Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ସେପ୍ଟେମ୍ବର ୧୨ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

12/09/2019 at 7:42 AM

ମେଷ – ବନ୍ଧୁଙ୍କ ଉପରେ ସନ୍ଦେହ ଉପୁଜି ପାରେ । ସେବା ମନୋଭାବର ହୋଇପାରନ୍ତି । ପୂଜା ପଦ୍ଧତିରେ ନିଜକୁ ନିୟୋଜିତ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ବୃଷ – ସଫଳତାର ନିକଟର୍ବୀ ହୋଇପାରନ୍ତି । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ବ୍ୟବସାୟ ଲାଭଜନକ ହେବାର ଆଶଙ୍କା ରହିଛି । ସେବା କ୍ଷେତ୍ରରେ ଆଡକୁ ମନ ବଳାଇବେ । ଆଜି ହାତେ ମାପି ଚାଖଣ୍ଡେ ଚାଲନ୍ତୁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ମିଥୁନ – ଦୂରଯାତ୍ରା ଓ ବଦଖର୍ଚ୍ଚୀ ହେବ । ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ଚାକିରୀରେ ସୁନାମ ଅର୍ଜନ ସହ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ସମ୍ମାନିତ ହେବେ । ବନ୍ଧୁ ଓ ପତ୍ନୀ ସହାୟତା ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କର୍କଟ – କାର୍ଯ୍ୟରେ ଢେର ଉନ୍ନତି ଘଟିବ । କେତେକ ଘଟଣାରେ ଭାଗ ନ ନେଇ ନିରବ ଦ୍ରଷ୍ଟା ହେବେ । ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଶତ୍ରୁ ବଳବାନ୍ ଥାଇ ମଧ୍ୟ ଆକ୍ରମଣରୁ ଅପସରି ଯିବେ । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୯ ।

ସିଂହ – ଋଣଗ୍ରସ୍ତ ହୋଇପାରନ୍ତି । କେତେକ କ୍ଷେତ୍ରରେ ବାଦାନୁବାଦ ଉପୁଜି ପାରେ । ଉଦାର ପ୍ରକୃତି ଓ ବିବାଦରେ ବିଜୟୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରୁ ସମ୍ମାନ ମିଳିବ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୨ ।

କନ୍ୟା – ଭ୍ରାତୃ ବିବାଦର ଅନ୍ତଃ ଘଟିବ । ମନୋବଳ ଦୃଢ ରହିବ । ମଧୁର ଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ । ଆପଣା ଲୋକ ଆପଣଙ୍କୁ ଭୁଲ ବୁଝୁଥିବା ବେଳେ ବାହାର ଲୋକେ ସମ୍ମାନ ଦେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ତୁଳା – ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ । କାର୍ଯ୍ୟ ହାସଲ କରିବାକୁ ହେଲେ ତରବର ନ ହୋଇ ଅପେକ୍ଷା କରିବାକୁ ପଡିବ । ଭାଗ୍ୟଶାଳୀ ହୋଇପାରନ୍ତି । ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ସାଧୁ ସେବାରୁ ଆର୍ଶୀବାଦ ପ୍ରାପ୍ତ ହେବ । ଶୁଭ ରଙ୍ଗ ୭ । ଶୁଭ ଅଙ୍କ ୬ ।

ବିଛା – କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ଶକ୍ତିମାନ୍ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ସୁସମ୍ବାଦ ଭୋଜନ ମିଳିବ । ଧନାଗମର ସୂଚନା ମିଳୁଛି । ଉମ ବୁଦ୍ଧିଯୁକ୍ତ ହେବେ । ଶ୍ରେଷ୍ଠମାନ୍ୟତା ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ଧନୁ – ମନ ଉଦ୍ବିଘ୍ନ ରହିବ । ଥଣ୍ଡା- କଫ ଜନିତ କଷ୍ଟ ଅନୁଭବ କରିବେ । ମଧୁର କଥା କହି ଅନ୍ୟକୁ ବଶ କରିପାରନ୍ତି । ସରକାରୀ ଓ ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସ୍ୱାସ୍ଥ୍ୟ ଉମ ଓ ଚିନ୍ତାଧାରା ଉନ୍ନତ ମାନର ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

ମକର – ସହକର୍ମୀମାନଙ୍କ ଠାରୁ ସାହାର୍ଯ୍ୟ ପାଇ କୃତଜ୍ଞ ହେବେ । ସୁଖସମ୍ମାନ ଲାଭ ଓ ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଧନାଗମର ସୂଚନା ମିଳୁଛି । ସରକାରୀ ଅର୍ଥ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

କୁମ୍ଭ – ବନ୍ଧୁବର୍ଗରୁ କାର୍ଯ୍ୟରେ ଓ କଥାରେ ସହାୟତା ମିଳିବ । କର୍ମଚଳ ରହିବେ । କୁଳଦୀପକ ହେବେ । ମନରେ ପ୍ରସନ୍ନତା ଭାବ ଦେବ । ଶରୀର ସୁସ୍ଥ ରହିବ । ପ୍ରସନ୍ନ୍ତା ଲାଭ କରିବେ ଓ ନାନା ସୁଖର ଅଧିକାରୀ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

ମୀନ – ଦୂରଯାତ୍ରାରେ ଲାଭବାନ୍ ଓ ଆଳସ୍ୟ ପରାୟଣ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ସରକାରୀ ଧନ ମିଳିପାରେ । ଗୃହ ପରିବେଶ ସୁଖ ଦାୟକ ହେବ । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୪ ।

   Related Posts