ସେପ୍ଟେମ୍ବର ୧୩ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 13, 2019 IST

ମେଷ – ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଆପଣଙ୍କର କାମ ବଡ ଆରାମରେ ପୂରା ହେବ । ରାଜନୀତିରେ ସାକ୍ଷାତ୍ ଆଲୋଚନା ଭଲ ରହିବ । ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ପାଇବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ । ଶୁଭ ରଙ୍ଗ ଲାଲ୍୍ । ଶୁଭ ଅଙ୍କ ୧ ।

ବୃଷ – ଆପଣଙ୍କର ମନ ପୂଜାପାଠରେ ଅଧିକ ଲାଗି ରହିବ । ଦୁଃଖ ଲୋକମାନଙ୍କୁ ସହାୟତା କରିବେ । ଅଫିସରେ ଆପଣଙ୍କର କୃତ୍ୱର୍ ବଢିବ । ବେପାର ବାଣିଜ୍ୟରେ ଉନ୍ନତି ହେବ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ମିଥୁନ - ସକାରାତ୍ମକ ଭାବନାରେ ରହନ୍ତୁ । ଆପଣଙ୍କୁ ଭଲ କାମ ପାଇଁ ସମ୍ମାନିତ କରାଯିବ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ । ନିବେଶ ମାମଲାରେ ଆପଣଙ୍କୁ କୌଣସି ନୂଆ ପରାମର୍ଶ ମିଳିପାରେ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୧ ।

କର୍କଟ – କ୍ୟାରିୟର ଲାଗି ଭଲ ଦିନଟିଏ । ଆପଣଙ୍କୁ ପରିବାରର ପୂରା ସହ ଯୋଗ ମିଳିବ । ଉଧାର ଦେଇଥିବା ପଇସା ମିଳିବାର ଆଶା ରହିଛି । କାରବାରରେ କୌଣସି ନୂଆ ସଉଦା ହେବ । ବିଦ୍ୟାର୍ଥୀଙ୍କର ଅଧ୍ୟୟନରେ ମନ ଲାଗିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ସିଂହ – ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ । କୌଣସି କାନୁନ ମାମଲାରେ ସାହାର୍ଯ୍ୟ ମିଳିବ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆପଣ ନିଜର ବନ୍ଧୁମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

କନ୍ୟା –ଦିନଟି ଉଠାଣ ଗଡାଣ ଭରା ରହିବ । କାର୍ଯ୍ୟ କ୍ଷେତ୍ରରେ ଏଭଳି ପରିସ୍ଥିତି ଉପୁଜିବ ଯାହା ଦ୍ୱାରା ଆପଣଙ୍କୁ ବ୍ୟଥା ହେବ । ଆର୍ଥିକ ମାମଲାକୁ ନେଇ ଟିକେ ସତର୍କ ରହନ୍ତୁ । ଅବିବାହିତ ଲୋକଙ୍କୁ ଭଲ ଖବର ମିଳିପାରେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୨ ।

ତୁଳା – ଦିନଟି ଆପଣଙ୍କ ଲାଗି ଅନୁକୁଳ । କିଛି ଲୋକଙ୍କର ସମୃଦ୍ଧି କରାଇବେ । ବେପାର ବାଣିଜ୍ୟରେ ପ୍ରଚୁର ଲାଭ ପାଇବେ । ଘରକୁ ମିତ୍ରଙ୍କ ଆଗମନ ହେତୁ ଖୁସିର ମାହୋଲ ହେବ । ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ବନ୍ଧରେ ମଧୁରତା ଆସିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ବିଛା – ଦିନଟି ଧନ ବର୍ଷା କରିବ । ଆପଣଙ୍କର ଉନ୍ନତି ହେତୁ ପରିବାରରେ ଖୁସିର ବାତାବରଣ ରହିବ । ନୂଆ ଜମି କିଣିବା ଲାଗି ଦିନଟି ଭଲ । ରାଜନୀତିକ କାର୍ଯ୍ୟରେ ରୁଚି ବଢିବ । ବିଦ୍ୟାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ଧନୁ – ଆଜି ଆପଣ ନୁଆ ବିଚାରରେ ପରିପୂର୍ଣ୍ଣ ରହିବେ । କାରବାରକୁ ବଢାଇବା ପାଇଁ ନୂଆ ପରାମର୍ଶ ମିଳିପାରେ । ଚାକିରିଆଙ୍କ ଲାଗି ଲାଭର ସ୍ଥିତି ଉତ୍ପନ୍ନ ହେବ । ସାମାଜିକ କ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ । ଶୁଭ ରଙ୍ଗ ମେରୁନ । ଶୁଭ ଅଙ୍କ ୧ ।

ମକର – ପରିବାରରେ କୌଣସି ବଡଙ୍କ ପରାମର୍ଶ ନେଇ ଆଗକୁ ବଢନ୍ତୁ । ଆପଣଙ୍କର କୌଣସି ଇଚ୍ଛା ନିଶ୍ଚିୟ ପୂରା ହେବ । ଯାତ୍ରା ଆପଣଙ୍କ ଶିଥିଳତା ଓ କ୍ଳେଶ ଦେବ । କାହାରିକୁ ଅତିଶୀଘ୍ର ବନ୍ଧୁ କରନ୍ତୁ ନାହିଁ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କୁମ୍ଭ - ଆପଣଙ୍କର ସବୁ କାମ ମନ ମୁତାବକ ପୂରା ହେବ । କୌଣସି ବ୍ୟକ୍ତି ଆପଣଙ୍କୁ ଅଧିକ ଫାଇଦା ଦେବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ । ବିଦ୍ୟାର୍ଥିଙ୍କୁ ପରିଶ୍ରମର ବଢିଆ ପରିଣାମ ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଖୁବ୍ ଭଲ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ମୀନ - କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ନୂଆ ଅବସର ମିଳିବ । କିଛି ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ସଂପର୍କ ହେବ । ବୈବାହିକ ଜୀବନରେ ମଧୁରତା ଆସିବ । ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ବଢିଆ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.