ଅଗଷ୍ଟ ୨୮ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 28, 2019 IST

ମେଷ – ଆଜି ଚତୁର୍ଥସ୍ଥାନରେ ଷଷ୍ଠାଧିପତି ବୁଧଙ୍କ ଯୋଗୁଁ ପାରିବାରିକ କ୍ଷେତ୍ରରେ ମାନସିକ ଅସ୍ଥିରତା ଲାଗି ରହିବ । କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହ କଳହର ସମ୍ଭାବନା ରହିଛି । ଆଲୋଚନା କାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟି କୋଣରୁ ବିଚାର କରିବେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୮ ।

ବୃଷ – ଧନ ସ୍ଥାନରେ ରାହୁଯୁକ୍ତ ଚନ୍ଦ୍ର ଅନ୍ୟମନସ୍କତା ସାଙ୍ଗକୁ ଧନହାନି ଘଟାଇପାରେ । କିନ୍ତୁ ଶୁକ୍ରଙ୍କ ଚତୁର୍ଥସ୍ଥିତି ମୃଗଶିରା ନକ୍ଷତ୍ର ସକାଶେ ସୌଖୀନ ଦ୍ରବ୍ୟ, ବିଳାସବ୍ୟସନ, କାବ୍ୟ ସାହିତ୍ୟ ଚର୍ଚ୍ଚା , କଳା, ସଙ୍ଗୀତ, କ୍ରୀଡାରେ ନୈପୁଣ୍ୟତା ପ୍ରଦାନ କରିବେ । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୩ ।

ମିଥୁନ - ଆଜିର ଗ୍ରହସ୍ଥିତି ଅପ୍ରିୟ ସତ୍ୟ ଭାଷଣ କିମ୍ବା ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି କରିବ । କିନ୍ତୁ ପୁନର୍ବସୁ ନକ୍ଷତ୍ର ପାଇଁ ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ ଆଶାନୁଯାୟୀ ସୁଫଳ ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

କର୍କଟ – ଆକସ୍ମିକ ଭାବରେ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି । କେତେକ କ୍ଷେତ୍ରରେ ଉମ ସମ୍ପର୍କ ରଖି କାର୍ଯ୍ୟ କରିଲେ ସୁଫଳ ପାଇବେ । ଅବଶ୍ୟ ଆପଣଙ୍କର ଅତି ପ୍ରିୟ ବନ୍ଧୁଟି ପାଖରୁ ପ୍ରେରଣା ଲାଭ କରିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

ସିଂହ – ଦ୍ୱାଦଶସ୍ଥ ଶୁକ୍ର ହେତୁ କର୍ମକ୍ଷେତ୍ରରେ କୌଣସି ସହକର୍ମୀ ବିରୁଦ୍ଧାଚରଣ କରିବା ସକାଶେ ଚେଷ୍ଟା କରିପାରନ୍ତି । ପୁରାତନ ଗୃହ, ଯାନ୍ତ୍ରିକ ଜିନିଷ ମରାମତି ପାଇଁ ଘରେ ବିବାଦ ସୃଷ୍ଟି ହୋଇପାରେ, ସେଥିପାଇଁ ଶାନ୍ତ ରୁହନ୍ତୁ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୧ ।

କନ୍ୟା – ଚତୁର୍ଥ ଶନି ଯୋଗୁ ବିଭିନ୍ନ ପ୍ରକାରର ପୁରୁଣା ସମସ୍ୟା ପାଇଁ ମାନସିକ ସୁସ୍ଥତା ରହି ନ ପାରେ । କିନ୍ତୁ ଚିତ୍ରା ନକ୍ଷତ୍ର ସକାଶେ କୌଶଳ ପ୍ରୟୋଗ କରି କିମ୍ବା ବଳପୂର୍ବକ କାର୍ଯ୍ୟ ହାସଲ କରିବେ । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୬ ।

ତୁଳା –ଆଜି ଏକାଦଶସ୍ଥ ତିନୋଟି ଗ୍ରହ ଯୋଗୁଁ ଆପଣଙ୍କ ଆଶା ଅବଶ୍ୟ ପୂରଣ ହୋଇଯିବ । ଜଣେ ବନ୍ଧୁ ହଠାତ୍ ଆସି ଖୁସି ଖବର ସାଙ୍ଗକୁ କିଛି ଅର୍ଥ ଦେଇଯିବେ । ଅଫିସରେ କାର୍ଯ୍ୟ ପାଇଁ ନାହିଁ ନାହିଁ କରୁଥିଲେ ମଧ୍ୟ ସହକର୍ମୀ ପରିଶେଷରେ କାମକୁ କରିଦେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

ବିଛା – ଚତୁର୍ଥସ୍ଥାନ କର୍ମାଭାବରୁ ଏକାଧିକଗ୍ରହ ଅବଲୋକନ କରୁଥିବାରୁ ପାରିବାରିକ ଜୀବନ ସହ କର୍ମକ୍ଷେତ୍ରରେ ସୁଖ ସମ୍ମାନ ପାଇ ଖୁସି ହେବେ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । ଦୂର ଯାତ୍ରା ଯୋଗ ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ଧନୁ – ଆଜି ଦିନଟି ମନ ଅଶାନ୍ତ ରହିପାରେ । ପାରିବାରିକ ବିବାଦର ସମାଧାନ ହୋଇଯିବ । ଆୟର ନୂତନ ପନ୍ଥା ଖୋଜି ଏଥିରେ ସଫଳ ହେବେ । ଚାକିରିଆଙ୍କ ପଦୋନ୍ନତି ଯୋଗ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଉପୁଜିପାରେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୮ ।

ମକର – ଆର୍ଥିକ ସ୍ଥିତି ଭଲ ରହିବ । ଦୁର ଯାତ୍ରା ଯୋଗ ରହିଛି । ପାରିବାରିକ ସମସ୍ୟା ନ ଥିବାରୁ ମନ ଶାନ୍ତ ରହିବ । ସ୍ୱାସ୍ଥ୍ୟ ଠିକ୍ ରହିବ । ହଠାତ୍ ପୁରୁଣା ବନ୍ଧୁ ସାକ୍ଷାତ ହୋଇ ସହାୟତାର ହାତ ବଢାଇବେ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତ ହୋଇପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

କୁମ୍ଭ - ଦୀର୍ଘ ଦିନର ସମସ୍ୟାର ଅଚିରେ ସମାଧାନ ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କୌଣସି ସାସ୍କୃତିକ ଅନୁଷ୍ଠାନର ଆୟୋଜନ କରିପାରନ୍ତି । ଶରୀର ସୁସ୍ଥ ଓ ମନ ଶାନ୍ତ ରହିବ । ସନ୍ତାନଙ୍କ ପାଠପଢାକୁ ନେଇ ସାମାନ୍ୟ ଚିନ୍ତା ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମୀନ - ବ୍ୟବସାୟ ହେଉ କିମ୍ବା ଚାକିରି ସମସ୍ୟା ସମାଧାନ ପାଇଁ ଧାଁଦୌଡ କରିବାକୁ ପଡିପାରେ । ଯେତିକି ଧନଲାଭ କରିବେ ତା’ ଠାରୁ ଅଧିକ ଖର୍ଚ୍ଚ ଯିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟବସ୍ଥାରେ ଅସ୍ଥିରତା ଦେଖା ଦେଇପାରେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.