ଅଗଷ୍ଟ ୨ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 02, 2019 IST

ମେଷ – ନୂତନ ସଂପର୍କ ସୃଷ୍ଟି କରିପାରନ୍ତି । ଖର୍ଚ୍ଚାନ୍ତ ହେବାକୁ ପଡିବ । ପଥରୋଧର ସମ୍ମୁଖୀନ ହେବେ । ଚଞ୍ଚଳ ପ୍ରକୃତିର ହେବେ । କଅଁଳ କଥା କହି ପରକୁ ଆପଣାର କରିପାରନ୍ତି । ଜ୍ଞାନ ଗରିମା ଯୁକ୍ତ ଓ ସାହସୀ ହେବେ ।

ବୃଷ – ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ସୁଶୀଳା ହେବେ ।

ମିଥୁନ - ଧାର୍ଯ୍ୟଲକ୍ଷ୍ୟ ଦୂରେଇ  ଯିବ । କର୍ମ ଚଞ୍ଚଳ ରହିବେ । ବଂଶ ମର୍ଯ୍ୟାଦା ରକ୍ଷା କରିବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସରକାରୀ କୃପା ଲାଭ କରିବେ ।

କର୍କଟ – ଆପଣଙ୍କ ବିରୋଧରେ ହୋଇଥିବା ଷଢଯନ୍ତ୍ର ବିଫଳ ହେବ । ସେବା-ପୂଜାରେ ମନୋନିବେଶ କରିବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସମୟ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ସିଂହ – କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ । ମନରେ ଆତୁରତା ବୃଦ୍ଧି ହେବ ।  ଇର୍ଷା ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି ।

କନ୍ୟା – ବେଳେ ବେଳେ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ଉପକାରୀ ମିତ୍ରଙ୍କ ସଂପର୍କ ସ୍ଥାପନ କରିବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତା ମିଳିବ ।

ତୁଳା – ଗୃହ ଉପକରଣ ସଂଗ୍ରହ କରିବାରେ ଲାଗି ପଡିବେ । ଶତ୍ରୁଭୟ ରହିଛି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଧନ,ଜନବଳରେ ବଳୀୟାନ ହୋଇ ଶତ୍ରୁନାଶ କରିବାରେ ସକ୍ଷମ ହେବେ ।

ବିଛା – ମନରେ ଦ୍ୱିଧାଭାବ ଜାତ ହୋଇପାରେ । ଅନୁତାପ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ରହିବ । 

ଧନୁ – ଧୈର୍ଯ୍ୟ ଓ ସାହସର ସହ କାର୍ଯ୍ୟ କଲେ ସଫଳତା ଲାଭ କରିବେ । ଘାତ ଚନ୍ଦ୍ର ଥିବାରୁ  ସତର୍କରେ ଚଳିବାକୁ ପଡିବ । ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । କୃଷି କର୍ମକାରୀ ଓ ବୁଦ୍ଧିମାନ୍ ହେବେ ।

ମକର – ମାନସିକ ସ୍ତରରେ ସୁସ୍ତ ଓ ଚତୁର ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା  ଭୋଗ କରିବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ ।

କୁମ୍ଭ  - ଲାଗି ରହିଥିବା ବାଦ-ବିବାଦରେ ବିଜୟୀ ହେବେ । ଆଶାବାଦୀ ହୋଇପାରନ୍ତି । ପରମ ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱଯୁକ୍ତ ହେବେ । ମଧୁରଭାଷୀ,ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ମିଳିବ ।

ମୀନ - କର୍ମକ୍ଷେତ୍ରରେ ଦେଖା ଦେଇଥିବା ଅଶାନ୍ତି, ଦୂର ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୟକ୍ତ ହେବେ । ରଣାଙ୍ଗନରେ ପାରଙ୍ଗମ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ବିଭିନ୍ନ ଦିଗରୁ ଧନଲାଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.