ଜୁଲାଇ ୩୧ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 31, 2019 IST

ମେଷ – ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି । ଅର୍ଥାଭାବ ରହିବ ନାହିଁ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । କୀର୍ତ୍ତିମାନ୍ ହେବେ । ଅତି ସୁଖୀ ଓ ସହିଷ୍ଣୁ ଚରିତ୍ରର ହୋଇପାରନ୍ତି ।

ବୃଷ – ରୋଜଗାର ଆଶାନୁରୂପ ହେବ । ବନ୍ଧୁ କିମ୍ବା ସରକାରି ସହାୟତାରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।

ମିଥୁନ - ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ବିଚିତ୍ର ହୋଇପାରନ୍ତି । ପଥରୋଧର ସମ୍ମୁଖୀନ ହେବେ । ଗୃହରେ ଶୁଭମାଙ୍ଗଲ୍ୟ କାର୍ଯ୍ୟ ହୋଇପାରେ । ମଧୁର ସମ୍ଭାଷଣରେ ପରକୁ ଆପଣାର କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଖର୍ଚ୍ଚାନ୍ତ ହେବେ ।

କର୍କଟ – ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ଭବିଷ୍ୟତ ପାଇଁ ନୂଆ ଯେ୍ଧକ୍ସନା ପ୍ରସ୍ତୁତ କରିବେ । ମାନ୍ୟତା ପ୍ରାପ୍ତ ହେବେ । ସରକାରୀ ସ୍ତରରୁ ଅର୍ତ ଓ ସମ୍ମାନ ସବୁ କିଚି ମିଳିବ । କୀର୍ତ୍ତିମାନ୍ ଓ ଗୁଣବାନ୍୍ ହେବେ । ଭୋଗୀ ହେବେ । ମନ ପ୍ରସନ୍ନ  ରହିବ ।

ସିଂହ – କର୍ମ ଅନୁସାରେ ଫଳପ୍ରାପ୍ତ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଦିଅଁ ଦର୍ଶନ କରି ଆତ୍ମ ତୃପ୍ତି ପାଇବେ । ଧନ -ଜନ-ଗୋପ-ଲକ୍ଷ୍ମୀ ସବୁ କିଛି ପ୍ରାପ୍ତ ହେବ । ସରକାରୀ ଅର୍ଥ ମିଳିବ । ଉତ୍ତମ ଗୁଣର ଅଧିକାରୀ ହେବେ । କୀର୍ତ୍ତିମାନ୍ ହେବେ ।

କନ୍ୟା – ଭାଗ୍ୟର ପରିବର୍ତ୍ତନ ଘଟିବ । ଅର୍ଥ  ମିଳିବ । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ । ପ୍ରତିଯୋଗିତାରେ ବିଜୟୀ ହେବେ । ବିଳାସ-ବ୍ୟସନ କରିପାରନ୍ତି । ଉଦ୍ୟୋଗୀ ହେବେ । ତୀର୍ଥ ଯାତ୍ରା କିମ୍ବା ପର୍ଯ୍ୟଟନର ସୁବିଧା ମିଳିପାରେ । ସୁସ୍ଥ ଓ ନିରାମୟ ରହିବେ ।

ତୁଳା – ଆବଶ୍ୟକ ସାହାର୍ଯ୍ୟ ମିଳିବ । ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । ଭାଗୁଆଳି ବ୍ୟବସାୟରୁ ଲାଭ ମିଳିପାରେ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ଅନଟନର ସମ୍ମୁଖୀନ ହେବେ । ଯାନବାହନରେ ସତର୍କ ରହିବେ ।

ବିଛା – ଧନ ସମ୍ପଦ ବୃଦ୍ଧୀ ପାଇବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ଶୁଭକାର୍ଯ୍ୟରୁ ବିରତ ହେବେ । ବନ୍ଧୁ ସହାୟତା ପାଇ ଆଶ୍ୱସ୍ତ ହେବେ । ବ୍ୟବସାୟ ଲାଭଜନକ ହେବ । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ । ପତ୍ନୀ ଘରର ପରିଚାଳିକା ହେବେ ।

ଧନୁ – ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶତ୍ରୁ ପରାଜିତ କରି ଆଶ୍ୱସ୍ତ ହୋଇପାରନ୍ତି । ସତ୍ଚିନ୍ତା ଧାରା ନେଇ କାର୍ଯ୍ୟ ସଂପାଦନ କରିବେ । ସତ୍ ସଙ୍ଗୀ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସା ପାଇବେ । ସୁସ୍ତ ଓ ନିରାମୟ ରହିବେ ।

ମକର – ଶତ୍ରୁତାରୁ ଉଧୁରି ଯାଇପାରନ୍ତି । ଯୁକ୍ତି ତର୍କରେ ଭାଗ ନ ନେଇ ନିରବ ଭାବ ପ୍ରଦର୍ଶନ କରିପାରନ୍ତି । ସ୍ଥିତି କରୁଣ ରହିବ । ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ । ଶରୀର ସୁସ୍ଥ ରହିବ । ବଳଶାଳୀ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ ।

କୁମ୍ଭ  - କାର୍ଯ୍ୟରେ ନୂଆ ଚିନ୍ତା ଧାରା ପ୍ରୟୋଗ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସର୍ବସୌଖ୍ୟ ଲାଭ କରିପାରନ୍ତି । ନୀତିଜ୍ଞ ବିଚକ୍ଷଣ ହେବେ । ବିଦ୍ୟାରୂପକ ମହାଧନ ଅର୍ଜନ କରି ତା’ର  ପରିପ୍ରକାଶ ଘଟାଇ ପାରନ୍ତି ।

ମୀନ - ସମ୍ମାନିତ ହୋଇପାରନ୍ତି । ଶୁଭ ସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି । ଶୟନ ସୁଖ ମିଳିବ । ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ମନ ପ୍ରସନ୍ନ ରହିବ । କାର୍ଯ୍ୟକ୍ଷେତ୍ର ଉତ୍ସାହବୋଧ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.