Tuesday, September 17, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେପ୍ଟେମ୍ବର ୧୪ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ ହେବ । ଶରୀର ସୁସ୍ଥ ରହିବ । ଐଶ୍ୱର୍ଯ୍ୟଯୁକ୍ତ, ଯଶସ୍ୱୀ ଏବଂ ସାରକାରୀ ସ୍ତରରେ ସମ୍ମାନିତ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଳ ପ୍ରକୃତିର ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ବୃଷ – ଶ୍ରମ ସାର୍ଥକ ଓ ବ୍ୟବସାୟ ଲାଭଜନକ ହେବ । କୁଳଦୀପକ ତଥା ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ଓ ମନ ପ୍ରସନ୍ନ ରହିବ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୧ ।

ମିଥୁନ – ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସି ପ୍ରିୟ ବିଦ୍ୱାନ, ସାହସୀ ଓ ସମ୍ପିବାନ୍, ଭାଗ୍ୟଶାଳୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

କର୍କଟ – ପରିବେଶକୁ ନେଇ ଦୁଶ୍ଚିନ୍ତାରେ ବୁଡିପାରନ୍ତି । ଈର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯଗ୍ମ ବ୍ୟବସାୟ ଲାଭଜନକ ହେବ । ସର୍ଦ୍ଦି-କଫଜନିତ ପୀଡା ଉପୁଜି ପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ସିଂହ – ଭୟମୁକ୍ତ ଓ କୁଳଦୀପକ ହୋଇପାରନ୍ତି । ବନ୍ଧୁ ସହ ଯୋଗ ମିଳିବ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପତ୍ନୀଙ୍କ ପରାମର୍ଶରେ ଯଶସ୍ୱୀ ଓ ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

କନ୍ୟା – ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ବନ୍ଧୁ ମିଳନ ଘଟିପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚାକିରିକ୍ଷେତ୍ରରେ ସୁନାମର ଅଧିକାରୀ ଓ ଶତ୍ରୁହନ୍ତା ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

ତୁଳା – ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।

ବିଛା – ଦାୟିତ୍ୱରେ ପରିର୍ବନ ଘଟିପାରେ । ଉଦାର ଓ ଶୋଭନ ବ୍ୟକ୍ତିତ୍ୱଯୁକ୍ତ ସ୍ୱଭାବର ହୋଇପାରନ୍ତି । ଦାନଶୀଳ ହେବେ । ଶରୀର ସୁସ୍ଥ ରହିବ । କୃଷି ଉପରେ ଜରୁରୀ ଧ୍ୟାନ ଦେବେ । ପରିବାରପ୍ରତି ଆଦର ରହିବ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୧ ।

ଧନୁ – ଅର୍ଜନ କରିଥିବା ଅଭିଜ୍ଞତା କାର୍ଯ୍ୟରେ ଲଗାଇ ବିଶେଷ ଉପକୃତ ହେବେ । ମନ ପ୍ରସନ୍ନ ରହିବ । ମଧୁରଭାଷୀ ଓ ଆସ୍ତିକ ସ୍ୱଭାବ ଏବଂ ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଭକ୍ତି ଆଦର ଓ ସମ୍ମାନ ମିଳିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

ମକର – କାର୍ଯ୍ୟକ୍ଷେତ୍ରରେ ପ୍ରଚଳିତ ପଦ୍ଧତିକୁ ବନ୍ଦ କରି ନୂତନ ପଦକ୍ଷେପ ନେବେ । ସୌଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ମିତ୍ର ସୁଖଲାଭ କରିବେ । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୭ ।

କୁମ୍ଭ – ଆପଣଙ୍କ ପ୍ରଭାବ ସୁଦୂର ପ୍ରସାରୀ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ରହିବ । ରୁଚିକର ଭୋଜନରେ ଆପ୍ୟାୟିତ ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ । ମାଲି ମୋକଦ୍ଦମାରେ ବିଜୟୀ ଆଶାକରାଯାଏ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୩ ।

ମୀନ – ଚିନ୍ତା ଗ୍ରସ୍ତ ହୋଇପାରନ୍ତି । ଚଳ ସ୍ୱଭାବର ହେବେ । ଥଣ୍ଡା କଫରେ ସାମାନ୍ୟ ପୀଡା ଭୋଗ କରିବେ । ମଧୁର କଥା କହି ପରକୁ ଆପଣାର କରିବାର କଳା ଆପଣଙ୍କ ଠାରେ ଅଛି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଜ୍ଞାନ-ଗରିମାଯୁକ୍ତ ହେବେ । ଶୁଭ ରଙ୍ଗ ଲାଇଟ୍ ଗୋଲାପି । ଶୁଭ ଅଙ୍କ ୪ ।

270 Views

   ସମ୍ବନ୍ଧିତ ଖବର