ଜୁଲାଇ ୨୭ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 27, 2019 IST

ମେଷ – ମୂଲ୍ୟ ଦ୍ରବ୍ୟ ପାଇବର ସୂଚନା ମିଳୁଛି । ଆୟ ଯଥେଷ୍ଟ ପରିମାଣର ହୋଇପାରେ । ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି । ଗୃହ ପ୍ରଦୂଷଣମୁକ୍ତ ରହିବ । କୀର୍ତ୍ତି,ମର୍ତ୍ତି,ସତ୍ତ୍ୱ, ସନ୍ତୋହ ବହୁ ବିଧ ଧନ ମିଳିବ । ଉତ୍ତମ ଗୁଣଯୁକ୍ତ ହେବେ ।

ବୃଷ – ମନୋବଳ ଦୃଢତର ହେବ । ସହାୟତା ମିଳିବା ସହଜ,ସୁଗମ ହେବ । ଦାମ୍ପତୟ ଜୀବନ ସୁଖପ୍ରଦ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ହସ-ଖୁସିରେ ସମୟ ବିତିବ । ଧନାଗମର ସୂଚନା ମିଳୁଛି । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ ।

ମିଥୁନ - ବିପଦ ଦୂରେଇ  ଯିବ । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ଚୌର ଭୟ ଅଛି । ଶତ୍ରୁ ଉପରେ ନଜର ରଖିବାକୁ ପଡିବ । ଚିତ୍ତରେ ଅସ୍ଥିରତା ଦେଖା ଦେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ ।

କର୍କଟ – ଅନ୍ୟର ଆଶ୍ରୟଦାତା ହେଲେ ନିଜେ ବିଶେଷ ଉପକୃତ ହେବେ । ହସ, ଖୁସିରେ ସମୟ ବିତାଇ ପାରନ୍ତି । ବାଣିଜ୍ୟ କାରବାରରରେ ଭଲ ଲାଭ ମିଳିବ । ମନୋରମା ରମଣାଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ ।

ସିଂହ – ଆଶାବାଦୀ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ସୁସ୍ତ ଓ ନିରାମୟ ଜୀବନ ୍ାପନ କରିବେ । ଶତ୍ରୁ ସହିତ ମୁହାଁମୁହିଁ ହେବେ । ଚକ୍ଷୁ ପୀଡା ଅନୁଭବ କରିପାରନ୍ତି । ଭ୍ରାତୃସ୍ନେହ ଅତୁଟ ରହିବ । ସାମାଜିକ ପ୍ରତିଷ୍ଠା ମିଳିବ ।

କନ୍ୟା – ଉତ୍ସବାଦିରେ ୍ୋଗଦାନ କରିପାରନ୍ତି । ମନଇଚ୍ଛା କାର୍ଯ୍ୟ ନ କରି ପରାମର୍ଶ ନେବେ । ବିଭିନ୍ନ ସ୍ତରରୁ ଆଶା କରୁଥିବା ସହାୟତା ମିଳିପାରେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଶରୀର ସୁସ୍ଥ ରହିବ । ଗୃହରେ ଶାନ୍ତିର ବାତାବରଣ ଦେଖା ଦେବ । ସୁଖ ମିଳିବ ।

ତୁଳା – ପଡୋଶୀଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ଘର କରଣା ଦ୍ରବ୍ୟ ସଜାଡିବାରେ ମନ ଦେଇପାରନ୍ତି । କୃଷି କାର୍ଯ୍ୟରେ ନିଜର ଦ୩ତା ପ୍ରତିପାଦନ କରିପାରନ୍ତି ।  କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଦାନଶୀଳ ହେବେ ।

ବିଛା – ଭ୍ରାତୃ ବିବାଦ ଲାଗିବାର ସମ୍ଭାବନା ଅଛି । ଉଚ୍ଚ ସମ୍ମାନ ଲାଭ କରିବେ । ଚିନ୍ତାଧାରା ମହତ୍ ହେବ । ଯଶସ୍ୱୀ ହୋଇପାରନ୍ତି । ସାଧନା ଫଳବତୀ ହେବ । ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ଅଛି । ପ୍ରତି ଯୋଗିତାରେ ବିଜୟୀ ହେବେ ।

ଧନୁ – ମନରେ ଭକ୍ତି ଭାବନା ସମ୍ଭାବନା ଜାଗ୍ରତ ହେବ । ଉଚ୍ଚ ଆଶା ଫଳବତୀ ହେବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ପୂଜାର୍ଚ୍ଚନା କରି ଆତ୍ମତୃପ୍ତି ଲାଭ କରିବେ । ଭାଗ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟିପାରେ ।

ମକର – ଦାୟିତ୍ୱର ପରିବର୍ତ୍ତନ ଘଟିବ । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ପ୍ରଶଂସା ମିଳିବ । ମନରେ ପ୍ରସନ୍ନତା ଦେଖା ଦେବ । ରୋଜଗାର ଆଶାନୁରୂପ ହେବ । ଉତ୍ତମ ଭୋଜନ ମିଳିବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।

କୁମ୍ଭ  - ଆୟ ଯଥେଷ୍ଟ ପରିମାଣର ହେବ । ବ୍ୟୟ ବୃଦ୍ଧିର ବି ସମ୍ଭାବନା ଅଛି । କଥାଶୈଳାରେ ପରକୁ ଆପଣାର କରିପାରନ୍ତି । କ୍ଷମତା ଜାରି କରିବାର ଶକ୍ତି ପ୍ରୟୋଗ କରି କୃତକାର୍ଯ୍ୟ ହେବେ । ମିଷ୍ଟଭାଷୀ ହେବେ । ଚକ୍ଷୁରେ ଯନ୍ତ୍ରଣା ଉପୁଜି ପାରେ ।

ମୀନ - ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତି ଉପୁଜି ପାରେ । କାର୍ଯ୍ୟରେ ସଫଳ ରୂପାୟନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ସରକାରୀ ସ୍ତରରୁ ଅର୍ଥାଗମର ସୂଚନା ମିଳୁଛି । ଚଞ୍ଚଳ ଚେଷ୍ଟିତ ହେବେ ।  ଲୋକପ୍ରିୟ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.