ଜୁଲାଇ ୨୩ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 23, 2019 IST

ମେଷ – ଆପଣଙ୍କ କର୍ମଧାରା ଉଜ୍ଜ୍ୱଳମୟ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରିୟଭାଷୀ ହେବେ । ଧନ ଓ ଯାନ-ବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ  ସମ୍ପଦଯୁକ୍ତ ହେବେ । ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ ।

ବୃଷ – ବିଭିନ୍ନ ସହ ଯୋଗିତା ପ୍ରାପ୍ତ ହେବେ । ପାରିବାରିକ ସୁଖ ମିଳିବ । ଶତ୍ରୁ ନାଶ କରିପାରନ୍ତି । ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି । ବହୁ ମିତ୍ରଙ୍କ ସାନିଧ୍ୟ ମିଳିବ । ଶ୍ରେଷ୍ଠ ପଦ-ପଦବୀରେ ଆସିନ ହେବେ । ବିନୀତ ସ୍ୱଭାବର ହେବେ ।

ମିଥୁନ - ଆର୍ଥିକ ସ୍ଥିତିର ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଗୁରୁ-ଗୁରୁଜନଙ୍କ ପ୍ରିୟ ଭାହନ ହୋଇପାରନ୍ତି । ସମ୍ମାନିତ ହୋଇପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଚଞ୍ଚଳ ପ୍ରକୃତିର ହେବେ ।

କର୍କଟ – ଭ୍ରାତୃ ବିବାଦ ଲାଗିବାର ସମ୍ଭାବନା ଅଛି । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଶୁଭ ସମ୍ବାଦ ପାଇପାରନ୍ତି । ବିଭିନ୍ନ ଘଟଣାରେ ଉପକୃତ ହେବେ । ନିଜ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି । ସୁଖୀ ହେବେ ।

ସିଂହ – ଗୃହ କାର୍ଯ୍ୟ ଆନନ୍ଦଦାୟକ ହୋଇପାରେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । କୃତି ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ । ଅସାଧ୍ୟ-ସାଧନ କରିପାରନ୍ତି ।

କନ୍ୟା – କର୍ମକ୍ଷେତ୍ରରେ ଆଗକୁ ବଢି ପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ ।  ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି ।

ତୁଳା – ରୋଜଗାରକ୍ଷମ ହେବେ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତ ମାନର ହେବ ।

ବିଛା – ମିଳିଥିବା ସୁଯୋଗର ସଦୁପଯୋଗ କରିପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ପାରିବାରିକ ସୁଖ-ସମୃଦ୍ଧି ଅବଶ୍ୟ ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଖର୍ଚ୍ଚାନ୍ତ ହୋଇପାରନ୍ତି ।

ଧନୁ – ଶୁଭ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । କାର୍ଯ୍ୟ ସିଦ୍ଧି ହେବ । ମାତ୍ର ବିଳମ୍ବିତ ହୋଇପାରେ । ରୋଜଗାର ଆଶାନୁରୂପ ହେବ । ଚଞ୍ଚଳ ଚେଷ୍ଟିତ ହେବେ । ଲୋକପ୍ରିୟତା ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥ ପ୍ରାପ୍ତ ହେବେ ।

ମକର – ଆର୍ଥିକ ସାହାର୍ଯ୍ୟ ପାଇ ପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ବନ୍ଧୁ ସହ ଯୋଗ ମିଳିବ । ଭ୍ରମନ ସୁଖ ମିଳିପାରେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସରକାରୀ ଅର୍ଥ ପାଇପାରନ୍ତି । ଉତ୍ତମ ଗୃହରେ ବାସ କରିବେ ।

କୁମ୍ଭ  - କର୍ମ ଚଞ୍ଚଳ ରହିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । ଉନ୍ନତିମୂଳକ କାର୍ଯ୍ୟରେ ଆଗକୁ ବଢିବେ । ବିବାଦୀୟ ଘଟଣାରେ  ବିଜୟୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ପାଇବେ । ଚିନ୍ତାଧାରା ଉନ୍ନତମାନର ହେବ ।

ମୀନ - କର୍ମକ୍ଷେତ୍ରରେ ଆଗକୁ ବଢିବାରେ ପାରିବାରର ସହ ଯୋଗ ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ନୂଆ ବନ୍ଧୁ ପ୍ରାପ୍ତ କରିବେ । କାର୍ଯ୍ୟରେ ଅସୁବିଧା ଦେଖାଦେଇପାରେ । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.