ଜୁଲାଇ ୨୦ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 20, 2019 IST

ମେଷ – ଆର୍ଥିକ ସମସ୍ୟା ଉପୁଜି ପାରେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ପ୍ରଭାବ ବିସ୍ତାର କରିପାରନ୍ତି । ଆନନ୍ଦ ଉତ୍ସବ ଲାଗି ରହିବ । ପ୍ରିୟ ଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସଂପଦ ମିଳିପାରେ ।

ବୃଷ – ପାରିବାରିକ ଶାନ୍ତି ଫେରି ପାଇବେ । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଶୁଭା-ଶୁଭ ମିଶ୍ରତ ଫଳ ମିଳିବ । କନ୍ୟା,ପୁତ୍ର, ପୌତ୍ରାଦି ଲାଭ କରିପାରନ୍ତି । ଶାସ୍ତ୍ରାଭ୍ୟାସି ହେବେ । ବିନୀତ ସ୍ୱଭାବର ହେବେ । ସ୍ତ୍ରୀ ଧନ ହେତୁ ସୁଖୀ ହେବେ ।

ମିଥୁନ - ପଦୋନ୍ନତି ପାଇଁ ଚେଷ୍ଟା ଜାରି ରଖିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ ।

କର୍କଟ – ପ୍ରଭାବଶାଳୀ ବ୍ୟକ୍ତିଭାବେ ନିଜ ପ୍ରଭାବର ଉପଯୋଗ କରିପାରନ୍ତି । ଆଳସ୍ୟ ପରିତ୍ୟାଗ କରିବାକୁ ପଡିବ । ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ କ୍ଳେଶ ଭୋଗ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ତ୍ୟାଗ-ପୂତ ମନୋଭାବର ହୋଇପାରନ୍ତି ।

ସିଂହ – କାର୍ଯ୍ୟରେ ଆଶିଂକ ସଫଳତା ମିଳିବ । ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପାରିବାରିକ ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଚିନ୍ତାଧାରା ଉନ୍ନତମାନର ହେବ ।

କନ୍ୟା – ବିବାଦୀୟ ପରିସ୍ଥିତି ଉପୁଜି ପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ମଧ୍ୟମ ଧରଣର ଶୁଭଫଳ ପ୍ରାପ୍ତ ହେବେ । ବିଶୁଦ୍ଧ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ । ନିର୍ଭୀକ ହେବେ । ସୁଶୀଳ ଓ ବିଧିଜ୍ଞ ହେବା ଆଶା କରାଯାଏ ।

ତୁଳା – ଦାୟିତ୍ୱବାନ୍ ହୋଇପାରନ୍ତି । ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହେବେ । ନିଜେ କରିଥିବା ସୁକର୍ମ ପାଇଁ ଆତ୍ମ ସନ୍ତୋଷ ଲାଭ କରିବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମୋକଦ୍ଦମାରେ ବିଜୟୀ ହେବା ସହ ଧନଲାଭ ହେବ । ସୁସ୍ୱାଦୁ ଖାଦ୍ୟ ମିଳିବ ।

ବିଛା – ଅଜଣା ଲୋକ ଦ୍ୱାରା ଉପକୃତ ହେବେ । ବାଧା-ବିଘ୍ନକୁ ଏଡାଇ କାର୍ଯ୍ୟ କରି ଚାଲିବେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଏକାନ୍ତପ୍ରିୟ ନେତ୍ରଭୋଗୀ ଓ ମଧୁରଭାଷୀ ହେବେ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି ।

ଧନୁ – ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ମୂଲ୍ୟବାନ ଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସମ୍ମାନିତ ହେବେ ।

ମକର – ସରକାରଙ୍କ କୃପା ପାତ୍ର ହୋଇ ଆତ୍ମ-ସନ୍ତୋଷ ଲାଭ କରିବେ । କୁଳ ଉଜ୍ଜ୍ୱଳ କରିପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସୁଖ ମିଳିବ ।

କୁମ୍ଭ  - ଯେତେ ବିଶୃଙ୍ଖଳା ଉପୁଜିଲେ ବି, କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢିବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ । ଧର୍ମାତ୍ମା,ପ୍ରବାସପ୍ରିୟ ବିଦ୍ୱାନ୍ ଓ ସାହସୀ ହେବେ ।

ମୀନ - କେତେକ ଅବାଞ୍ଚିତ ଘଟଣା ଘଟିପାରେ । ସୁଖ ମିଳିବା କଷ୍ଟସାଧ୍ୟ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.