Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଗଷ୍ଟ ୪ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– ଆୟ ଆଶାନୁରୂପ ହେବ । ବନ୍ଧୁ କିମ୍ବା ସରକାରୀ ସହାୟତା ନେଇ ଲାଭବାନ୍ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦାମ୍ପତ୍ୟ ସୁଖ ମିଳିବ । ଗୁଣବାନ୍ ହେବେ । ଚିନ୍ତା ଧାରା ଉନ୍ନତ ହେବେ । ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ବୃଷ –ବାଧା-ବିଘ୍ନକୁ ଉଡାଇ କାର୍ଯ୍ୟର ଅଗ୍ରଗତି ଘଟାଇ ପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ସର୍ବତ୍ର ଉନ୍ନତି ଆଶା କରାଯାଏ । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । କଥା ଶୈଳୀରେ ପରକୁ ଆପଣାର କରିବେ ।
ମିଥୁନ – ଆୟ ଯଥେଷ୍ଟ ପରିମାଣର ହେବ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନ-ବାହନ ସୁଖ ଲାଭ କରିବେ । କୀର୍ତ୍ତିମାନ୍ ହେବେ । ଭୋଗି ଓ ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିପାରନ୍ତି । କରିତ୍ କର୍ମୀ ହେବେ ।
କର୍କଟ – ସୁଖ-ସମ୍ମାନ ଲାଭ କରିପାରନ୍ତି । ପାରିବାରିକ ସୁଖ-ଶାନ୍ତି ମିଳିବ । ବ୍ୟବସାୟରେ ଢେର ଉନ୍ନତି ଘଟିବ । ସରକାରୀ ସ୍ତରରୁ ଅର୍ଥ ସହିତ ମାନ୍ୟତା ମିଳିବ । ଗୃହ ସୁଖ ମିଳିବ । କୀର୍ତ୍ତି,ସ୍ୱତ୍ୱ ସନ୍ତୋଷ ସବୁ କିଛି ମିଳିବ । ଧୈଯ୍ୟବାନ୍ ହେବେ ।
ସିଂହ – ଭ୍ରମଣ ଯୋଗ ଅଛି । ଭାଗ୍ୟବାନ୍ ହେବେ । ଅର୍ଥ ମିଳିବ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରେ ସମ୍ମାନିତ ହେବବେ । ବସ୍ତ୍ର,କାଞ୍ଚନ,ଚତୁଷ୍ପଦ ଲାଭ ହୋଇପାରେ । ସର୍ବତ୍ର ସୁଖୀ ଓ ବିଜୟୀ ହେବେ । ମାନସିକ ଅସାନ୍ତି ଦୂର ହେବ ।
କନ୍ୟା – ଲାଗି ରହିଥିବା ବିବାଦର ଅବସାନ ଘଟିବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଶୁଭ କାର୍ଯ୍ୟ ବର୍କନୀୟ । ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା । ଯାନ ବାହନ ସତର୍କ ରହିବେ ।
ତୁଳା –ଚାପରେ ପଡି କାର୍ଯ୍ୟ କରିପାରନ୍ତି । ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବ । ବନ୍ଧୁ ମେଳରେ ରହି ବିଶେଷ ଉପକୃତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପତ୍ନୀଙ୍କ ପରାମର୍ଶରେ ଚଳିବେ ।
ବିଛା – କାର୍ଯ୍ୟ ଓ ଦାୟିତ୍ୱ ପରିବର୍ତ୍ତନ ଘଟିପାରେ । ବିଭିନ୍ନ ଦିଗରୁ ସାହାର୍ଯ୍ୟ ସହ ଯୋଗ ମିଳିବ । ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ । କର୍ମକ୍ଷେତ୍ରରେ ତତ୍ପରତା ସହିତ ଚଞ୍ଚଳତା ପ୍ରକାଶ ପାଇବ । ଶତ୍ରୁଦମନ କରିପାରନ୍ତି ।
ଧନୁ –ଅର୍ଥ ଆବଶ୍ୟକତା ରହିଚି । ନିରବ ଚିନ୍ତକ ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ହଠାତ୍ କିଛି ଅର୍ଥ ମିଳିପାରେ । ଭାଗ୍ୟର ପରିବର୍ତ୍ତନ ଘଟିବାର ସୂଚନା ମିଳୁଛି । ବ୍ୟବସାୟ ଉତ୍ସାହଜନକ ହେବ । ସାହସ ବାନ୍ଧି କାର୍ଯ୍ୟ କରିବେ ।
ମକର –ବନ୍ଧୁ ମିଳନ ଆନନ୍ଦ ଦାୟକ ହୋଇପାରେ.ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଉପୁଜି ଥିବା ସମସ୍ୟାର ପରିସମାପ୍ତି ଘଟିବ । କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବାରେ ଲାଗି ପଡିବେ । ଯାନ-ବାହନ ସୁଖ ଭୋଗ କରିବେ ।
କୁମ୍ଭ – ପାରିବାରିକ ଜୀବନ ସୁଖମୟ ହେବ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ନୂତନ ଓ ଉନ୍ନତ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସର୍ବ ସୁଖ ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ମୀନ – କାର୍ଯ୍ୟରେ ସଫଳତା ଲାଭ କରିବେ । ଆଳସ୍ୟ ପରାୟଣ ହୋଇପାରନ୍ତି । ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ । ମନ ପ୍ରସନ୍ନ ରହିବ । ବିଭିନ୍ନ ଦିଗରୁ ଧନାଗମ ହେବ । ନୀତିବାନ୍ ହେବେ । ଚଞ୍ଚଳମନା, ଅତି ସୁଖୀ ଓ କୀର୍ତ୍ତିମାନ୍ ହେବେ ।

229 Views

   ସମ୍ବନ୍ଧିତ ଖବର