ସେପ୍ଟେମ୍ବର ୧୯ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 19, 2019 IST

ମେଷ – କର୍ମକ୍ଷେତ୍ରରେ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ,ଆର୍ଥିକ କ୍ଷେତ୍ରରେ ଉନ୍ନତି । ଉଜ୍ଜ୍ୱଳ ଭବିଷ୍ୟତର ପରିକଳ୍ପନା, ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ମହିଳାମାନେ ଘର କାମରେ ସଫଳତା ପାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ବୃଷ – ନୂତନ କର୍ମ ସଂସ୍ଥାନ ସ୍ଥିର ଏବଂ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ । ନୂତନ କାର୍ଯ୍ୟରେ ଅଗ୍ରଗତି କରିବେ । ବହୁ ଦିନରୁ ଚାଲିଥିବା ଯୋଜନା କାର୍ଯ୍ୟକାରୀ ହୋଇଯିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ମିଥୁନ - ଉଚ୍ଚ ଭାବନା ଜାଗ୍ରତ ଓ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ସତ୍ୟପଥରେ ଯାତ୍ରା କରିବେ । ପାରିବାରିକ ସମ୍ପର୍କରେ କଟୁତା ଆସିପାରେ ସେଥିପାଇଁ କ୍ରୋଧ କରିବେ ନାହିଁ । ମହିଳାମାନେ ଘର କାମରେ ସଫଳତା ପାଇବେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୭ ।

କର୍କଟ – ଉଚିତ ମାର୍ଗ ଅନୁସନ୍ଧାନ କରିବେ । ବାଣିଜ୍ୟ କ୍ଷେତ୍ରରେ ସଫଳତା ଓ ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ । ଛାତ୍ରଛାତ୍ରୀମାନେ ଜ୍ଞାନ, ଗବେଷଣା ଦିଗରେ ଅଗ୍ରଗତି ପାଇଁ ଚେଷ୍ଟାରତ ରହିବେ  । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।

ସିଂହ – ନୂତନ ଦିଗରୁ ଧନଲାଭ ହେବ । ବାଣିଜ୍ୟ,ବ୍ୟବସାୟରେ ଉନ୍ନତି ଲାଗି ବହୁତ ଚେଷ୍ଟା କରିବେ । ନୂତନ ଅନୁଷ୍ଠାନରେ ଯୋଗ ଦେବେ । ବନ୍ଧୁମାନଙ୍କର ହିତ ଲାଗି କାମ କରିବେ । ମହିଳାମାନେ ଶୁଭ ଖବର ପାଇବେ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୩ ।

କନ୍ୟା – ଉଜ୍ଜଳ ଭବିଷ୍ୟତ କଳ୍ପନା କରିବେ । ବ୍ୟବସାୟରେ ଉନ୍ନତି ଓ ଜ୍ଞାନ ଗବେଷଣା କ୍ଷେତ୍ରରେ ଉନ୍ନତି ହେବ । ଆର୍ôଥକ କ୍ଷେତ୍ରରେ ଉନ୍ନତି  ହୋଇପାରେ । ଆଇନ ଅଦାଲତରେ ସଫଳତା ପାଇବେ । ଶତ୍ରୁମାନେ ଦୁର୍ବଳ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ତୁଳା – ଦୂରସ୍ଥାନ ଭ୍ରମଣ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ନୂତନ ଦାୟୀତ୍ୱ ଗ୍ରହଣ କରିବେ । ପ୍ରଶାସନ, ଶିକ୍ଷା, ଶିଳ୍ପ, ପରିବହନ, ପ୍ରକାଶନ କ୍ଷେତ୍ରରେ ସଫଳତା ପାଇବେ । ନୂତନ ଯାଗାବାଡି କିଣିବାକୁ ଚାହିଁବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ବିଛା – କର୍ମକ୍ଷେତ୍ରରେ କେତେକ ସମସ୍ୟା ସୃଷ୍ଟି ହେବ । ବାଣିଜ୍ୟରେ ଉନ୍ନତି ସହ ନିଜର ଲୋକ ବିରୁଦ୍ଧାଚରଣ କରିବେ । ଆର୍ଥିକ ସ୍ଥିତି ସୁଧୁରିବ । ପୂର୍ବରୁ ଥିବା ଭୂମି ବିବାଦ ତେଜି ଉଠିବ । ପଡୋଶୀ ସମ୍ପର୍କ ମଧୁର ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ଧନୁ – କର୍ମ କ୍ଷେତ୍ରରେ ସଫଳତା ଓ ବାଣିଜ୍ୟରେ ପ୍ରତି ବନ୍ଧକ ସତ୍ତେ୍ୱ ଆପଣଙ୍କର ଉନ୍ନତି ହେବ । କପା ବ୍ୟବସାୟରେ ଉନ୍ନତି କରିବେ । ନିଜର କର୍ମ ବଳରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ । ଶୁଭ ରଙ୍ଗ ଧଳା  । ଶୁଭ ଅଙ୍କ ୭ ।

ମକର – ବଡଧରଣର କାର୍ଯ୍ୟରେ ବିଜୟୀ ହେବେ । ନିଜର କୃତିତ୍ୱ ବଳରେ କର୍ମ କ୍ଷେତ୍ରରେ ସଫଳତା ପାଇବେ । ପ୍ରଶାସନିକ କ୍ଷେତ୍ରରେ ଉନ୍ନତି ଓ ଆର୍ଥିକ ସ୍ଥିତି ବଳବାନ ହେବ । ମହିଳାମାନେ ଘରକାମରେ ସଫଳତା ପାଇବେ । ଶୁଭ ରଙ୍ଗ ଧଳା  । ଶୁଭ ଅଙ୍କ ୨ ।

କୁମ୍ଭ  -  ନିଜର କୃତିତ୍ୱ, କର୍ମନିଷ୍ଠା ଓ ଚେଷ୍ଟା ବଳରେ ସମସ୍ୟାର ସମାଧାନ କରିବେ । ପାରିବାରିକ ସମ୍ପର୍କ ମଧୁର ହେବ । ନୂତନ ଦାୟୀତ୍ୱ ଗ୍ରହଣ କରିବେ । ପାରିବାରିକ ସମ୍ପର୍କ ମଧୁର ହେବ । ଆର୍ଥିକ ସ୍ଥିତି ବଳବାନ ହେବ । ଶୁଭ ରଙ୍ଗ ଧଳା  । ଶୁଭ ଅଙ୍କ ୮ ।

ମୀନ - ନୂତନ ଦାୟୀତ୍ୱ ଗ୍ରହଣ କରିବେ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ସାହିତ୍ୟ,କଳା, ସଂସ୍କୃତି କ୍ଷେତ୍ରରେ ଉନ୍ନତି ହେବ । ନୂତନ ଯାଗାବାଡି ମିଳିବ । ଜନମଙ୍ଗଳ କାର୍ଯ୍ୟରେ ମନ ଦେବେ  । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.