Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଗଷ୍ଟ ୨୩ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ପରିମାଣ ବୃଦ୍ଧି ପାଇବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ଧନ-ସମ୍ପଦ ଭରପୂର ରହିବ । ମୋକଦ୍ଦମାରେ ବିଜୟୀ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ବୃଷ – ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଚଳ ସ୍ୱଭାବର ହେବେ । ଏକାନ୍ତପ୍ରିୟ ଏବଂ ନେତ୍ର ପୀଡା ଭୋଗ କରିପାରନ୍ତି । ମିଷ୍ଟଭାଷୀ ହେବେ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଧାର୍ମିକ ପ୍ରବୃିର ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମିଥୁନ – ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ରୋଜଗାର ଆଶାନୁରୂପ ହେବ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୫ ।

କର୍କଟ – ଯାତ୍ରା ସ୍ଥଗିତ ରଖିବାକୁ ପଡିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଲାଇଟ୍ ନୀଳ,ଧଳା । ଶୁଭ ଅଙ୍କ ୯ ।

ସିଂହ – ସହାୟତା ମିଳିବ । ସହଜ-ସୁଲଭ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

କନ୍ୟା – ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ, ମାତ୍ର ସୁଖ ମିଳିବ । କଷ୍ଟସାଧ୍ୟ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଥଣ୍ଡା, ସର୍ଦ୍ଦି, କଫଜନିତ ପୀଡା ଭୋଗ କରିବାର ସମ୍ଭାବନା ଅଛି । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଲାଇଟ୍ ପିଙ୍କ୍ । ଶୁଭ ଅଙ୍କ ୧ ।

ତୁଳା – ନିଜର ଅଧିକାର ପ୍ରତି ସଚେତନ ହେବାକୁ ପଡିବ । ଆମୋଦ-ପ୍ରମୋଦରେ ନିଜକୁ ହଜାଇ ଦେଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୪ ।

ବିଛା – ଗୃହ କାର୍ଯ୍ୟରେ ଆନନ୍ଦ ଅନୁଭବ କରିବେ । ମନରେ ଅହଂଭାବ ଜାତ ହୋଇପାରେ । ଚକ୍ଷୁପୀଡା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହେବା ଆଶା କରାଯାଏ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ଧନୁ – ମାଙ୍ଗଳିକ କାର୍ଯ୍ୟ ପାଇଁ ସମୟ ଦେଇ ପାରନ୍ତି । ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । । ଶୁଭ ରଙ୍ଗ ହଳଦୀଆ,କଳା । ଶୁଭ ଅଙ୍କ ୩ ।

ମକର – ଚାକିରି କ୍ଷେତ୍ରରେ ଖୁସି ମନାଇ ପାରନ୍ତି । ବାଦ-ବିବାଦର ଅବସାନ ଘଟିବ । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଶ୍ରେୟ ମଣି ପାରନ୍ତି । ବ୍ୟକ୍ତିତ୍ୱ ପ୍ରକାଶିତ ହେବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ ଗାଢା ଲାଇଟ୍ ବାଇଗଣି,ଧଳା । ଶୁଭ ଅଙ୍କ ୬ ।

କୁମ୍ଭ – ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରବୃିର ହେବେ । ମଧୁରଭାଷା ବ୍ୟବହାର କରି ଅନ୍ୟ ଠାରୁ କାର୍ଯ୍ୟ ହାସଲ କରିବେ । ଭ୍ରାତୃ ସ୍ନେହୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ମୀନ – ଦେବ ଦର୍ଶନ କରି ଶାନ୍ତ ଲାଭ କରିପାରନ୍ତି । ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୯ ।

463 Views

   ସମ୍ବନ୍ଧିତ ଖବର