ଅଗଷ୍ଟ ୨୪ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 24, 2019 IST

ମେଷ – ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିର୍ବନ ଆସିପାରେ । କାରବାରରେ ଆପଣଙ୍କୁ ଲାଭ ହେବ । ପରିବାର ସଦସ୍ୟମାନଙ୍କ ସହିତ ଉମ ବୁଝାମଣା ରହିବ । ବିଦ୍ୟାଭ୍ୟାସରେ ଆପଣଙ୍କର ମନ ଲାଗିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବୃଷ – ଭାଗ୍ୟ ଆପଣଙ୍କର ସାଥ ଦେବ । ଅଧିକାରୀଙ୍କ ସହିତ ବିଶେଷ କାର୍ଯ୍ୟକୁ ନେଇ ଆଲୋଚନା ହୋଇପାରେ । ଆପଣଙ୍କୁ ବେପାରରେ ଲାଭ ହେବାର ଆଶା ରହିଛି । ପରିବାରରେ ମଧୁରତା ସହିତ ବିଶ୍ୱାସ ବି ବଢିବ । ଶୁଭ ରଙ୍ଗ ଫିକା ହଳଦୀଆ । ଶୁଭ ଅଙ୍କ ୬ ।

ମିଥୁନ - ଆପଣଙ୍କର ଉର୍ଜାର ସ୍ତର ବଢିବ । ଭାବିଥିବା କାମ ଅଚାନକ ପୂରା ହୋଇଯିବ । ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ । ବ୍ୟବସାୟର ନୂଆ ଦିଗ ମିଳିବ । ଦିନଟି ପ୍ରେମ ସମ୍ବନ୍ଧ ଲାଗି ଭଲ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

କର୍କଟ – ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ । ଆପଣଙ୍କୁ କୌଣସି ମହିଳା ମିତ୍ରଙ୍କ ସହଯୋଗ ମିଳିବ । ବିଶେଷ ମାମଲାରେ ସମାଧାନ ଶୀଘ୍ର ମିଳିଯିବ । ଆପଣଙ୍କ ପରିବାରରେ ପ୍ରସନ୍ନତା ବଜାୟ ରହିବ । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୫ ।

ସିଂହ – ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ । ଆପଣଙ୍କର କୋଣସି ଭାବିଥିବା କାମ ପୂରା ହୋଇଯିବ । କୌଣସି ବ୍ୟକ୍ତି ଆପଣଙ୍କ ଲାଗି ସାହାର୍ଯ୍ୟକାରୀ ସାବ୍ୟସ୍ତ ହେବେ । ଜୀବନସାଥୀ ଠାରୁ ସୁନ୍ଦର ଉପହାର ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

କନ୍ୟା – କୌଣସି ପୁରୁଣା କଥାକୁ ନେଇ ଆପଣ ମନସ୍ତାପରେ ରହିବେ । ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ଭାଷା ଉପରେ ସଂଯମ ରଖନ୍ତୁ । କାମରେ ଏକାଗ୍ରତାରୁ ଆପଣଙ୍କୁ ସଫଳତା ମିଳିବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୩ ।

ତୁଳା – ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ । କିଛି ନୂଆ କରିବ ପାଇଁ ଭାବିବେ । ଜୀବନସାଥୀଙ୍କ ଠାରୁ ଆପଣଙ୍କୁ ଖୁସି ପ୍ରାପ୍ତ ହେବ । ବ୍ୟବସାୟରେ ବଡ ସଉଦା କରିପାରନ୍ତି । ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ବିଛା – ଆଜି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଲକ୍ଷ୍ୟ ନିର୍ଦ୍ଧାରିତ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ । ଆପଣଙ୍କୁ ର୍କୃପକ୍ଷଙ୍କ ଠାରୁ ସକାରତ୍ମକ ଉର ମିଳିପାରେ । ବ୍ୟବସାୟ ବୃଦ୍ଧି ଲାଗି ନୂଆ ସାଥୀ ମିଳିବେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୭ ।

ଧନୁ – ଆପଣଙ୍କ ଜୀବନକୁ ଆହୁରୁ ବଢିଆ କରି ଗଢିବା ପାଇଁ ଚେଷ୍ଟା କରିବେ । ଟ୍ରାଭେଲ ଏଜେନ୍ସି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଆୟ ବଢିବ । ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ଛାତ୍ରଙ୍କ ମନରେ ବିଭିନ୍ନ କଥା ଘୂରି ବୁଲିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।

ମକର – ଆଧ୍ୟାତ୍ମିକ ଦିଗରୁ ଆପଣଙ୍କର ମନ ଲାଗି ରହିବ । ଅଫିସ କାମର ବୋଝ ଟିକେ ଅଧିକ ହୋଇପାରେ । ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହେବ । ଆର୍ଥିକ ସ୍ଥିତିରେ ଉଠାଣ-ଗଡାଣ ଲାଗି ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

କୁମ୍ଭ - ଆଜି ଆପଣ ନିଜକୁ ଉର୍ଜା ଭରା ଅନୁଭବ କରିବେ । ଆପଣଙ୍କୁ ଲାଭର କିଛି ଅବସର ମିଳିବ । ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବୈବାହିକ ଜୀବନ ଠିକ୍ ଠାକ୍ ରହିବ । ଛାତ୍ରଙ୍କୁ ପରିଶ୍ରମ ଅନୁସାରେ ଯଥେଷ୍ଟ ସୁଫଳ ମିଳିବ । ଶୁଭ ରଙ୍ଗ ଲାଇଟ୍ ନୀଳ । ଶୁଭ ଅଙ୍କ ୨ ।

ମୀନ - ଭାଗ୍ୟ ଉଜ୍ଜ୍ୱଳ ରହିବ । ଚାକରିରେ କୌଣସି କାମକୁସ ନେଇ ଆପଣଙ୍କର ପ୍ରଶଂସା ହେବ । ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ନୂଆ ଜାଗାକୁ ଭ୍ରମଣରେ ଯାଇପାରନ୍ତି । ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.