ସେପ୍ଟେମ୍ବର ୧୧ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 11, 2019 IST

ମେଷ – କର୍ମକ୍ଷେତ୍ରରେ ସଫଳତା । ବ୍ୟବସାୟ ଓ ନୂତନ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି । ପିଲାମାନଙ୍କର କଳା ପ୍ରତି ରୁଚି ବଢିବ । ନୂତନ ଜାଗାବାଡି ଲାଭ । ବହୁ ଦିନ ଧରି ପ୍ରତିକ୍ଷା କରିଥିବା କାର୍ଯ୍ୟ ପୂରଣ ହେବ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୪ ।

ବୃଷ – ଉଦଯୋଗ ସିଦ୍ଧି ଓ ବ୍ୟବସାୟ ଏବଂ ପିଲାଙ୍କ ପାଠପଢାରେ ଉନ୍ନତି ହେବ । ବିବାଦରେ ବିଜୟୀ ହେବେ । ଜ୍ଞାନ ଗବେଷଣା କ୍ଷେତ୍ରରେ ସଫଳତା ପାଇବେ । ଆଇନ ଅଦାଲତରେ ବିଜୟ ଲାଭ ହେବାର ସମ୍ଭାବନା ଅଛି । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୬ ।

ମିଥୁନ - ଚିନ୍ତା କରିଥିବା ଯୋଜନା ସଫଳ ହେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆସନ ପରିବର୍ତନ ହେବାର ଆଶା ଅଛି । ମହିଳାମାନେ ସମୟରେ କାମ କରିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ବହୁତ ଭଲ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କର୍କଟ – ଏକାଧିକ ଗ୍ରହ ଦ୍ୱିତୀୟ ଭାବରେ ଥିବାରୁ ଆପଣଙ୍କ କଥାବାର୍ତ୍ତାକୁ ପ୍ରଭାବିତ କରିପାରନ୍ତି । ସଭାସମିତିରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବାର ଆଶା ରହିଛି । ଚେଷ୍ଟା ସଫଳ ହେବା ପାଇଁ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଆପଣଙ୍କୁ ସାହାଯ୍ୟ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ସିଂହ – ଗ୍ରହମାନଙ୍କ ସୁପ୍ରଭାବରେ ଆପଣ ଯେତେ ବଡ କାମ ହେଲେ ମଧ୍ୟ କରିବାରେ ସଫଳ ହେବେ । ବିବାଦ, ପ୍ରତିଦ୍ୱନ୍ଦିତା, ମାଲିମୋକଦ୍ଦମା ଆପଣଙ୍କ ସପକ୍ଷରେ ଯାଇପାରେ । ଅର୍ଥଲାଭରୁ ମନ ଖୁସି ହୋଇଯିବ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୯ ।

କନ୍ୟା – ପରିବର୍ତନ ସମୟ ଆପଣଙ୍କ ପାଇଁ ଦୁଶ୍ଚିନ୍ତା ସୃଷ୍ଟି କରିବାର ଆଶଙ୍କା ରହିଛି । ଦ୍ୱନ୍ଦଯୁକ୍ତ ହୋଇ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ । ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ବିଳମ୍ବରେ ପୁରା ହେବ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୬ ।

ତୁଳା- କିଛି ଭଲ ଓ ମନ୍ଦର ମିଶ୍ରିତ ଫଳକୁ ନେଇ ଆଜି ଦିନଟି ଅତିବାହିତ ହେବ । ସମସ୍ୟାର ସରଳ ସମାଧାନ କରିବା ପାଇଁ ଉଦ୍ୟମ କରି ସଫଳତା ପାଇବେ । ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ କୌଣସି କାମ ଶେଷ ମୁର୍ହୂରେ ବିଗିଡି ଯିବାର ସମ୍ଭାବନା ରହିଛି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

ବିଛା – ଆପଣ ଯେତେକି ଯାହା ଆଶା ବାନ୍ଧି ବସିଥିଲେ ଆକସ୍ମିକ ଭାବରେ ତାହା ବଦଳି ଯାଇପାରେ । ତଥାପି ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି କର୍ମକ୍ଷେତ୍ରରେ ଅନ୍ୟମାନଙ୍କଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରି ଖୁସି ହେବେ । ସବୁ କଥା ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡି ଯାଇପାରନ୍ତି । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୩ ।

ଧନୁ – ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ଉପୁଜିବାର ଆଶଙ୍କା ରହିଛି । ନିଜ ପରିସରରେ ଅସ୍ୱାଭାବିକ ପରିସ୍ଥିତି ଆପଣଙ୍କ ପାଇଁ ଚିନ୍ତାର କାରଣ ହେବ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସଦ୍ ଭାବ କର୍ମକ୍ଷେତ୍ରରେ ତ୍ୱରାନ୍ୱିତ କରିବ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୭ ।

ମକର – ଶନିଙ୍କ ଦୃଷ୍ଟିରେ ଆକସ୍ମିକ ଅର୍ଥ, ସମ୍ମାନ, ଲୋକ ସମର୍ଥନ, କଚେରି ମାମଲାରେ ଜୟଲାଭ କରିପାରନ୍ତି । ଆପଣଙ୍କର ବ୍ୟବହାର ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ । ଆଜି ନିର୍ମାଣଧୀନ କାମଟି କରିବେ ନାହିଁ । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୩ ।

କୁମ୍ଭ - ସ୍ୱାସ୍ଥ୍ୟ ସମସ୍ୟା ପ୍ରାୟତଃ ନିୟନ୍ତ୍ରଣ ଭିତରେ ରହିବ । ବନ୍ଧୁଙ୍କ ଆପଣେଇ ନେବାରେ ସମର୍ଥ ହେବେ ଓ କାମ ହାସଲ କରିବେ । ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବାରେ ନିଜର ତ୍ୟାଗ ଓ କୌଶଳ କାମକୁ ଆସିବ । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୫ ।

ମୀନ - ଏକାଧିକ ଗ୍ରହ ଦ୍ୱାଦଶ ସ୍ଥାନକୁ ଦେଖୁଥିବାରୁ ଆକସ୍ମିକ ସ୍ଥାନାନ୍ତର ସାଙ୍ଗକୁ ବ୍ୟୟ ବୃଦ୍ଧି ଘଟିବ । ପାରିବାରିକ କ୍ଷେତ୍ରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ ଓ ସମସ୍ୟା ସମାଧାନ ବଦଳରେ ବଢେଇଦେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.