ଜୁଲାଇ ୨୬ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 26, 2019 IST

ମେଷ – କାର୍ଯ୍ୟ ବିଳମ୍ବିତ ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା କରିବା ନିଷେଧ ।

ବୃଷ – ନିଜ ସମ୍ମାନକୁୁ ଜଗି ଚଳିବାକୁ ପଡିବ । ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ । ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଉପଦେଶ ଫଳଦାୟକ ହେବ ।

ମିଥୁନ - ଶତ୍ରୁ ଉପରେ କଡା ନଜର ରଖିବାକୁ ପଡିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । ଶତ୍ରୁକୁ ପରାସ୍ତ କରି ଆଶ୍ୱସ୍ତ ହେବେ । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।

କର୍କଟ – ବନ୍ଧୁ ସହାୟତା ମିଳିବା ବେଳେ ବେଳେ ନିଜକୁ ଅସହାୟତା ମନେ କରୁଥିଲେ ବି ଆକସ୍ମିକ ଧନଲାଭ ଯୋଗୁଁ ଆଶ୍ୱସ୍ତ ହେବେ । ବ୍ୟବସାୟରୁ ପ୍ରଚୁର ଧନଲାବ ହେବ । ଚଞ୍ଚଳ ପ୍ରକୃତିର ହେବେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ ।

ସିଂହ – ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱର ପଦ-ମର୍ଯ୍ୟାଦା ଲାଭ କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । କୃଷିକର୍ମକାରୀ ହେବେ । ପ୍ରେମୀ ଓ ବୁଦ୍ଧିମାନ ହେବେ ।

କନ୍ୟା – କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଥଣ୍ଡା- କଫ ଜନିତ ପୀଡା ଭୋଗ କରିପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନ ଭାଇମାନଙ୍କ ଠାରୁ ଆଦର,ସମ୍ମାନ ପାଇବେ ।

ତୁଳା – ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ,ମଧୁରଭାଷୀ,ସହନଶୀଳ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ମିତ୍ର ସୁଖ ପାଇବେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ ।

ବିଛା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଆର୍ଥିକ ସ୍ଥିତି ସୁଦୃଢ କରିବାରେ ସକ୍ଷମ ହେବେ । ବଳବାନ୍ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲି ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ ।

ଧନୁ – ବ୍ୟବସାୟରେ ଯଥେଷ୍ଟ ଉନ୍ନତି କରିପାରନ୍ତି । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫଜନିତ ପୀଡା ଅନୁଭବ କରିପାରନ୍ତି । ମିଠା କଥା କହି ପରକୁ ଆପଣାର କରିବେ । ଖର୍ଚ୍ଚାନ୍ତ ହେବେ ।

ମକର – ଉତ୍ସବାଦିରେ ବନ୍ଧୁ ବାନ୍ଧବଙ୍କ ସହ ମିଳିତ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସୁସ୍ତ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।

କୁମ୍ଭ  - ଆର୍ଥିକ ଅନଟନ ଦୂର ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସ୍ନେହ ରହିବ ।

ମୀନ - ସେବା-ପୂଜା ପ୍ରତି ଆଗ୍ରହୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଆଜି ଦିନଟି ଭୋଗ ବିଳାସରେ କଟାଇବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.