ଅଗଷ୍ଟ ୧୭ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
17/08/2019 at 8:32 AM

ମେଷ – ଧୈର୍ଯ୍ୟ ଓ ପାରଦର୍ଶିତାର ପୁରସ୍କାର ପାଇବେ । ସ୍ୱଳ୍ପ ଆୟର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ମନ ପ୍ରସନ୍ନ ରହିବ । ପରିବାରରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ଔଷଧ କିମ୍ବା ଶୃଙ୍ଗାର ବ୍ୟବସାୟ ଲାଭଜନକ ହେବ ।
ବୃଷ – କାର୍ଯ୍ୟରେ ପୂର୍ଣ୍ଣତା ପ୍ରାପ୍ତ ନିମନ୍ତେ ଲାଗି ପଡିବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ । ନୀରୋଗ ରହିବେ । ଆୟ ଆଶାନୁରୂପ ହେବ । ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ । ବିଦ୍ୟାର୍ଥୀଙ୍କୁ ଉଚ୍ଚଫଳ ମିଳିବ ।
ମିଥୁନ – କାର୍ଯ୍ୟରେ ପଛେଇ ଯାଇପାରନ୍ତି । ଶାରୀରିକ କ୍ଷେତ୍ରରେ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ରୋଜଗାର ମଧ୍ୟମ ଧରଣର ହୋଇପାରେ । ଚାକିରି କ୍ଷେତ୍ରରେ ସନ୍ଦିହାନ୍ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ।
କର୍କଟ – ସହକର୍ମୀଙ୍କ ସହିତ ସୁସମ୍ପର୍କ ରହିବ । ବ୍ୟବସାୟରେ ଆଗକୁ ବଢିବେ । ବନ୍ଧୁ ଓ ସହୋଦରମାନଙ୍କ ସହାର୍ଯ୍ୟ ପାଇ ଅସାଧ୍ୟ ସାଧନ କରିପାରନ୍ତି । ସେବଳ ମନୋଭାବର ହୋଇପାରନ୍ତି । କାର୍ଯ୍ୟକୁ ଶୃଙ୍ଖଳିତ କରିବାରକୁ ଉଦ୍ୟେଗ ଜାରି ରଖିବେ ।
ସିଂହ – ଅସଜଡା କାର୍ଯ୍ୟକୁ ସଜାଡି ଦେଇପାରନ୍ତି । ଥଣ୍ଡା କଫରେ ସାମାନ୍ୟ ପୀଡା ଉପୁଜି ପାରେ । ମନ ଚଞ୍ଚଳ ରହିବ । ଆୟ-ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ । ଶତ୍ରୁ ବଳବାନ୍ ଥାଇ ମଧ୍ୟ ଅପସରିଯିବ । ଚାକିରିରେ ସୁନା ମିଳିବ ।
କନ୍ୟା – ମନରେ ନୂତନ ଚିନ୍ତାଧାରା ଉଦ୍ରେଗ ହେବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇପାରନ୍ତି । କାର୍ଯ୍ୟରେ ଆଗେଇବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ବିଦ୍ୟାର୍ଥୀ ଖୁସି ହେବେ ।
ତୁଳା – କାର୍ଯ୍ୟରେ ଆଗକୁ ବଢି ପାରନ୍ତି । ମନୋବଳ ଦୃଢ ରହିବ । ସୁସ୍ଥ ରହିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚାକିରି କ୍ଷେତ୍ରରେ ମନ ପ୍ରସନ୍ନ ରହିବ । ବ୍ୟବସାୟରେ ଢେର ଉନ୍ନତି ଘଟିବ । ଦାନଶୀଳ ହୋଇପାରନ୍ତି । ବିଦ୍ୟାର୍ଥୀ ଆଗକୁ ବଢିବେ ।
ବିଛା – ଉପୁଜି ଥିବା ବିବାଦର ସମାଧାନ ହେବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଆୟ ବୃଦ୍ଧିର ମାର୍ଗ ଉନ୍ମୁକ୍ତ ହେବ ।
ଧନୁ – ଚିନ୍ତା ଦୂରେଇ ଯିବ । ବିଭିନ୍ନ ଦିଗରୁ ଧନାଗମ ହେବାର ସୁଯୋଗ ସୃଷ୍ଟି ହୋଇଛି । ଭାଗ୍ୟଶାଳୀ ହେବେ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟ ବିଳମ୍ବିତ ହୋଇପାରେ । ଭ୍ରମଣ ଯୋଗ ଅଛି । ଚାକିରିରେ ସହଯୋଗ ମିଳିବ ।
ମକର – ସୁଖ,ସନ୍ତୋଷ ଲାଭ କରିପାରନ୍ତି । ବନ୍ଧୁ ସହାୟତା ଓ ସରକାରୀ ପ୍ରୋତ୍ସାହନ ପାଇ ଲାଭବାନ୍ ହେବେ । ଗୁଣଯୁକ୍ତ ହେବେ । ଧନବାନ୍ ହୋଇପାରନ୍ତି । ଭୋଜନ ରୁଚିକର ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
କୁମ୍ଭ – ନିଜ ମନକୁ ନିଜେ ସାନ୍ତନା ଦେବେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କିଛି ସମୟ ପାଇଁ ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା କରିବେ । ମଧୁର କଥାରେ ଅନ୍ୟମାନଙ୍କୁ ଆୟତ୍ତ କରିପାରନ୍ତି ।
ମୀନ – ଉପୁଜିଥିବା ଜଞ୍ଜାଳ ତୁଟାଇ ଉନ୍ନତି ପଥରେ ଆଗକୁ ବଢି ପାରନ୍ତି । ବିଭାଗୀୟ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥ ପାଇବାର ସୂଚନା ମିଳୁଛି । ସୁଶୀଳା ପତ୍ନୀଙ୍କ ସହଯୋଗ ପାଇବେ । ଦାମ୍ପତ୍ୟ ସୁଖ ମିଳିବ ।