ଅଗଷ୍ଟ ୬ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 06, 2019 IST

ମେଷ – ଗୁରୁତ୍ୱପୂର୍ଣ୍ଣ ନିଷ୍ଣତ୍ତି ନେଇ ପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପରିଶ୍ରମର ମୂଲ୍ୟାଙ୍କନ ହେବ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । କେବଳ ଚକ୍ଷୁ ଯନ୍ତ୍ରଣା ବ୍ୟତୀତ ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁହନ୍ତା ହୋଇପାରନ୍ତି ।

ବୃଷ – ବନ୍ଧୁଙ୍କ ଉପରେ ସନ୍ଦେହ ଜାତ ହୋଇପାରେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଭାବେ ଧନ ଲାଭର ସୂଚନା ମିଳୁଛି । ଆକସ୍ମିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।

ମିଥୁନ - ଉଦାର ପ୍ରକୃତିର ହୋଇପାରନ୍ତି ।  ଦାନଧର୍ମରେ ିଜକୁ ନିୟୋଜିତ କରିବେ । ସ୍ୱାସ୍ତ୍ୟ ଭଲ ରହିବ । ବ୍ୟକ୍ତି ବିଶେଷ ଭାବେ ସମ୍ମାନଷ୍ପଦ ହେବେ । କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବାରେ ଉଦ୍ୟମ ଜାରି ରଖିବେ । ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି ।

କର୍କଟ – ଯେତେ ପରିଶ୍ରମ ପଡିଲେ ବି କାର୍ଯ୍ୟ ଉତ୍ତମ ରୂପେ ସମ୍ପାଦନ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ମଧୁରଭାଷୀ ହେବେ । ଥଣ୍ଡା-କଫଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି ।

ସିଂହ – ଦୂର ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିବ । ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ, ସହନଶୀଳ, ଶାନ୍ତି ପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ରସୁଖ ଲାଭ ଲାଭ କରିବେ ।

କନ୍ୟା – ଦକ୍ଷତାର ଉପଯୋଗ କରିପାରନ୍ତି । ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ  । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୌଭାଗ୍ୟ ଅଛି । ଯୁଦ୍ଧ ବା ମାଲି ମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭ କରିପାରନ୍ତି । ପ୍ରୀତିଭୋଜନ ଓ ଦାମ୍ପତ୍ୟ ସୁଖ ମିଳିବ ।

ତୁଳା – ଉପୁଜିଥିବା ସଙ୍କଟର ମୁକାବିଲା କରିବେ । ବ୍ୟୟ ପରିମାଣ ଅଧିକ ହେବ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଥଣ୍ଡା-କଫ ଜନିତ ପୀଡା ଭୋଗ କରିବେ । ମଧୁରଭାଷୀ ହେବେ । ରାଜ ଯୋଗ ଅଛି । ଧାର୍ମିକ ପ୍ରବୃତ୍ତିର ହେବେ । ସାହସୀ ହେବେ ।

ବିଛା – ଅଶାନ୍ତିର ଅବସାନ ଘଟିବ । ଆୟ ବୃଦ୍ଧିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନ ୍ାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକ ପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରୁ ଧନଲାଭ ସହିତ ସମ୍ମାନିତ ହେବେ ।

ଧନୁ – ପ୍ରିୟ ବ୍ୟକ୍ତିଙ୍କ ସହିତ ମତାନ୍ତର ଘଟିପାରେ । ସୁଖ,ସମ୍ମାନ ଲାଭ କରିପାରନ୍ତି । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଦୟାଲୁ ହେବେ । ବ୍ୟବସାୟ ଲାଭଜନକ ହେବ ।

ମକର – ବନ୍ଧୁ ସହାୟତା ପାଇଁ ଚେଷ୍ଟା କରିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ କରିବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ୍ାପନ କରିବେ । ଧର୍ମାତ୍ମା,ପ୍ରବାସ ପ୍ରିୟ ବିଦ୍ୱାନ ହେବେ । ସାହସୀ ଓ ସମ୍ପତ୍ତବାନ୍ ହେବେ ।

କୁମ୍ଭ  - ପ୍ରିୟ ବ୍ୟକ୍ତିଙ୍କ ସହିତ ଭୁଲ ବୁଝାମଣାରୁ ମତାନ୍ତର ଘଟିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । କର୍ମକ୍ଷେତ୍ରର ଶାସନଡୋରି ଆପଣଙ୍କ ହାତରେ ରହିବ ।

ମୀନ - ଆପଣଙ୍କ ବିରୋଧରେ ଷଡଯନ୍ତ୍ର ହୋଇପାରେ । ବ୍ୟବସାୟ ଲାଭଜନକ ହେବ । ବେଳେବେଳେ ମନରେ ଅହଂଭାବ ଆସିପାରେ । ସେବା କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ଅଧୀନ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.