତିଙ୍କ ପାରସ୍ପରିକ ଦୃଷ୍ଟି ପାରିବାରିକ ସ୍ଥିତି ସାଙ୍ଗକୁ ବ୍ୟବସାୟିକ ସଫଳତା ପ୍ରଦାନ କରିବ ।ବନ୍ଧୁକଥାରେ ପ୍ରଭାବିତ ହୋଇ ଭୁଲକାମ କରିପାରନ୍ତି । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୭ ।

ତୁଳା–ଶନିଙ୍କ ପ୍ରଭାବରେ ପରିବାରରେ ସୁଖଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କଲେ ମଧ୍ୟ ପୂର୍ଣ୍ଣମାତ୍ରାରେ ସଫଳତା ପାଇବେନାହିଁ ।ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ ।ଶୁଭରଙ୍ଗ ହଳଦୀଆ ।ଶୁଭ ଅଙ୍କ ୧ ।

ବିଛା–ଗତକାଲିଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛିଟା ପରିବର୍ତ୍ତନର ଆଶା କରାଯାଇପାରେ ।ଏକାଦଶରେ ଅନ୍ୟ ଦୁଇଟି ଗ୍ରହ ସହରବିଯୋଗୁ କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୫ ।

ଧନୁ –ଚନ୍ଦ୍ରଙ୍କ ଦ୍ୱାରା ସୃଷ୍ଟି ବିପରୀତ ରାଜଯୋଗ ପ୍ରଭାବରୁ ସମସ୍ୟା ଆସିଲେ ମଧ୍ୟ ତାହାର ସରଳ ସମାଧାନ କରିବାରେ ସମର୍ଥ ହେବେ ।ରତ୍ପାନି ବାଣିଜ୍ୟ କ୍ଷେତ୍ରରେ, ଆଲୋଚନା ପରିସରରେ, ସଭାସମିତିରେ, ତର୍କ ଓ ବିବାଦରେ, ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିବେ ।ଶୁଭରଙ୍ଗ ବାଦାମୀ ।ଶୁଭ ଅଙ୍କ ୧ ।

ମକର–କର୍ମସ୍ଥାନରେଏକାଧିକ ଗ୍ରହଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ରହିଥିବାରୁ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସବୁକାମଗୁଡିକ ବିଳମ୍ବିତ ସମୟରେ ହିଁ ସମ୍ପନ୍ନ ହେବ । ତଥାପି ଶ୍ରବଣା ନକ୍ଷତ୍ର କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି କେତେକାଂଶରେ ସଫଳତା ପାଇପାରିବେ ।ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୪ ।

କୁମ୍ଭ -ବୃହସ୍ପତିଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ଓ ସଫଳତା ମଧ୍ୟ ପାଇବେ । ନିଜ ନିଜର କିଛି ସ୍ୱାର୍ଥହାସଲ ପରିପ୍ରେକ୍ଷୀରେ ପାଖ ପଡୋଶୀ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି ।ଜମିଜମା ବିବାଦରେ ଉପକୃତ ହେବେ ।ଶୁଭରଙ୍ଗ ଗୋଲାପି । ଶୁଭ ଅଙ୍କ ୩ ।

ମୀନ – ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ସମସ୍ୟାଗୁଡିକୁ ସାମନା କରି କାର୍ଯ୍ୟସିଦ୍ଧି ଘଟାଇବେ ।ବିବ୍ରତବୋଧ କରିପାରନ୍ତି । ଆରୋଗ୍ୟଲାଭ ସାଙ୍ଗକୁ ନୂତନ କର୍ମାରମ୍ଭ ସକାଶେ ଯୋଜନା ତିଆରି କରିପାରନ୍ତି ।କାମଗୁଡିକ ସଂପନ୍ନ କରିବାରେ ଅସୁବିଧା ହେବ ନାହିଁ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୮ ।

   Related Posts