ଅଗଷ୍ଟ ୮ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 08, 2019 IST

ମେଷ – ମିଳିଥିବା ସୁଯୋଗର ଉପଯୋଗ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । କୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚତୁରତାର ସହ କୌଶଳ ପ୍ରୟୋଗ କରି ଶତ୍ରୁ ବିନାଶ କରିବେ ।

ବୃଷ – ହଜି ଥିବା ଦ୍ରବ୍ୟ ଖୋଜିଲେ ପାଇବେ । ଦୁଃଖ ଶୋକରେ ଦିନଟି ଅତିବାହିତ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । କନ୍ୟା, ପୁତ୍ର, ପୌତ୍ର, ପପୌତ୍ରାଦି ଲାଭ କରିପାରନ୍ତି । ସ୍ତ୍ରୀ ଧନରେ ସୁଖୀ ହେବେ ।

ମିଥୁନ - ଆପଣ ଚାହୁଁଥିବା ସାହାର୍ଯ୍ୟ ମିଳିବ । ଦୃଢ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ ଓ ସେଥିରେ ସଫଳତା ମିଳିବ । ଶତ୍ରୁ ବୃଦ୍ଧି ଯୋଗୁଁ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ । କୃଷିକ୍ଷେତ୍ରରୁ ତ୍ୱରାନ୍ୱିତ କରିପାରନ୍ତି । ଯାନବାହନ ସୁଖ ମିଳିପାରେ ।

କର୍କଟ – ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । କାର୍ଯ୍ୟରେ ଅବହେଳା କରି, ପରେ ମନସ୍ତାପ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଅଳ ଲୋକଙ୍କ ପ୍ରଶଂସାର ପାତ୍ର ହେବେ । ନିଜ ପସନ୍ଦରେ କାର୍ଯ୍ୟ କରି ସଫଳ ହେବେ ।

ସିଂହ – ପୂର୍ବରୁ ଅର୍ଜନ କରିଥିବା ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ସଫଳ କାମ ହେବେ । ମନୋବଳ ଦୃଢ ରହିବ । କୌଣସି କାର୍ଯ୍ୟର ପଛଘୁା ଦେବେ ନାହିଁ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ନୀତିନିଷ୍ଠ ହେବେ । ଚଳ ମନ ଓ ଅତି ସୁଖୀ ହେବେ ।

କନ୍ୟା – ଦରକାରୀ ପଦାର୍ଥ ଅକ୍ଳେଶରେ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସତ୍ କାର୍ଯ୍ୟରେ ବ୍ୟୟ କରିପାରନ୍ତି । ଆନନ୍ଦ ଉତ୍ସବ ଲାଗି ରହିବ । ଉମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ ।

ତୁଳା – ବନ୍ଧୁବର୍ଗଙ୍କ ଆଦରଣୀୟ ହେବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ମନରେ ସରସତା ଆସିବ । ଲୋକପ୍ରିୟତା ବୃଦ୍ଧି ହୋଇପାରେ । ସୁଖଶାନ୍ତିରେ ସମୟ ଅତିବାହିତ କରିପାରନ୍ତି । ବ୍ୟୟ ବୃଦ୍ଧି ହେବ । ଚଳ ଚେଷ୍ଟିତ ହେବେ ।

ବିଛା – ଯାତ୍ରା ଫଳଦାୟକ ହେବ । ରୋଜଗାରରରେ ମାତ୍ରା ବୃଦ୍ଧି ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସରକାରୀ କୃପା ଲାଭ କରିପାରନ୍ତି । ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବା ଆଶା କରାଯାଏ । ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି ।

ଧନୁ – ବ୍ୟବସାୟ ଲାଭଜନକ ହେବ । ଆୟ ପରିମାଣ ବୃଦ୍ଧି ପାଇବ । କର୍ମକ୍ଷେତ୍ର ଉନ୍ନତମାନର ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆଶା ପୂରଣ ହୋଇପାରେ । ଦୟାଳୁ ସ୍ୱଭାବର ହେବେ । ସତ୍ କର୍ମରେ ବ୍ୟୟ କରିପାରନ୍ତି ।

ମକର – ପିଲାମାନଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ପରିଭ୍ରମଣ କରି ଶାନ୍ତି ଲାଭ କରିବେ । ସ୍ୱାସ୍ଥ୍ୟ ରକ୍ଷା ହେବ । ବିଳାସ- ବ୍ୟସନ କରିପାରନ୍ତି । କର୍ମତତ୍ପରତା ପ୍ରକାଶ ପାଇବ । ପାରିବାରିକ ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

କୁମ୍ଭ - ଅଧିକାର ସାବୟସ୍ତ କରିପାରନ୍ତି । ଦାୟିତ୍ୱ ବୃଦ୍ଧି ହେବ । ମନ ଆକୁଳିତ ହୋଇପାରେ । ପରିଶ୍ରମର ଫଳ ମିଳିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ନାନା ବିଭବରେ ମଣ୍ଡିତ ହେବେ ।

ମୀନ - ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ବନ୍ଧୁମାନଙ୍କ ସହାୟତା ପାଇ ଖୁସି ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ସର୍ବୋକୃଷ୍ଠ ହେବ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପରିବାରଙ୍କ ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.