ଅଗଷ୍ଟ ୭ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 07, 2019 IST

ମେଷ – ଦିନଟି ଆପଣଙ୍କର ଲାଗି ଅନୂକୂଳ ରହିବ । ଇଚ୍ଛା ପୂରା କରିବାରେ ପ୍ରୟାସରେ ସଫଳ ହେବେ । ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ । ଛାତ୍ରଙ୍କୁ କ୍ୟାରିଅରରେ ବଡ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହନ୍ତୁ ।

ବୃଷ – ଆପଣଙ୍କ ଲାଗି ଦିନଟି ଉତ୍ତମ ରହିବ । ଅଫିସ କାମରେ ରାଜ୍ୟ ବାହାରକୁ ଯାଇପାରେ । ପ୍ରତିଷ୍ଠିତ ଲୋକଙ୍କ ସହିତ ସଂପର୍କ ହେବ । ବ୍ୟବସାୟରେ ବୃଦ୍ଧି ଲାଗି ଆପଣଙ୍କ ମନରେ ଯେଉଁ ବିଚାର ଆସିବ, ତାହା ସଫଳ ହେବ ।

ମିଥୁନ - ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ । ନୂଆ ଲୋକଙ୍କ ସହିତ ପରିଚୟ ହେବ । ବ୍ୟବସାୟରେ ଉନ୍ନତି ହେବ । ନୂଆ ଘର ବା ଭୂସଂପତ୍ତି କିଣିବା ଲାଗି ଯୋଜନା କରିବେ ।

କର୍କଟ – ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ । ଜରୁରୀ କାମ ମିତ୍ରଙ୍କ ସହାୟତାରେ ସଂପୂର୍ଣ୍ଣ ହୋଇଯିବ । ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହୋଇଯିବ । ସନ୍ତାନଙ୍କ ଠାରୁ ସୁଖଦ ସମାଚାର ମିଳିବ । ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ ।

ସିଂହ – ଦିନଟି ଆପଣଙ୍କ ଲାଗି ବଢିଆ ରହିବ । ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୁର ହେବ । ଷ୍ଟକ ଓ ମିଚ୍ୟୁଆଲ୍ଫଣ୍ଡରେ ନିବେଶ ଲାଭଦାୟକ ରହିବ । ଆପଣଙ୍କୁ ଚାକିରି ମିଳିବା ଯୋଗ ରହିଛି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ ।

କନ୍ୟା – ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ  । ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ । ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିବ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ଗଠନ ହେବ ।

ତୁଳା – ଆଜି ଆପଣ ଖୁବ୍ ମଜା କରିବେ ଓ ଖୁସି ରହିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢିଆ ରହିବ । ବ୍ୟବସାୟରେ ଉଠାଣି-ଗଡାଣି ଲାଗି ରହିବ । ପାଇସା ନେଭଦେଣ ସାବଧାନତା ସହ କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବିଛା – ବହୁତ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରିରହିଛି । ରାଜନୀତିରେ ଆର୍ଥିକ ଲାଭ ହେବ । ବ୍ୟବସାୟରେ ସଉଦା କରିବାର ସୁଯୋଗ ଆସିବ । କ୍ରିକେଟ ଖେଳାଳିଙ୍କ ପାଇଁ ଦିନଟି ଶୁଭ । ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ ।

ଧନୁ – ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ । ଲୋକେ ଆପଣଙ୍କୁ ସାହାର୍ଯ୍ୟ ସହ ଯୋଗର ହାତ ବଢାଇବେ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ବେକାରଙ୍କୁ ରୋଜଗାର ମିଳିବ । ପାରିବାରିକ ଜୀବନ ସୁଖମୟ ହେବ ।

ମକର – ପୂଜା ପାଠରେ ଅଧ୍ଖଳ ସମୟ ବିତିବ । କ୍ୟାରିୟରରେ ଉନ୍ନତି ଲାଗି ନୂଆ ପରାମର୍ଶ ମିଳିପାରେ । ବ୍ୟବସାୟରେ ବୃଦ୍ଧି ହେବ । ଅଫିସରେ କୌଣସି ଗୁରୁତ୍ୱପୂର୍ଣ୍ଣ ଫଇସଲା ନେବେ । ପାରିବାରିକ ଜୀବନ ଶାନ୍ତିପ୍ରିୟ ହେବ ।

କୁମ୍ଭ  - ଆପଣଙ୍କୁ ନୂଆ ଆହ୍ୱାନର ସାମନା କରିବାକୁ ପଡିପାରେ । ମହତ୍ତ୍ୱପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବେ । ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ଦାଂପତ୍ୟ ଜୀବନରେ ତାଳମେଳ ବଜାୟ ରଖନ୍ତୁ ।

ମୀନ - ଦିନଟି ଭଲ ରହିବ । ଠିକ୍ ଦିଶାରେ କାମ କରି ଅଧିକ ସମସ୍ୟାର ସମାଧାନ କରି ନେବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଅଧ୍ୟୟନରେ ଛାତ୍ରଙ୍କ ମନ ଲାଗିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.