ଜୁଲାଇ ୧୯ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 19, 2019 IST

ମେଷ – ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି ଶତ୍ରୁ ନିକଟରେ ନିଜର ପରାକ୍ରମ ଦେଖାଇ ପାରନ୍ତି । ଭାଇମାନଙ୍କ ସାହାର୍ଯ୍ୟ ପାଇ ବଳବାନ୍ ହେବେ । ଶତ୍ରୁ ନିପାତ କରି ଆଶ୍ୱସ୍ତ ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ ।

ବୃଷ – ପରିବେଶ ଆନନ୍ଦଦାୟକ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାବ ହୋଇପାରେ । ଲାଜକୁଳା ହେବେ । ତନ୍ତ୍ର-ମନ୍ତ୍ରାଦି ବିଦ୍ୟାପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ ।

ମିଥୁନ - ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଦ୍ରବ୍ୟ ନଷ୍ଟ ହୋଇପାରେ । ଉଦାର ସ୍ୱଭାବ ସମ୍ପନ୍ନ ହେବେ । ଦାନ-ଧର୍ମ କରିବାକୁ ଶ୍ରେୟ ମଣି ପାରନ୍ତି । ସୁଖୀ ହେବେ । ବ୍ୟକ୍ତି ବିଶେଷର ପରିଚୟ ସୃଷ୍ଟି କରିବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷି କର୍ମକାରୀ ହେବେ ।

କର୍କଟ – ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହେବେ । ମଧୁର ଭାଷୀ ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ ପୀଡା ଅନୁଭବ କରିବେ । ପ୍ରେମୀ ଓ ସାହସୀ  ହେବେ । ସାନ ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ ।

ସିଂହ – ଅନ୍ୟ ଠାରୁ ପ୍ରେରଣା ପାଇ କାର୍ଯ୍ୟ କରିପାରନ୍ତି । ସ୍ୱାଧୀନ ଚିନ୍ତା ଧାରାରେ କାର୍ଯ୍ୟ ନ କରି ପରାମର୍ଶ ନେବେ । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଭାଗ୍ୟଶାଳୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ ।

କନ୍ୟା – ମିଳି ଥିବା ସୁଯୋଗର ସଦ୍ବ୍ୟବହାର କରିବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ବିଦ୍ୱାନ ଓ ଶାସ୍ତ୍ରଜ୍ଞ ହେବା ଆଶା କରାଯାଏ ।

ତୁଳା – ଉତ୍ସବାଦିରେ ବନ୍ଧୁ-ବାନ୍ଧବଙ୍କ ସହିତ ମିଳିତ ହେବେ । ଥଣ୍ଡା-କଫଜନିତ ପୀଡା ଅନୁଭବ କରିପାରନ୍ତି । ଚଞ୍ଚଲ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ ନେତ୍ରରୋଗୀ ଓ ମଧୁରଭାଷୀ  ହେବେ । ସର୍ବୋପରି ରାଜଯୋଗର ସୂଚନା ମିଳୁଛି ।

ବିଛା – ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ । ଆୟ ପରିମାଣ ବୃଦ୍ଧି ପାଇବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକ ପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ ସମ୍ମାନିତ ହେବେ ।

ଧନୁ – ପାରିବାରିକ ଜୀବନରେ ସୁଖ ମିଳିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କିଳଦିପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।

ମକର – ଅଯଥାରେ ବ୍ୟୟ କରିବେ, ତଥାପି ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା,ପ୍ରବାସପ୍ରିୟ ବିଦ୍ୱାନ ଓ ସାହସୀ  ହୋଇପାରନ୍ତି ।

କୁମ୍ଭ  - ଚିନ୍ତାରୁ ମୁକ୍ତି ମିଳିବ । ଧନକ୍ଷୟ ହେବାର ସୂଚନା ମିଳୁଛି । ସ୍ୱାଭିମାନୀ ହେବେ । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି । ସହ ଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଅରୋହଣ ମନା ।

ମୀନ - ସୁଯୋଗ ହରାଇ ପାରନ୍ତି । ବନ୍ଧୁ ମିଳନ ଘଟିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ମନ ବଳାଇପାରନ୍ତି । ଅହଂକାରୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବା ଆଶାକରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.