୧୨ ଅକ୍ଟୋବର, ଶୁକ୍ରବାର

Published By : Prameya-News7 Bureau | October 12, 2018 IST

ମେଷ – ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବନ୍ଧୁ ସହ ଯୋଗ ପାଇ ବିଶେଷ ଉପକୃତ ହୋଇପାରନ୍ତି । କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି । ବୃଷ – ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ଦମନ କରି, ମାନସିକ ଶାନ୍ତି ଫେରି ପାଇବେ । ବନ୍ଧୁ ମିଳନର ସମ୍ଭାବନା ଅଛି । ମିଥୁନ - ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଚଞ୍ଚଳ ଚେଷ୍ଟିତ ହେବେ । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଯାନବାହନ ସୁଖ ମିଳି ପାରେ । କର୍କଟ- ପ୍ରିୟଭାଷୀ ହୋଇପାରନ୍ତି ଧନ ଓ ଯାନବାହନଯୁକ୍ତ ହେବେ । ସୁବର୍ଣ୍ଣ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି । ଶାରିରୀକ ଶକ୍ତି ବୃଦ୍ଧି ହେବ । ସିଂହ – ଅର୍ଥର ଆବଶ୍ୟକତା ଉପୁଜି ପାରେ । ପରିଶ୍ରମର ମୂଲ୍ୟ ମିଳିବ । ଧର୍ମ-ଧାରଣାରେ ନିଜକୁ ନିୟୋଜିତ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କନ୍ୟା – ବନ୍ଧୁ ମହଲରେ ସହମତି ଭାବେ କାର୍ଯ୍ୟ କରିବେ । କର୍ମ ତତ୍ପରତା ପ୍ରକାଶ ପାଇବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ସନ୍ ମାର୍ଗୀ ହେବେ । ତୁଳା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବା ସହିତ ରୋଜଗାର ଯଥେଷ୍ଟ ପରିମାଣର ହେବ । ଶାନ୍ତି ସନ୍ତୋଷ ଲାଭ କରିବେ । ବିଛା – ଶତ୍ରୁ କବଳରୁ ରକ୍ଷା ପାଇବେ । ଆୟ ବୃଦ୍ଦିର ସୂଚନା ମିଳୁଛି । ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ । ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଧନୁ – ଯେ କୌଣସି ସୂତ୍ରରୁ ଅର୍ଥାଗମ ହେବ । ଆୟ ପରିମାଣ ବୃଦ୍ଧି ପାଇବ । ଚିନ୍ତାରୁ ମୁକ୍ତି ମିଳିବ । ଅସୁସ୍ଥତାରୁ ଆରୋଗ୍ୟ ହେବେ । ମକର – ଧନ-ସମ୍ପଦ ଲାଭର ସୂଚନା ମିଳୁଛି । କର୍ତ୍ତବ୍ୟ ନିଷ୍ଠା ଆପଣଙ୍କ ମହାନ୍ କରି ଗଢି ତୋଳିବ । ଦୃଢ ସଂକଳ୍ପ ନେଇ ଅସାଧ୍ୟ କାର୍ଯ୍ୟକୁ ସାଧନ କରିପାରନ୍ତି । କୁମ୍ଭ - ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ବିପଦ ଦୂର ହେବ । ମନରୁ ଉଦ୍ ବେଗ ହ୍ରାସ ପାଇବ । ମୀନ - ମାନସିକ ସ୍ତରରେ ନିଜକୁ ଦୁର୍ବଳ ଅନୁଭବ କରିପାରନ୍ତି । ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ଖର୍ଚ୍ଚ ପରିମାଣ ବୃଦ୍ଦି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.