ଅଗଷ୍ଟ ୧୧ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 11, 2019 IST

ମେଷ – ପରକୁ ସହାର୍ଯ୍ୟ କରି ଉପକୃତ ହୋଇପାରନ୍ତି । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ଶୁଭ ଖବର ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ ।
ବୃଷ – ପରିବାରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି ।
ମିଥୁନ - ମନୋବଳ ଦୃଢ ରହିବ । ମନରେ ଥିବା ଉଦ୍ୱେଗ ପ୍ରଶମିତ ହେବ । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ୱବ୍ୟବହାର କରିପାରନ୍ତି ।
କର୍କଟ – ଆତ୍ମ ନିର୍ଭରଶୀଳ ହେବେ । ଧନକ୍ଷୟ ହେବାର ସୂଚନା ମିଳୁଛି । ପାରିବାରିକ ସ୍ତରରେ ଅଶାନ୍ତି ଉପୁଜି ପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ସତର୍କରେ ଚଳିବାକୁ ପଡିବ ।
ସିଂହ – ମନ ପ୍ରଫୁଲ୍ଲ ରହିବ । ପ୍ରସନ୍ନତା ଲାଭ କରିପାରନ୍ତି । ବିଭିନ୍ନ ଦିଗରୁ ସାହାର୍ଯ୍ୟ ସହ ଯୋଗ ମିଳିବ । ଶତ୍ରୁକୁ ପରାଜିତ କରି, ମାନସିକ ଶାନ୍ତି ଫେରି ପାଇବେ ।
କନ୍ୟା – ନୂତନ କାର୍ଯ୍ୟରେ ଆଗ୍ରହୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ସାହାର୍ଯ୍ୟ ସହ ଯୋଗ ମିଳିବ । ଶତ୍ରୁକୁ ପରାଜିତ କରି,ମାନସିକ ଶାନ୍ତି ଫେରି ପାଇବେ ।
ତୁଳା – କାର୍ଯ୍ୟରେ ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଶୁଭ ଖବର ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅଧ୍ୟୟନରତ ହୋଇପାରନ୍ତି ।
ବିଛା – ପରିସ୍ଥିତିକୁ ନେଇ ଆସ୍ଥାଭାଜନ ହେବେ । କଳହ ଠାରୁ ନିଜକୁ ଦୂରେଇ ରଖିପାରନ୍ତି । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ଆଶା ଆଶଙ୍କା ମଧ୍ୟରେ ସମୟ ଅତିବାହିତ କରିବେ ।
ଧନୁ – ଉପାର୍ଜନ ବୃଦ୍ଧି ହେବାର ସୂଚନା ମିଳୁଛି । କଠିନ ପରିଶ୍ରମ କଲେ ବି କ୍ଳାନ୍ତି ଅନୁଭବ କରିବେ ନାହିଁ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ । ସରକାରୀ ଲାଭ ମିଳିବ ।
ମକର – ଗୃହ କର୍ମ ଆନନ୍ଦଦାୟକ ହୋଇପାରେ । କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡିବ । କୌଣସି ଏକ ନିଦ୍ଧିଷ୍ଟ କାରଣରୁ ମନ ବିଷାଦିତ ହୋଇପାରେ ।
କୁମ୍ଭ - କାର୍ଯ୍ୟଭାର ଅଧିକତର ହୋଇପାରେ । ମନରେ ପ୍ରସନ୍ନଭାବ ଜାତ ହୋଇପାରେ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହୋଇପାରନ୍ତି ।
ମୀନ - ଜୁଲମ୍ ଶିକାର ହୋଇପାରନ୍ତି । ବ୍ୟୟଭାର ଅଧିକ ହୋଇପାରେ । ମଧୁର ଭାଷଣରେ ପରକୁ ଆପଣାର କରିପାରନ୍ତି । ମଧୁରଭାଷଣରେ ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.