ଅଗଷ୍ଟ ୩ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 03, 2019 IST


ମେଷ – ଧର୍ମ ବିଶ୍ୱାସି ହୋଇପାରନ୍ତି । ପରମ ଭାଗ୍ୟଶାଳୀ ହୋଇପାରନ୍ତି । ଉମ ବ୍ୟକ୍ତିତ୍ୱଯୁକ୍ତ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମି ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ ।

ବୃଷ – ବଳଶାଳୀ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପାରିବାରିକ ସୁଖ ମିଳିବ । ନୂଆବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ । ମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ମିଳିବ । ସୁସ୍ଥ ଓ ନିରାମୟ ରହିବେ ।

ମିଥୁନ - ସ୍ୱାସ୍ଥ୍ୟ ହାନି ଘଟିପାରେ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଥଣ୍ଡା-କଫ ଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚଳ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଧାର୍ମିକ ପ୍ରବୃିର ହେବେ । ଜ୍ଞାନୀ ହେବେ ।

କର୍କଟ – ବିଭିନ୍ନ ସ୍ତର,ଏପରିକି ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଚଲ ପ୍ରକୃତିର ହେବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ସୁଖୀ ହେବେ ।

ସିଂହ – ଶତ୍ରୁ ଦମନ ପାଇଁ ଶକ୍ତି ସଂଚୟ କରିବେ । ପରିଶ୍ରମର ମୂଲ୍ୟାଙ୍କନ ହେବ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବା ଆଶା କରାଯାଏ ।

କନ୍ୟା – ଭାଗ୍ୟଶାଳୀ ହେବେ । ଭୋଗ-ବିଳାସରେ ଦିନଟି ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ ବିଦ୍ୱାନ, ସହସୀ ଓ ସମ୍ପିବାନ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ତୁଳା – ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ । ଭୋଜନରେ ତୃପ୍ତି ମିଳି ନ ପାରେ । ଈର୍ଷାଳୁ ସ୍ୱଭାବର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭ ଜନକ ହେବ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ ।

ବିଛା – ବନ୍ଧୁ ସୁଖ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମଶ୭ରେ ଚଳିବେ । ପତ୍ନୀ ସୁନ୍ଦରୀ, ସୁଶୀଳା ହେବେ ।

ଧନୁ – ପରିସ୍ଥିତିକୁ ଦୃଷ୍ଟିରେ ରଖି ସଜାଗ ହେବାକୁ ପଡିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । କୋଷ୍ଠ କାଠିନ୍ୟ ଭୋଗ କରିପାରନ୍ତି । ଚାକିରିରେ ସୁନାମ ଅର୍ଜନ କରିବେ ।

ମକର – ଭ୍ରାତୃ ବିବାଦରେ ଛନ୍ଦି ହୋଇପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଚନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ ।

କୁମ୍ଭ - କାର୍ଯ୍ୟରେ ସଫଳ ରୂପାୟନ କରିପାରନ୍ତି । ଉଦାର ପ୍ରକୃତିର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଜ୍ଞାନୀ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷକମାନଙ୍କ ସହାୟକ ହେବେ । ବୁଦ୍ଧିମାନ ହେବେ ।

ମୀନ - ଆୟ ଆଶାନୁରୂପ ହେବ । ପରିଶ୍ରମର ମୂଳ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା କଫ ଜନିତ ପୀଡା ଉପୁଜି ପାରେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.