Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେପ୍ଟେମ୍ବର ୧୮ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ । ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ । ଅନ୍ୟ ଲୋକମାନଙ୍କୁ ସାହାର୍ଯ୍ୟ କରିବାର ଅବସର ମିଳିବ । ବ୍ୟବସାୟରେ ଆଶଠୁଁ ଅଧିକ ଲାଭ ପାଇବେ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୬ ।

ବୃଷ – ଦିନଟି ମିଶ୍ରିତ ପ୍ରତିକ୍ରିୟା ଦେବାକୁ ରହିବ । କୌଣସି ପ୍ରକାର ବିବାଦ ଠାରୁ ଦୂରରେ ରୁହନ୍ତୁ । ବ୍ୟବସାୟର ସଉଦା ଲାଗି ରାଜ୍ୟ ବାହରକୁ ଯିବେ । ବାହନ ସାବଧାନତାର ସହ ଚଳାନ୍ତୁ । ବିଜ୍ଞାନ ଛାତ୍ର ଆଜି କିଛି ନୂଆ ଶିକ୍ଷା ଲାଭ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ମିଥୁନ – ଆପଣଙ୍କ ଲାଗି ଦିନଟି ଭଲ ରହିବ । ଲାଗି ରହିଥିବା ବିବାଦର ସମାଧାନ ହୋଇପାରେ । ଆପଣଙ୍କର ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି । ସରକାରୀ ଚାକିରିଆଙ୍କୁ କୌଣସି କାମରେ ପ୍ରୋତ୍ସାହନ ମିଳିପାରେ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୭ ।

କର୍କଟ – କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଅନୁକୂଳ ଅଛି । ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ଲାଭପ୍ରଦ ରହିବ । ବେପାର ବାଣିଜ୍ୟରେ ଲାଭ ପାଇବେ । ଦାମ୍ପତ୍ୟ ଜୀବନରେ ଆପୋସୀ ସାମଞ୍ଜସ୍ୟ ବଜାୟ ରହିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।

ସିଂହ – ବହୁତ ବ୍ୟାପାରରେ ଦିନଟି ବଢିଆ ରହିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବା ସହ ପାରିବାରିକ ଜୀବନ ସୁଖମୟ ହେବ । ଇଂଜିନିୟରିଂ ଛାତ୍ରଙ୍କର ମନ ଅଧ୍ୟୟନରେ ଅଧିକ ଲାଗିବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୮ ।

କନ୍ୟା – ଆପଣଙ୍କର କୌଣସି ମିତ୍ର ସାହାର୍ଯ୍ୟକାରୀ ସାବ୍ୟସ୍ତ ହେବେ । ସାମାଜିକ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ଓ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ତୁଳା – ଅଫିସରେ ପରିସ୍ଥିତି ଅନୁୁକୂଳ ରହିବ । ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । ବ୍ୟବସାୟର ବିସ୍ତାର କରିବେ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । କବି ଲୋକ କୌଣସି ନୂଆ କବିତା ରଚନା କରିବେ । ଶୁଭ ରଙ୍ଗ ଆକାଶିନୀଳ । ଶୁଭ ଅଙ୍କ ୭ ।

ବିଛା – ଆପଣଙ୍କ ଏକାଗ୍ରତାରେ ବୃଦ୍ଧି ହେବ । କୌଣସି ବଡ କଂପାନିରେ ଡିଲ୍ କରିବାର ସୁଯୋଗ ମିଳିପାରେ । ଆପଣଙ୍କର ବ୍ୟକ୍ତିଗତ ସମ୍ବନ୍ଧକୁ ମଜଭୁତ କରିବା ଲାଗି ଚେଷ୍ଟା କରିବେ । ଛାତ୍ରମାନେ ଲେଖାପଢାରେ ମନ ଦେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ଧନୁ – ଆପଣଙ୍କର ଆତ୍ମବିଶ୍ୱାସୀ ଭରି ରହିବ । ଭାବିଥିବା କାମ ସଂପୂର୍ଣ୍ଣ କରି ନେବେ । ବ୍ୟବସାୟରେ ନୂଆ ଅନୁବନ୍ଧ ହୋଇପାରେ । ସାମାଜିକ ଉତ୍ସବରେ ସହଯୋଗ କରିବେ । ଛାତ୍ରଙ୍କୁ ବରିଷ୍ଠଙ୍କ ସହଯୋଗ ମିଳିବ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୬ ।

ମକର – ଦିନଟି ବ୍ୟସ୍ତତାରେ କଟିବ । କୌଣସି ପୁରୁଣା ସଉଦାରୁ ଆପଣଙ୍କୁ ଲାଭ ମିଳିପାରେ । ଘରୋଇ କାମ ଲାଗି ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିବେ । ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

କୁମ୍ଭ – ଦିନଟି ଆପଣଙ୍କ ଲାଗି ସହାୟକ ରହିବ । ଆର୍ଥିକ ସମସ୍ୟାର ସମାଧାନ ହେବ । କୌଣସି ନୂଆ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା କରିବେ । କଳାକାରଙ୍କୁ ଫିଲ୍ମର ପ୍ରସ୍ତାବ ମିଳିବ । ପିଲାମାନେ ସାଙ୍ଗମାନଙ୍କ ସହିତ ଖେଳିବାରେ ବ୍ୟସ୍ତ ରହିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୭ ।

ମୀନ – ଦିନଟି ଆପଣଙ୍କ ଲାଗି ବହୁତ ଭଲ । ଆପଣଙ୍କର ସବୁ କାମ ସରଳତାରେ ସଂପୂର୍ଣ୍ଣ ହୋଇଯିବ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ଘରକୁ ଅତିଥି ଆସି ପାରନ୍ତି । ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

663 Views

   ସମ୍ବନ୍ଧିତ ଖବର