Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅଗଷ୍ଟ ୧ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

1/08/2019 at 7:52 AM

ମେଷ – ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଅଧିକ ରୋଜଗରାକ୍ଷମ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲି-ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ବୃଷ – ହଜିଥିବା ଦ୍ରବ୍ୟ ପାଇ ଖୁସି ହୋଇପାରନ୍ତି । ଅଧିକ ବ୍ୟୟର ସମ୍ମୁଖୀନ ହେବେ । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ ମଧୁରଭାଷୀ ହେବେ । ସାହସୀ ଓ ଜ୍ଞାନୀ ହେବେ । କ୍ରୋଧୀ ହେବେ ।

ମିଥୁନ – ଦିନଟି ସୁଖରେ ବିତିବ । ରୋଜଗାର ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ ।

କର୍କଟ – କର୍ମ ଚଞ୍ଚଳ ରହିବେ । କୁଳ ପ୍ରଦୀପ ହେବେ । ମନରେ ପ୍ରସନ୍ନତା ଭାବ ଦେଖା ଦେବ । ସୁସ୍ଥ ଓ ସବଳ ହେବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିବେ । ପରିବାର ପ୍ରତି ସ୍ନେହ ଭାବ ରହିବ ।

ସିଂହ – ଦେବ ଦର୍ଶନ ଆନନ୍ଦଦାୟକ ହେବ । ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ସୁଖ- ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା ଓ ବିଦ୍ୱାନ୍ ହେବେ ।

କନ୍ୟା – ଗୃହରେ ବୁଝାମଣା ସୃଷ୍ଟି ହେବ । ଶାରିରୀକ ସାମାନୟ ପୀଡା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ନିରୀହ ହେବେ । ଧର୍ମ ବିଧାନରେ ଦକ୍ଷତା ପ୍ରତିପାଦନ କରିବେ । ଶାସ୍ତ୍ରାନୁରକ୍ତ ହେବେ ।

ତୁଳା – ସବୁ କିଛି ସହି ଯାଇପାରନ୍ତି । ବନ୍ଧୁ ସହ ଯୋଗ ପାଇବାରୁ ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହେବେ । ଅହଂକାରୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।

ବିଛା – ମନୋବଳ ଦୃଢ କରି କାର୍ଯ୍ୟ ସମ୍ପାଦନ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁ ହନ୍ତା ହେବେ । ଚାକିରି କ୍ଷେତ୍ରରେ ଚତ୍ମକାରିକ ଭାବେ ଲାଭ ପ୍ରାପ୍ତ ହେବ । ନେତ୍ର ପୀଡା ଭୋଗ କରିପାରନ୍ତି । 

ଧନୁ – କୌଣସି କାରଣରୁ ମନ ଆଶଙ୍କିତ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । କନ୍ୟା ସନ୍ତାନ ଦ୍ୱାରା ବିଧେଷ ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ ।

ମକର – ରାଜନୈତିକ ଅସ୍ଥିରତା ଦେଖା ଦେଇପାରେ । ବାଧା –ବିଘ୍ନକୁ ଏଡାଇ କାର୍ଯ୍ୟ ସଂପାଦନ କରିବେ । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସୁସ୍ଥ ରହିବେ । ବୁଦ୍ଧିମାନ୍ ହେବେ ।

କୁମ୍ଭ  – ଆୟ-ବ୍ୟୟ ସମାନ୍ତରାଳ ଗତି କରିବ । ଶ୍ରମର ମୂଲ୍ୟାଙ୍କନ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ବ୍ୟକ୍ତି ଭାବେ ପରିବୟ ସୃଷ୍ଟି କରିବେ । ମଧୁରଭାଷୀ ହୋଇପାରନ୍ତି । କଫ ଜନିତ ସାମାନ୍ୟ ପୀଡା ଦେଖା ଦେବ । ପ୍ରେମୀ ଓ ସାହସୀ ହେବେ ।

ମୀନ – ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ ,ମଧୁରଭାଷୀ,ସହନଶୀଳ,ଶାନ୍ତିପ୍ରିୟ ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି । ସ୍ତ୍ରୀ ବିଳାସୀ ହେବେ ।

   Related Posts