ଅଗଷ୍ଟ ୧୪ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 14, 2019 IST

ମେଷ – ନିଜର ତ୍ରୁଟି ବୁଝି ପାରିବେ । ଆମୋଦ ପ୍ରମୋଦରେ ସମୟ ବିତାଇ ପାରନ୍ତି । ନିଜ ସମ୍ମାନକୁ ଜଗି ଚଲିବାକୁ ପଡିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବନ୍ଧୁ ସହାୟତା ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ ।

ବୃଷ – ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ଆତ୍ମସଂଯମୀ ହୋଇପାରନ୍ତି । କର୍ମ କୁଶଳତା ଯୋଗୁଁ ଆଦରଣୀୟ ହୋଇପାରନ୍ତି । ପାରିବାରିକ ସୁଖ ଫେରାଇ ଆଣିପାରନ୍ତି । ଜଣେ ଉମ ପରାମର୍ଶଦାତା ହେବେ ।

ମିଥୁନ - ସାମୟିକ ଭାବେ ନିଜକୁ ଅସହାୟ ମନେ କରିପାରନ୍ତି । ସୁଖ,ସନ୍ତୋଷ ଲାଭ କରିବେ । ପ୍ରଚୁର ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଠି ହୋଇଛି । ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ । କର୍ମକ୍ଷେତ୍ରରେ ଢେର ଉନ୍ନତି ହେବ ।

କର୍କଟ – ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ର୍କବ୍ୟନିଷ୍ଠ ହେବେ । ଉମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଆସନ୍ନ ପ୍ରସବା ଥିଲେ ସନ୍ତାନ ଲାଭ ହୋଇପାରେ । ଯାନ-ବାହନ ସୁଖ ମିଳିବ ।

ସିଂହ – ପାରସ୍ପରିକ ବୁଝାମଣାରେ ବିବାଦର ସମାଧାନ ହେବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଦିନସାରା ଆନନ୍ଦ ଉଲ୍ଲାସ ଲାଗି ରହିବ । ଉନ୍ନତି ମାର୍ଗରେ ଆଗକୁ ପଢି ପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ ।

କନ୍ୟା – ଆୟ ପାଇଁ ନୂତନ ପନ୍ଥା ଯୋଗାଡ କରିପାରନ୍ତି । ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ସତ୍ କର୍ମରେ ବୟୟ କରିପାରନ୍ତି । ଧନାଗମର ସୂଚନା ମିଳୁଛି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ସତ୍ୟାନୁରକ୍ତ ହେବେ । ଶତ୍ରୁବିଜୟୀ ହେବେ ।

ତୁଳା – ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଆୟ ଆଶାନୁରୁପ ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ସହାୟତାରୁ ଲାଭବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି ।

ବିଛା – ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବ୍ୟୟ ବୃଦ୍ଧି ଘଟିପାରେ । ଶାସ୍ତ୍ରପଟୁ ହେବେ । ପୁଣ୍ୟଦେହୀ ହୋଇପାରନ୍ତି । ସୁବର୍ଣ୍ଣାଦିଯୁକ୍ତ ହେବାର ସୁଯୋଗ ଅଛି । ରାଜବଂଶ ପୂଜିତ ହେବେ । ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ ।

ଧନୁ – ସହକର୍ମୀମାନଙ୍କ ସହାୟତା ମିଳିବ । ଆଶ୍ୱସ୍ତ ହେବେ । ସରକାରଙ୍କ ତରଫରୁ ସମ୍ମାନ ମିଳିବ । ରାଜକୋଷ ଅର୍ଥ ପାଇବାର ସୂଚନା ମିଳୁଛି । କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ ।

ମକର – ସମ୍ମାନିତ ହେବେ । ବ୍ୟବସାୟରେ ଢେର ଉନ୍ନତି ଘଟିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ବିଳାସ ବ୍ୟସନରେ ବୁଡି ରହିବେ । କର୍ମତତ୍ପରତା ପ୍ରକାଶ ପାଇବ । ସରକାରୀ ଅର୍ଥ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ ।

କୁମ୍ଭ - ଅତିଥି ବନ୍ଧୁ ସତତ୍କାରରେ ମନ ଦେବେ । ସେବା ପରାୟଣ ହେବେ । ପୂଜ୍ୟପୂଜାକୁ ଗ୍ରହଣ କରିପାରନ୍ତି । ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ମନୋରଞ୍ଜନ ଧର୍ମୀ ହେବେ ।

ମୀନ - ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି । ସେବା ପୁଜାରେ ମନୋନିବେଶ କରିବେ । ଅଯଥା ସମାଲୋଚନାର ଶରବ୍ୟ ହୋଇପାରନ୍ତି । ଶାରୀରିକ ପୀଡା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ହେତୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.