Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଗଷ୍ଟ ୧୨ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ନିଜର ଜିଦ୍ ବଜାୟ ରଖିପାରନ୍ତି । ଭ୍ରମଣ ଯୋଗ ରହିଛି । କାର୍ଯ୍ୟରେ ସଫଳତା ମିଳିବ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ଭକ୍ତି ଗାଥା ଶୁଣିବେ ।

ବୃଷ – ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ, ମାତ୍ର ସୁଖ ମିଳିବା କଷ୍ଟକର ହୋଇପାରେ । ଅନଟନର ସମ୍ମୁଖୀନ ହୋଇପାରନ୍ତି । ସୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ ।

ମିଥୁନ – ବ୍ୟବସାୟରୁ ଲାଭ ମିଳିବ । ମିତ୍ରଲାଭର ସୁଯୋଗ ଅଛି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି ।

କର୍କଟ – ପରିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ । ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ମିଳିବ ।

ସିଂହ – ପାରିବାରିକ ବୁଝାମଣାରେ ଉନ୍ନତି ଘଟିବ । କେତେକ କ୍ଷେତ୍ରରେ ନିରବ ଭାବ ପ୍ରଦର୍ଶନ କରିପାରନ୍ତି । ପଢା-ପଢିରେ ମନୋନିବେଶ କରିବେ ।

କନ୍ୟା – ହଜିଥିବା ଦ୍ରବ୍ୟର ସନ୍ଧାନ ମିଳିବ । ପ୍ରତାରକମାନଙ୍କ ପ୍ରତି ସତର୍କ ରହିବାକୁ ପଡିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ ।

ତୁଳା – ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳ ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି । ଦିଅଁ ଦର୍ଶନ କରିବାର ସୁଯୋଗ ସୃଷ୍ଟି ହୋଇଛି । ଅଶାନ୍ତିର ଉପଶମ ହେବ ।

ବିଛା – ବିଳାସ-ବ୍ୟସନ ଦ୍ରବ୍ୟ ଲାଭ କରିପାରନ୍ତି । ଆକସ୍ମିକ ସମସ୍ୟା ଦେଖା ଦେଇପାରେ । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । ସୁଖ ମିଳିବ ।

ଧନୁ – ଦୂର ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇ ପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଅଧିକ ହୋଇପାରେ । ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍ ହେବେ ।

ମକର – ମାନସିକ ସ୍ତରରେ ଚାପର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନେଇ ଦର୍ଶକ ହେବା ଆପଣଙ୍କ ପକ୍ଷେ ଭଲ ହେବ । ଅଧିକ ଖର୍ଚ୍ଚାନ୍ତ ହେବେ ।

କୁମ୍ଭ – ମାଲି-ମୋକଦ୍ଦମାରେ ସଫଳତା ହାସଲ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ସୁ-ସମ୍ବାଦ ପାଇ ଖୁସି ହେବେ ।

ମୀନ – ପରିଶ୍ରମର ମୂଲ୍ୟାଙ୍କନ ହେବ । ସୁ-ସମ୍ବାଦ ପାଇ କୁସି ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ ।

354 Views

   ସମ୍ବନ୍ଧିତ ଖବର