Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଗଷ୍ଟ ୧୦ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ପୈତୃକ କାର୍ଯ୍ୟରେ ବାଧା ଉପୁଜି ପାରେ । ମନରେ ଉଦ୍ବେଗ ହାତ ହୋଇପାରେ । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ରହିବ । ଆର୍ଥିକ ସ୍ଥିତି ଉନ୍ନତମାନର ହେବ । କୁଶଳ ର୍ବାା ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ ।

ବୃଷ – ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା ଜାରି ରଖିବେ । କେତେକ କ୍ଷେତ୍ରରେ ମାନ-ମନାନ୍ତର ଉପୁଜି ପାରେ । ପ୍ରିୟଭାଷୀ ଓ ଧନ, ଯାନବାହନ ଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସଂପଦ ମିଳିପାରେ । ଶାରିରୀକ ଶାନ୍ତି ବୃଦ୍ଧି ପାଇବ ।

ମିଥୁନ – ନିଜ କାର୍ଯ୍ୟରେ ଅଗ୍ରଗତି ଘଟାଇ ପାରନ୍ତି । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଯୋଜନାବଦ୍ଧ ଭାବେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି । ଚେଷ୍ଟାରେ ସଫଳତା ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।

କର୍କଟ – ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଘାତଚନ୍ଦ୍ର ବୋଗ ହେତୁ ସତର୍କରେ ଚଳିବାକୁ ପଡିବ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ଚଳମନା ଓ ଅତି ସୁଖୀ ହେବେ । ର୍କୀିମାନ୍ ଓ ସହିଷ୍ଣୁ ହେବେ ।

ସିଂହ – ଦାୟିତ୍ୱରେ ପରିର୍ବନ ଘଟିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ, ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ରୋଜଗାର ଆଶାନୁରୂପ ହେବ । ସାରକାରୀ କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

କନ୍ୟା – ଆୟ ବଢାଇବା ପାଇଁ ଆପଣଙ୍କ ନିକଟରେ ସମୟ ଓ ସୁଯୋଗ ଅଛି । ବ୍ୟୟ ବଢିବାର ସୂଚନା ମିଳୁଛି । ସ୍ୱାଭିମାନୀ ହୋଇପାରନ୍ତି । ଚଲ ଚେଷ୍ଟିତ ହେବେ । ମଧୁର କଥା କହି ପ୍ରଶଂସାର ପାତ୍ର ହେବେ । ଯୁଗ୍ମ ବ୍ୟବସାୟ ଲାଭ ହେବ ।

ତୁଳା – ବନ୍ଧୁ ମେଳରେ ଆନ୍ଦ,ଉତ୍ସବ ଲାଗି ରହିବ । ଆୟ ଯଥେହ୍ଟ ପରିମାଣର ହେବ । ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ରଜଦ୍ୱାରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

ବିଛା – ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସୁଖୀ ହେବେ । ସମ୍ମାନିତ ହେବେ । ର୍କୀି ସ୍ଥାପନ କରିପାରନ୍ତି । ମନ ଉଲ୍ଲସିତ ହେବ । ସୁସ୍ତ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।

ଧନୁ – କର୍ମାନୁସାରେ ଫଳ ଫଳିବ । ପରୋପକାରୀ ହୋଇପାରନ୍ତି, ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଦାମ୍ପତୟ ଜୀବନ ସୁଖପ୍ରଦ ହେବ । ସତ୍ କାର୍ଯ୍ୟରେ ବ୍ୟୟ କରିବେ । କାର୍ଯ୍ୟରେ ସଫଳତା ଲାଭ କରିବେ ।

ମକର – ନୂତନ ଯାନ କ୍ରୟ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶୁଭ କାର୍ଯ୍ୟକୁ ଭାବି-ଚିନ୍ତି କରନ୍ତୁ, ଅଥବା ସ୍ଥଗିତ ରଖିବାକୁ ପଡିବ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଦୁଃଖୀ,ରଙ୍କୀଙ୍କ ପ୍ରତି ଦୟା କରିବେ ।

କୁମ୍ଭ – ଭ୍ରାତୃ ସ୍ନେହ ଅତୁଟ ରହିବ । ସାରା ଦିନ କଷ୍ଟକର ହେଲେ ବି ଆମୋଦ-ପ୍ରମୋଦ ଲାଗି ରହିବ । ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ନୈତିକତା ବୃଦ୍ଧି ପାଇବ । ବନ୍ଧୁ ବତ୍ସଳ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।

ମୀନ – ଚିନ୍ତାମୁକ୍ତ ହୋଇପାରନ୍ତି । ଆପଣଙ୍କର ବିକ୍ରମ ଓ ରଣସଜ୍ଜା ଦେଖି, ଶତ୍ରୁ ଆପଣା ଛାଏଁ ଅପରି ଯିବ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ସୁଖଶାନ୍ତିର ସମୟ ଅତିବାହିତ କରିପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । ବଳଶାଳୀ ହେବେ ।

399 Views

   ସମ୍ବନ୍ଧିତ ଖବର