ସେପ୍ଟେମ୍ବର ୨୧ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 21, 2019 IST

ମେଷ – ଦିନଟି ବହୁତ ଭଲ ଓ ସମ୍ବନ୍ଧରେ ମିଷ୍ଟତା ବଜାୟ ରହିବ । କ୍ୟାରିୟରରେ ପରିର୍ବନ ଆଣିବାର ସଫଳ ରହିବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଛାତ୍ରଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ । ଶୁଭ ରଙ୍ଗ ଆକାଶୀ ଧଳା । ଶୁଭ ଅଙ୍କ ୭ ।

ବୃଷ – ଆପଣଙ୍କୁ ଭାଗ୍ୟର ପୂରାପୂରି ସାଥ ମିଳିବ । ଅଫିସରେ ଆପଣଙ୍କର ଆତ୍ମବିଶ୍ୱାସ ଦେଖି ର୍କୃପକ୍ଷ ପ୍ରସନ୍ନ ହେବେ । କାରବାରରେ ଅଚାନକ ଲାଭ ହୋଇପାରେ । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ସୁଯୋଗ ମିଳିବ । ଶୁଭ ରଙ୍ଗ ଫିକା ହଳଦୀଆ । ଶୁଭ ଅଙ୍କ ୨ ।

ମିଥୁନ - ଆପଣଙ୍କର ନୂଆ କାର୍ଯ୍ୟରେ ରୁଚି ବଡିବ । ପରିବାରରେ ସୁଖ ଶାନ୍ତିର ମହୋଲ ବଜାୟ ରହିବ । ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନିତ କରାଯାଇପାରେ । ବ୍ୟବସାୟିଙ୍କୁ ବଢିଆ ସୁଯୋଗ ମିଳିବ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୬ ।

କର୍କଟ – କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ । ରାଜନୀତିରେ ସାକ୍ଷାତ୍ ଆଲୋଚନା ଭଲ ରହିବ । କଂପାନିରେ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହୋଇପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

ସିଂହ – ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ମନର ବିଶ୍ୱାସ ବୃଦ୍ଧି ହେବ । ବଡ ସୁଯୋଗ ମିଳିବା ଯୋଗୁଁ ଧନ ଲାଭ ହେବ । ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ । ମହିଳାମାନଙ୍କର ରାନ୍ଧଣା ଖୁବ୍ ସ୍ୱାଦିଷ୍ଟ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କନ୍ୟା – ଆପଣଙ୍କର କୌଣସି ମିତ୍ର ସାହାର୍ଯ୍ୟକାରୀ ସାବ୍ୟସ୍ତ ହେବେ । ସାମାଜିକ ସ୍ତରରେ ଆପଣଙ୍କର ଲୋକ ପ୍ରିୟତା ବୃଦ୍ଧି ହେବ । ଚାକିରି ବୃିରେ ଲାଭ ପାଇବେ । ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧରେ ଭଲ ଖବର ପାଇବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ତୁଳା – ଆପଣଙ୍କ ଲାଗି ବଢିଆ ଦିନଟିଏ । ଆପଣଙ୍କର ଉର୍ଜାକୁ ଭଲ କାମରେ ଲଗାଇବେ । ପରିଧାନ ବ୍ୟବସାୟୀ ବ୍ୟବସାୟର ବିସ୍ତାର କରିବେ । ଶିକ୍ଷକଙ୍କ ଠାରୁ ଲେଖାପଢାରେ ସଂପୂର୍ଣ୍ଣ ସହଯୋଗ ମିଳିବ । ଶୁଭ ରଙ୍ଗ ଗାଢ ଲାଲ । ଶୁଭ ଅଙ୍କ ୯ ।

ବିଛା – ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ । ନିଜର ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ । ଅଫିସରେ ଆପଣଙ୍କ କାମର ପ୍ରଶଂସାର ହେବ । ବ୍ୟବସାୟରେ ଯଥେଷ୍ଟ ଲାଭ ହେବ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୭ ।

ଧନୁ – ଦିନଟି ସକାରାତ୍ମକ ଭରା ରହିବ । ଆପଣଙ୍କୁ କୌଣସି ବଡ ସଫଳତା ମିଳିବ । ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି । ପରିବାରରେ ସୁଖ ଶାନ୍ତି ବୃଦ୍ଧି ଓ ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୬ ।

ମକର – ଦିନଟି ଆପଣଙ୍କ ଲାଗି ଉମ ରହିବ । ଏଭଳି ଲୋକଙ୍କ ସହିତ ଆପଣଙ୍କର ସାକ୍ଷାତ୍ ଆଲୋଚନା ହେବ, ଯାହାକି ଭବିଷ୍ୟତରେ ଲାଭଦାୟକ ସାବ୍ୟସ୍ତ ହେବେ । ବେପାର ବାଣିଜ୍ୟରେ ଲାଭ ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

କୁମ୍ଭ - ଦିନଟି ମିଶ୍ରିତ ପ୍ରତିକ୍ରିୟା ରହିବ । ବଡ ନିବେଶରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ବଢିଆ ରହିବ । ସ୍ୱାସ୍ଥ୍ୟରେ ସମସ୍ୟା ଉତ୍ପନ୍ନ ହୋଇପାରେ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ମୀନ - କର୍ମକ୍ଷେତ୍ରରୁ ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡି ଯାଇପାରେ । ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରି ପାରନ୍ତି । ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ କ୍ରିମ୍ । ଶୁଭ ଅଙ୍କ ୫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.