ଜୁଲାଇ ୨୯ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 29, 2019 IST

ମେଷ – ଦେବ ଦର୍ଶନ କଲେ ଆନନ୍ଦ ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । କାର୍ଯ୍ୟ ବିଳମ୍ବିତ ହୋଇପାରେ । ସୁସ୍ଥ ଓ ନିରାମୟ ରହିବେ । ଚାକିରିରେ ବିବ୍ରତ ହେବେ । ବ୍ୟବସାୟ ପଛେଇବ । ଛାତ୍ରଛାତ୍ରୀଙ୍କ ଶୁଭଫଳ ।
ବୃଷ – ପ୍ରତି ଯୋଗିତାରେ ବିଜୟୀ ହେବେ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । କାର୍ଯ୍ୟରେ ଆଗେଇବେ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । କର୍ମକ୍ଷେତ୍ର ଉତ୍ସାହ-ଜନକ ହେବ । ସୁସ୍ଥ ରହିବେ । ରୋଜଗାର ଆଶାନୁରୂପ ହେବ । ଚାକିରିରେ ପ୍ରାଧାନ୍ୟ ଦେବେ ।
ମିଥୁନ - ବିଳାସ ଦ୍ରବ୍ୟ ଲାଭ କରିବେ । ସୁଖ-ସମ୍ମାନ ମିଳିବ । ଅଧିକ ବ୍ୟୟ କରିପାରନ୍ତି । ଗୃହରେ ମଙ୍ଗଳ କାର୍ଯ୍ୟ ସମ୍ପାଦିତ ହେବ । ଚାକିରି କ୍ଷେତ୍ରରେ ଜଗି ରଖି ଚଳିବାକୁ ପଡିବ । ଛାତ୍ରଛାତ୍ରୀମାନେ ଶୁଭ ଫଳ ପାଇବେ ।
କର୍କଟ – ଦୁର୍ଘଟଣାରୁ ରକ୍ଷା ପାଇବେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ପରିଶ୍ରମର ମୂଲ୍ୟ ମିଳିବ । ସୁସ୍ଥ ରହିବେ । ଆୟବ୍ୟୟ ସମାନ୍ତରାଳ ଗତି କରିବ । ବ୍ୟବସାୟରେ ଉନ୍ନତି ଘଟିବ । ପଢାପଢିରେ ଯତ୍ନବାନ୍ ହେବାକୁ ପଡିବ ।
ସିଂହ – ଆର୍ଥିକ ଅଭାବ ଦୂରୀଭୂତ ହେବ । ବିଭିନ୍ନ ଦିଗରୁ ସହାୟତା ମିଳିବ । ଚାକିରି କ୍ଷେତ୍ରରେ ଅସନ୍ତୋଷ ଦେଖା ଦେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ବ୍ୟବସାୟରେ ଉନ୍ନତି । ପଢାରେ ପଛେଇବେ ।
କନ୍ୟା – ଆଜି ଦିନଟି ସତର୍କତାର ସହ ଚଳିବାକୁ ପଡିବ । ଉଦାସୀନ ହୋଇପାରନ୍ତି । ଅର୍ଥ ଲାଭର ସୂଚନା ମିଳୁଛି । କାର୍ଯ୍ୟରେ ସକ୍ରିୟ ରହିବେ । ସମ୍ମାନିତ ହେବେ । ଆର୍ଥିକ ସ୍ଥିତି ଦୃଢ ରହିବ । କାର୍ଯ୍ୟରେ ଧୀରେ ସୁସ୍ଥେ ଆଗେଇବେ । ବିଦ୍ୟାର୍ଥୀଙ୍କୁ ଉଚ୍ଚ ଫଳ ମିଳିବ ।
ତୁଳା – ଅଜାଣତରେ କ୍ଷତି ସହି ପାରନ୍ତି । ଆଶାବାଦୀ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସର୍ବାଙ୍ଗୀନ ଉନ୍ନତି ହେବ । ସବୁ ଆଶା ପୂର୍ଣ୍ଣ ହୋଇପାରେ । ଆୟ ବୃଦ୍ଧି ଘଟିବ । ଚାକିରିରେ ମନ ପ୍ରସନ୍ନ ରହିବ । ବ୍ୟବସାୟରୁ ଲାଭ ମିଳିବ ।
ବିଛା – ପିଲାଙ୍କ ପାଠପଢା ଆନନ୍ଦ ଦାୟକ ହେବ । ସାମୟିକ ଭାବେ ମନରେ ଭୟର ସଂଚାର ହୋଇପାରେ । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ଧୀରେ ସୁସ୍ଥେ କାର୍ଯ୍ୟରେ ଆଗେଇବେ । ଆୟ-ବୟୟ ସମାନ ହେବ । ଚାକିରି କ୍ଷେତ୍ର ଉତ୍ସାହଜନକ ହେବ ।
ଧନୁ – ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ସାମସ୍ୟା ବୃଦ୍ଧି ଯୋଗୁଁ କାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି । ଘାତଚନ୍ଦ୍ର ହେତୁ ସତର୍କରେ ଚଳିବେ । ଚାକିରିରେ ଉଦାସୀନ ହେବେ । ସୁସ୍ଥ ରହିବେ । ସାହାର୍ଯ୍ୟ ମିଳିବ । ବିଦ୍ୟାର୍ଥୀ ଶୁଭଫଳ ପ୍ରାପ୍ତ କରିବେ ।
ମକର – ଆୟ ଆଶାନୁରୂପ ହେବ । ଶତ୍ରୁ ବୃଦ୍ଧି ଘଟିପାରେ । ସମସ୍ୟାକୁ ଏଡାଇ ଆଗକୁ ବଢିବେ । ମନୋବଳ ଦୃଢ ରହିବ । ସୁସ୍ଥ ରହିବେ । ଚାକିରି କ୍ଷେତ୍ରରେ ନିଜକୁ ସଙ୍କୁଚିତ କରି ରଖିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ମିଳିବ ।
କୁମ୍ଭ - ଆଶାବାଦୀ ହୋଇପାରନ୍ତି । ନିଜ ବୁଦ୍ଧି ବଳରେ କାର୍ଯ୍ୟରେ ଆଗେଇବେ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ମନୋବଳ ଦୃଢ ରହିବ । ସୁସ୍ଥ ରହିବେ । ଆୟ ଅଳ୍ପ ବଢିବ । ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ । ପଢାରେ ସଫଳ ହେବେ ।
ମୀନ - ବନ୍ଧୁ ସହ ଯୋଗ ମିଳିବ । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ ଶୟନ ସୁଖ ପାଇବେ । ସାହାର୍ଯ୍ୟ ପାଇ ଆଗେଇବେ । ସୁସ୍ଥ ରହିବେ । ମନୋବଳ ଦୃଢ ରହିବ । ଆୟ ମଧ୍ୟମ ଧରଣର ହେବ । ପଢାରେ ମଧ୍ୟମ ଫଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.