ସେପ୍ଟେମ୍ବର ୪ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 04, 2019 IST

ମେଷ –ସୌଭାଗ୍ୟ ପ୍ରାପ୍ତିର ଦିନଟି । ଆପଣଙ୍କୁ ବଡ କଂପାନିର ସଉଦାର ସୁଯୋଗ ମିଳିବ । ରାଜନୀତିରେ ଆର୍ଥିକ ଲାଭ ହେବ । ଜୀବନସାଥୀଙ୍କ ସହିତ ପ୍ରୀତିଭୋଜନକୁ ଯିବେ । ଛାତ୍ର ଛାତ୍ରୀଙ୍କର ଲେଖାପଢାରେ ମନ ଲାଗିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ବୃଷ – ଆପଣଙ୍କ ଭିତରେ ନୂଆ ଉର୍ଜା ସଂଚାର ହେବ । ଆପଣଙ୍କର ଦାୟିତ୍ୱ ବୃଦ୍ଧି ହେବାର ସମ୍ଭାବନା ଅଛି । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜଭୁତ ହେବ । ଘରକୁ ଅଚାନକ କୌଣସି ମିତ୍ର ଆସିପାରନ୍ତି । ଶୁଭ ରଙ୍ଗ ଗାଢ ଧଳା । ଶୁଭ ଅଙ୍କ ୫ ।

ମିଥୁନ - ମୁଣ୍ଡରେ ଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହେବ । ଆପଣଙ୍କୁ କୌଣସି ନୂଆ ଶିଖିବାର ଅବସର ମିଳିବ । ଆଜି ସବୁ କାମ ଆପଣଙ୍କର ମନ ମୁତାବକ ହୋଇପାରେ । ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

କର୍କଟ – ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । ବ୍ୟବସାୟରେ ବଡ ଫଇସଲା ନେବାକୁ ପଡିପାରେ । ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ । ଛାତ୍ରଙ୍କ ଲାଗି ଦିନଟି ବଢିଆ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ସିଂହ – ଭାଗ୍ୟର ସହଯୋଗ ପାଇବେ । କାମ ସମୟରେ ପୂରା କରିବେ । ବ୍ୟବସାୟୀଙ୍କୁ ସଉଦାରେ ଧନଲାଭ ହେବ । ଚାକିରିରେ ବିଶେଷ ଦାୟିତ୍ୱ ଗ୍ରହଣ କରିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହୋଇପାରେ । ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୭ ।

କନ୍ୟା – ଦିନଟି ଉତ୍ସାହ ବର୍ଦ୍ଧକ ରହିବ । କାମ ଓ ପରିଶ୍ରମର ଆପଣଙ୍କୁ ପୂରା ଫାଇଦା ମିଳି ପାରେ । ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା କରିବେ । ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ମିଳିପାରେ । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ତୁଳା- ଦିନଟି ଖୁସି ଭରା ହୋଇପାରେ । ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ କିଣିବେ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ । ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିବ । ପ୍ରେମ ସମ୍ବନ୍ଧ ଭଲ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ବିଛା – ଆପଣ ନିଜର ଯୋଜନାରେ ଲୋକଙ୍କୁ ସହମତ କରାଇନେବେ । କାରବାରରେ ଅଚାନକ ଫାଇଦା ହେବାର ଯୋଗ ରହିଛି । ପୁରୁଣା ମିତ୍ରଙ୍କ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ । ବୈବାହିକ ଜୀବନ ଠିକ୍ ଠାକ୍ ରହିବ । ଶୁଭ ରଙ୍ଗ ଆକାଶି ନୀଳ । ଶୁଭ ଅଙ୍କ ୮ ।

ଧନୁ – ଆଜି ସକାରାତ୍ମକ ପରିର୍ବନ ଆପଣଙ୍କ ଜୀବନକୁ ବଢିଆ କରିବ । ଛୋଟ ଧରଣର କିଛି କାମ କରିବେ ଯାହା ଭବିଷ୍ୟତରେ ଯଥେଷ୍ଟ ଲାଭ ହେବ । ଚାକିରିଆଙ୍କୁ ପାରିତୋଷିକ ମିଳିପାରେ । ଛାତ୍ରମାନେ ନିଜର ପରି ଯୋଜନାରେ ଅଧିକ ମନ ଯୋଗ ଦେବେ । ଶୁଭ ରଙ୍ଗ ଗାଢ ଧଳା । ଶୁଭ ଅଙ୍କ ୫ ।

ମକର – ପରିବାର ସହିତ ଅଧିକ ସମୟ ବିତେଇବେ । ଭ୍ରମଣ ଉପରେ ଆଧାରିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ ରହିବ । କୌଣସି ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୯ ।

କୁମ୍ଭ - ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ । କିଛି ନୂଆ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବେ । ଅଚାନକ ଧନଲାଭ ହେବ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୧ ।

ମୀନ - ଆଜି ଭାଗ୍ୟର ଭରପୂର ସାଥ ମିଳିବ । ଠିକ୍ ଫାଇସଲା ନେବାର ସହଜ ହେବ । ଅଫିସ ଆଲୋଚନାରେ ନୂଆ ଲୋକଙ୍କ ସହିତ ମିଶିବେ । ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ହେବ । ଛାତ୍ରଙ୍କୁ କୌଣସି ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.